ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବଢିବ ଭାରତୀୟ ନୌସନାଙ୍କ ବଳ, ସାମିଲ ହେବ ୩ ଯୁଦ୍ଧଜାହଜ

Published By : Ankita S | January 15, 2025 8:38 AM

ନୂଆଦିଲ୍ଲୀ,୧୫/୧: ଭାରତର ଶକ୍ତି ବଢିବ । ଶତ୍ରୁ ଡରିବ । ଥରିବ ଶତ୍ରୁ ଶିବିର । ଶତ୍ରୁ ଛାତିରେ ପଶିବ ଛନକା । ବହୁଗୁଣା ବଢିବ ଭାରତୀୟ ନୌସନାଙ୍କ ବଳ । ଶକ୍ତିଶାଳୀ ହେବେ ନୌବୀର । ସମୁଦ୍ରରେ ଶତ୍ରୁକୁ ଦେବେ ଚକମା । କାରଣ ଭାରତକୁ ମିଳିବାକୁ ଯାଉଛି ୩ ବିଧ୍ବଂସକାରୀ ଯୁଦ୍ଧପୋତ । ଆଜି (ବୁଧବାର) ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । କାରଣ ସାମିଲ ହେବ ୩ ଯୁଦ୍ଧଜାହଜ । ମୁମ୍ବାଇ ଡକୟାର୍ଡରେ ସାମିଲ ହେବ ବିଧ୍ବଂସକାରୀ  ଆଇଏନଏସ  ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶିର ଯୁଦ୍ଧଜାହଜ ଭାରତୀୟ ନୌସେନାରେ ସାମିଲ ହେବ ।

ଦେଶ ପାଇଁ  ୩ ଯୁଦ୍ଧ ବିମାନକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୩ ଯୁଦ୍ଧଜାହଜ ଭାରତୀୟ ନୌସେନା କ୍ଷେତ୍ରରେ ଶକ୍ତି ବୃଦ୍ଧି ସହିତ ଆତ୍ମନିର୍ଭର ଭାରତକୁ ବଳ ଦେବ ବୋଲି ସୋସିଆଲ ମଡିଆରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ୩ଟି ଯୁଦ୍ଧଜାହଜକୁ ନେଇ ସ୍ବତନ୍ତ୍ର ଭିଡିଓ ପୋଷ୍ଟ କରିଛି ନୌସେନା । ଆଜି ଏହି ଐତିହାସିକ ମୂହୂର୍ତ୍ତର ସାକ୍ଷୀ ହେବ ଦେଶ । ବିଶ୍ବ ଦେଖିବ ଭାରତର ଶକ୍ତି ସାମର୍ଥ୍ୟ ।

ଆଇଏନଏସ ସୁରତ- ଏହି ଯୁଦ୍ଧଜାହଜ ପ୍ରୋଜେକ୍ଟ ୧୫ବିର ଏକ ଅଂଶ ।  ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏହି ଯୁଦ୍ଧଜାହଜରେ ଶତ୍ରୁ ପକ୍ଷକୁ ମାତ ଦେବାକୁ ଦକ୍ଷତା ରହିଛି । ଗାଇଡେଡ୍ ମିସାଇଲ ବିଧ୍ବଂସକ ଭାବେ ଏହାକୁ ବିକଶିତ କରାଯାଇଛି । ବିଶ୍ବର ବିଧ୍ବଂସକ ଯୁଦ୍ଧତୋପ ମଧ୍ୟରୁ ଅନ୍ୟତମ । ଏହାର ୭୫ ପ୍ରତିଶତ ଭାରତରେ ନିର୍ମାଣ ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସର ଯୁଦ୍ଧପୋତକୁ ଆହୁରି ବିଧ୍ବଂସକ କରିଛି । ଅତ୍ୟାଧୁନିକ ଜ୍ଞାନକୌଶଳ ନେଟୱାର୍କ ସମ୍ପର୍ଣ୍ଣ ହୋଇଛି ଆଇଏନଏସ ସୁରତ । ଘଣ୍ଟାପ୍ରତି ୫୬କିମି ବେଗରେ ଗତି କରିବ । ୫୦ ଅଫିସର ଓ ୨୫୦ ନୌବୀରଙ୍କୁ ନେବ ଯାତ୍ରା କରିବାର କ୍ଷମତା ଆଇଏନଏସ ସୁରତ ପାଖରେ ରହିଛି । ଥରକରେ ୭୫୦୦୦କିମି ଯାତ୍ରା କରିପାରିବ ଏହି ବିଧ୍ବଂସକ । ସମୁଦ୍ରରେ ୪୫ଦିନ ରହିପାରିବ । ଉଭୟ ରାତି ଓ ଦିନରେ ଅପରେସନ କରିବପାରିବ ଏହି ଯୁଦ୍ଧପୋତ ।

