ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଜି ଭାରତୀୟ ସେନା ଦିବସ, ବୀରଙ୍କ ସାହସିକତା ଓ ବଳିଦାନକୁ ମନେ ପକାଉଛି ଦେଶ

Published By : Ankita S | January 15, 2025 9:47 AM

ନୂଆଦିଲ୍ଲୀ,୧୫/୧: ସେମାନେ ସୀମାରେ ଅଛନ୍ତି ବୋଲି ଆମେ ସୁରକ୍ଷିତ । ଖରା, ବର୍ଷା, ଶୀତ ସବୁବେଳେ ସୀମାର ଜାଗ୍ରତ ପ୍ରହରୀ ସାଜିଥିବା ସେନାଙ୍କ ପାଇଁ ଆମେ ଶାନ୍ତିରେ ଶୋଇ ପାରୁଛୁ । ସେହି ବୀର ଯବାନଙ୍କୁ ସମ୍ମାନ ଜଣାଇବାକୁ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ଭାରତୀୟ ସେନା ଦିବସ ଭାବେ ପାଳନ କରାଯାଏ ।

ସୀମା ରକ୍ଷା କରିବା ନେଇ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇ ଚଳିତ ବର୍ଷ ୭୭ତମ ଭାରତୀୟ ସେନା ଦିବସ ପାଳନ କରାଯାଉଛି । ଏହି ଦିନ ସେନାର ବୀରତ୍ବ, ସାହସିକତା ଓ ବଳିଦାନକୁ ସ୍ମରଣ କରାଯାଏ । ସେନା ଦିବସ ଅବସରରେ ପୁଣେରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ଅବସରରେ ଦେଶରେ ବିଭିନ୍ନ ସାମିରକ ମୁଖ୍ୟାଳୟରେ ସାମରିକ ପରେଡ ଆୟୋଜିତ ହୋଇଛି ।

ଭାରତୀୟ ସେନା ଦିବସ- ପ୍ରତିବର୍ଷ ଜାନୁଆରୀ ୧୫ ତାରିଖ ପ୍ରତିଟି ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର । ଏହି ଦିନ ଭାରତ ଇତିହାସ ପାଇଁ ଗର୍ବ ଓ ଗୌରବର ଦିନ ।  ଏହି ଗୌରବକୁ ବଢାଇବାକୁ ସୀମା ସୁରକ୍ଷାରେ ମୁଖ୍ୟ ଭୂମିକା ତୁଲାଉଥିବା ସୈନିକଙ୍କୁ ସମ୍ମାନିତ କରାଯାଇଥାଏ । ନୂଆଦିଲ୍ଲୀ ଓ ଦେଶର ବିଭିନ୍ନ ସେନା ମୁଖ୍ୟାଳୟରେ ସାମରିକ ପରେଡ ଓ ସାମରିକ ପ୍ରଦର୍ଶନ ଓ ଅନ୍ୟାନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେନାର ଶୌର୍ଯ୍ୟ, ବଳିଦାନ ଓ ସାହାସକୁ ମନେ ପାଇବାକୁ ଭାରତୀୟ ସେନା ଦିବସ ପାଳନ କରାଯାଏ । ଦେଶର ପ୍ରଥମ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ କେଏମ୍ କାରିଆପ୍ପା  ଜାନୁଆରୀ ୧୫ ତାରିଖରେ ତାଙ୍କର ପଦ ଗ୍ରହଣ କରିଥିବାରୁ ପ୍ରତିବର୍ଷ ଏହି ଦିନ ସେନା ଦିବସ ପାଳନ କରାଯାଏ । ଭାରତ ଓ ପାକିସ୍ତାନ ମଧ୍ୟରେ ଯେବେ ଯୁଦ୍ଧ ଆରମ୍ଭ ହେଲା ସେବେ କେଏମ୍ କାରିଆପ୍ପା ଭାରତୀୟ ସେନାର ନେତୃତ୍ବ ନେଇଥିଲେ।

ଭାରତୀୟ ସେନାର ସଫଳତା- ଦେଶର ସୁରକ୍ଷା କବଜ ସେନା । ଯେବେଯେବେ ଦେଶ ଉପରେ ଶତ୍ରୁର ନଜର ପଡିଛି ତାକୁ ଜବାବ ଦେଇଛି ଭାରତୀୟ ସେନା । ଅନେକ ଯୁଦ୍ଧରେ ଶତ୍ରୁକୁ ମାତ ଦେଇ ସଫଳତା ହାସଲ କରିଛି । ୧୯୪୭-୪୮ରେ  ଯେବେ ପାକିସ୍ତାନ ସେନା କାଶ୍ମୀରକୁ ଛଡାଇ ନେବା ପାଇଁ ଯୁଦ୍ଧ ହୋଇଥିଲା । ତେବେ କାଶ୍ମୀରକୁ ଭାରତୀୟ ସେନା ଉଦ୍ଧାର କରିଥିଲା । ସେହିପରି ୧୯୬୨ରେ ଚୀନ ଭାରତୀୟ ହିମାଳୟ ସୀମା ଉପରେ ଆକ୍ରମଣ କରିଥିଲା । ସେବେ ଭାରତୀୟ ସେନା ଚୀନ ବିରୋଧରେ  ସତର୍କତା ବଢାଇ ଏହାର ଜବାବ ଦେଇଥିଲା । ୧୯୬୫ରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଭାରତୀୟ ସେନା ପାକିସ୍ତାନକୁ ମୁହଁତୋଡ ଜବାବ  ଦେଇ ପରାସ୍ତ କରିଥିଲା । ୧୯୯୧ରେ ପାକିସ୍ତାନୀ ସେନା ବିରୋଧରେ ଅପରେସନ ବିଜୟ କରାଯାଇଥିଲା । ଏଥିରେ ଭାରତୀୟ ସେନାର ବିଜୟ ହୋଇଥିଲା । ଏହା କାର୍ଗିଲ ଯୁଦ୍ଧ ନାମରେ ପ୍ରସିଦ୍ଧ ।

ଏହା ବି ପଢନ୍ତୁ...ବଢିବ ଭାରତୀୟ ନୌସନାଙ୍କ ବଳ, ସାମିଲ ହେବ ୩ ଯୁଦ୍ଧଜାହଜ


ଚଳିତବର୍ଷର ଥିମ୍- ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇ ସେମାନଙ୍କ ବଳିଦାନକୁ ମନେପକାଇବାକୁ ଚଳିତ ବର୍ଷ ୭୭ତମ ଭାରତୀୟ ସେନା ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଦିବସର ଥିମ୍ ବା ବିଷୟବସ୍ତୁ ରହିଛି 'ସମର୍ଥ ଭାରତ,ସକ୍ଷମ ସେନା' ।  ଦିଲ୍ଲୀ କାରିଆପା ପରେଡ ଗ୍ରାଉଣ୍ଡରେ ସ୍ବତନ୍ତ୍ର ପରେଡ କରିବେ ସେନା । ପରେଡ, ନୃତ୍ୟ ଓ ମିଲିଟାରୀ ଡ୍ରିଲ ସହିତ ଅନ୍ୟାନ କାର୍ଯ୍ୟକ୍ରମ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.