କଟକ : ଓଡ଼ିଆ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ନିଜର ପ୍ରିୟ ଖେଳାଳିଙ୍କୁ ପାଖରୁ ଦେଖିବାର ପାଇବେ ସୁଯୋଗ । ଓଡ଼ିଶାରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍ । ବାରବାଟୀରେ ଖେଳାଯିବ ଟି-୨୦ ମୁକାବିଲା । ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ ଦ୍ବିତୀୟ ଟି-୨୦ ।
ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଖେଳାଯିବ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଏହି ତିନି ମୁକାବିଲାରାଜକୋଟ, କଟକ ଓ ପୁନେରେ ହେବ। ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ଏହି ବର୍ଷ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍ରେ ପରାସ୍ତ କରି ବିଜୟୀ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବାରବାଟୀ ମଇଦାନରେ ଉଭୟ ଦଳ ମଧ୍ୟରେ ଏହା ପ୍ରଥମ ମୁକାବିଲା ଥିଲା । ସେପଟେ ନିକଟରେ ଭାରତ ଟି-୨୦ ବିଶ୍ବକପ ଜିତିଥିବାବେଳେ ଦଳ ଦମଦାର ଫର୍ମରେ ରହିଛି । ଘରୋଇ ମାଟିରେ କ୍ଲିନ୍ ସୁଇପ କରିବାର ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।