ନୂଆଦିଲ୍ଲୀ,୨୯/୧୧; ଆସନ୍ତାକାଲିଠୁ (ରବିବାର) ରାଞ୍ଚିରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ । ଟେଷ୍ଟ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ୨-୦ରେ ଟେଷ୍ଟ ଜିତିବା ପରେ ବାଭୁମା ବାହିନୀର ମନୋବଳ ଶିଖର ଛୁଇଁଛି । ଘରୋଇ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାଠୁ ହାରିବା ପରେ ଭାରତର ହେଡ୍ କୋଚ ଗୌତମ ଗମ୍ଭୀରଙ୍କୁ ଟ୍ରୋଲ କରାଯାଇଛି । ରାଞ୍ଚିରେ ଟିମ୍ ଇଣ୍ଡିଆ ଅଭ୍ୟାସ କରୁଥିବା ସମୟରେ ବିଶ୍ୱକପ ଜିତିବା ଭୁଲିଯାଅ ବୋଲି କହି ଗୌତମଙ୍କୁ ଫ୍ୟାନ୍ସ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦାବି କରାଯାଉଛି ଯେ, ଏହା ରାଞ୍ଚି ଦିନିକିଆ ପୂର୍ବର । ଏଥିରେ ଟିମ୍ ଇଣ୍ଡିଆ ଅଭ୍ୟାସ କରୁଥିବାର ଦେଖାଯାଉଛି, ଯେଉଁଠାରେ ହେଡ୍କୋଚ ଗମ୍ଭୀର ମଧ୍ୟ ଉପସ୍ଥିତ ଥିଲେ । ଜଣେ ପ୍ରଶଂସକ ତାଙ୍କୁ ଚିତ୍କାର କରି କହୁଛନ୍ତି, ''ଯଦି ଘରେ ୨-୦, ଆଫ୍ରିକା ବିପକ୍ଷରେ ହାରୁଛ ତେବେ ଘରେ ବିଶ୍ୱକପ ଜିତିବା ଭୁଲିଯାଅ । ଯଦି ତୁମେ ଘରୋଇ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିପାରିବ ନାହିଁ, ତେବେ ୨୦୨୭ ବିଶ୍ୱକପକୁ ଭୁଲିଯାଅ । କୋଚିଂ ଛାଡିଦିଅ ''
ରେକର୍ଡ ଅପେକ୍ଷାରେ ହିଟ୍ମ୍ୟାନ୍- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ରଚିବେ ହିଟ୍ମ୍ୟାନ ରୋହିତ ଶର୍ମା । ୮ ଟି ଛକା ଓ ୯୮ ରନ୍ କଲେ ଦିନିକିଆ ସିରିଜରେ ୨ ନୂଆ ରେକର୍ଡ କରିବେ ରୋହିତ । ଯଦି ରୋହିତ ଦିନିକିଆ ସିରଜରେ ୯୮ ରନ୍ କରିବାରେ ସଫଳ ହେଉଛନ୍ତି ତେବେ ଭାରତୀୟ ଟିମ୍ର ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୦ ହଜାରରୁ ଅଧିକ ରନ କରିବାରେ ସେ ଚତୁର୍ଥ ବ୍ୟାଟର ହେବେ । ୫୦ ଶତକ ଓ ୧୦୯ଟି ଅର୍ଦ୍ଧଶତକ ହାସଲ କରିଥିବା ରୋହିତଙ୍କର ୨୬୪ ସର୍ବଶ୍ରେଷ୍ଠ ଇନିଂସ୍ । ଇଣ୍ଟରନ୍ୟାସନାଲ କ୍ରିକେଟରେ ରୋହିତ ୬୪୨ ଛକା ଓ ୧୯୨୨ ଚୌକା ମାରିଛନ୍ତି