ଭୁବନେଶ୍ୱର,୩/୧୧: ଆସନ୍ତା ୬ ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଭାରତୀୟ ରୋଡ୍ କଂଗ୍ରେସ(ଆଇଆରସି)ର ପ୍ରଦର୍ଶନୀ ଉଦ୍ଘାଟନ ହେବ । ୭ରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଅଧିବେଶନକୁ ଉଦ୍ଘାଟନ କରିବେ । ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ ।
କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ଦୁଇ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମଟା ଓ ହର୍ଷ ମଲହୋତ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିବେ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଡ଼କ ଓ ପରିବହନ ମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ବିଭିନ୍ନ ବୈଷୟିକ ଅଧିବେଶନ୯ ତାରିଖ ରାତି ପର୍ଯ୍ୟନ୍ତ ଚାଲିବ । ୧୦ ତାରିଖରେ କାର୍ଯ୍ୟକ୍ରମ ସରିବ । ଏଥିଲଶଗି ପ୍ରସ୍ତୁତି ସରିଛି । ସାରା ଦେଶରେ ରାସ୍ତା ନିର୍ମାଣ କ୍ଷେତ୍ରରେ ନୂଆ କ’ଣ ଜ୍ଞାନକୌଶଳ ବିନିଯୋଗ ହେବ, ସେ ନେଇ ବୈଷୟିକ ଅଧିବେଶନରେ ଚିନ୍ତନ କରାଯିବ । ଆଗାମୀ ଆଇଆରସି ପର୍ଯ୍ୟନ୍ତ ଆଲୋଚନା ହୋଇଥିବା ବିଷୟବସ୍ତୁଗୁଡ଼ିକ ଆମକୁ ରାସ୍ତା ନିର୍ମାଣ କ୍ଷେତ୍ରରେ ଆଗକୁ ନେବାରେ ସହାୟକ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।