ଏହା ବି ପଢନ୍ତୁ...ନୌସେନାକୁ ଦେବା ପୂର୍ବରୁ କ୍ରାସ୍ ହେଲା ଦୃଷ୍ଟି ୧୦ ଷ୍ଟାରଲାଇନର ଡ୍ରୋନ୍, ପୋରବନ୍ଦରରେ ଚାଲିଥିଲା ଟେଷ୍ଟିଂ

ଆଇଏନଏସ ନୀଳଗିରି -  ଅତ୍ୟାଧୁନିକ ବିଧ୍ବଂସକ ଯୁଦ୍ଧପୋତ ଆଇଏନଏସ ନୀଳଗିରି । ସ୍ବଦେଶୀ ଜ୍ଞାନକୌଶଳରେ ଏହି ନିର୍ମିତ । ଏହି ଯୁଦ୍ଧଜାହଜ ପ୍ରୋଜେକ୍ଟ ୧୭ଏ ଷ୍ଚେଲଥର ପ୍ରମୁଖ ଜାହଜ । ମାରାତ୍ମର ମିସାଇଲକୁ ଏକା ଆଟକ କରିବ । ନୌସେନା ଯୁଦ୍ଧ ଜାହଜ ଡିଜାଇନ ବ୍ୟୁରୋ ଦ୍ବାରା ବିକଶିତ ହୋଇଛି । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିତ୍ୟାରେ ଯନ୍ତ୍ରପାତି ଖଞ୍ଜା ହୋଇଛି । ଏହା ଯୁଦ୍ଧତୋପ ବିଭିନ୍ନ ହେଲିକପ୍ଟର ଅପରେସନ ଯେପରି ଚେତକ, ଏଏଲଏଚ, ସି କିଙ୍ଗ ଏବଂ ନିକଟରେ ଆସିଥିବ ଏମଏଚ-୬୦ଆକୁ ଅବତରଣ କରିପାରିବ  । ପ୍ରୋଜେକ୍ଟ ୧୭ଏର ପ୍ରଥମ ଯୁଦ୍ଧଜାହଜ ଆଇଏନଏସ ନୀଳଗିରି । ଆଣ୍ଚି ସବମେରାଇନ ରକେଟ ଲଞ୍ଜର୍ସ ଏହାକୁ ଅଧିକ ଶକ୍ତିଶାଳୀ କରିଛି । ଯାହା ଚୀନର ମୁଣ୍ଡବିନ୍ଧାର କାରଣ ହୋଇଛି ।

ଆଇଏନଏସ ବାଘଶିର- ଏହା ପ୍ରୋଜେକ୍ଟ ୭୫ ସ୍କୋରପିନର ଷଷ୍ଠ ତଥା ଫାଇନାଲ ବୁଡାଜାହଜ । ଏହା ଏକ ଡିଜେଲ ଇଲେକ୍ରିକ୍ଟ ବୁଡାଜାହଜ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଓ ବିଧ୍ବଂସକ ଯୁଦ୍ଧତୋପ ଆଇଏନଏସ ବାଘଶିର । ଜଳପଥରେ ଏହା ଶତ୍ରୁଶିବିରକୁ କରିବ ଆକ୍ରମଣ । ଶତ୍ରୁପଥରେ ଗୁଇନ୍ଦା ସୂଚନା ହାସଲ କରିପାରିବ ଆଇଏନଏସ ବାଘଶିରି । ନାମ ଯେମିତି କାମ କରିବ ସେମିତି । ଏଥିରେ ଏଥିରେ ୧୮ଟି ଟର୍ପିଟୋ ମୁତୟନ କରାଯାଇପାରିବ । ଏକକାଳୀନ  ୬ଟି ଟର୍ପିଟୋରେ ଶତ୍ରୁକୁ ଆକ୍ରମଣ କରିପାରିବ ଆଇଏନଏସ ବାଘଶିରି । ୫୦ ଦିନ ଧରି ପାଣିରେ ରହିପାରିବ । ୩୫୦ଫୁଟ ଗଭୀର ପାଣି ଭିତରକୁ ଯାଇପାରିବ । ଏହାର ଲମ୍ବ ୨୨୧ ଫୁଟ ଓ ଲମ୍ବ ୪୦ ଫୁଟ । ପାଣି ଭିତରେ ଏହା ଘଣ୍ଟାପ୍ରତି ୩୭ କମି ଓ ପାଣି ଉପରେ ୨୦ କିମି ବେଗରେ ଗତି କରିବ । ଫ୍ରାନ୍ସ ସହଯୋଗରେ ଭାରତ ଏହାର ନିର୍ମାଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.