ଚେନ୍ନାଇ, ୨୬/୨ : ସୁପର-୮ରେ ସୁପର ବିଜୟ । ଜିମ୍ବାଓ୍ବେକୁ ୭୨ ରନରେ ହରାଇଲା ଭାରତ । ଭାରତ ୨୫୭ ରନର ବିଜୟ ଲକ୍ଷ୍ୟ ଦେଇଥିବାବେଳେ ରନର କରିବାରେ ସକ୍ଷମ ହୋଇଛି ଜିମ୍ବାଓ୍ବେ । ଭାରତ ପକ୍ଷରୁ ଅର୍ଶଦୀପ ୩ ଓ୍ବିକେଟ୍ ଅକ୍ତିଆ କରିଥିବାବେଳେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଏବଂ ଶିଭମ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଜିମ୍ବାଓ୍ବେ । ଭାରତ ପ୍ରଥମେ ବ୍ୟାଟିଂ କରି ଏକ ବିଶାଳ ସ୍କୋର କରିଥିଲା । ୪ ଓ୍ବିକେଟ୍ ବିନିମୟରେ ଭାରତ ୨୫୬ ରନ କରିଥିଲା । ସାମସନ ୧୫ ବଲରୁ ୨୪ ରନ କରିଥିବାବେଳେ ଅଭିଶେକ ଶର୍ମା ୫୫ ରନ କରିଛନ୍ତି । ପରେ ଇଶାନ କିଷନ ୩୮ ଏବଂ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଥିଲେ ।

ଏହାସହ ଇଶାନ କିଷନ ୩୮, ସୂର୍ଯ୍ୟକୁମାର ଯାଦବ ୩୩, ପାଣ୍ଡ୍ୟା ୫୦ ରନ ଏବଂ ତିଲକ ବର୍ମା ୪୪ ରନ କରିଥିଲେ । ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ ଆଜିର ମ୍ୟାଚରେ ଆସୁ ଆସୁ ବଡ଼ ବଡ଼ ସଟ ଖେଳିଥିଲେ । ଏହାସହ ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : ପିଇବାକୁ ନଥିଲା ପାଣି, ଗରମରେ ବନ୍ଦ ବସ୍ ଭିତରେ UKG ଛାତ୍ରଙ୍କ ସଂଘର୍ଷ