ନୂଆଦିଲ୍ଲୀ,୧୯।୪: ପଶ୍ଚିମ ଏସିଆରେ ଜାରି ଯୁଦ୍ଧ ଓ ଆମେରିକା-ଇସ୍ରାଏଲ ଏବଂ ଇରାନ ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ରୋଷେଇ ଘରେ ପଡିଛି। ମାର୍ଚ୍ଚ ମାସରେ ଭାରତର ଏଲପିଜି ବ୍ୟବହାରରେ ୧୨.୮%ର ପ୍ରବଳ ହ୍ରାସ ଦେଖିବାକୁ ମିଳିଛି। ସପ୍ଳାଇ ଚେନ୍ରେ ଆସିଥିବା ଏହି ବାଧାର କାରଣ ଘରୋଇ, ହୋଟେଲ-ରେଷ୍ଟୁରାଣ୍ଟ ଓ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ଗ୍ୟାସ୍ର ଉପଲବ୍ଧତା ପ୍ରଭାବିତ ହୋଇଛି।

ମାର୍ଚ୍ଚରେ କେତେ ହ୍ରାସ ପାଇଛି?

-ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ପେଟ୍ରୋଲିୟମ୍ ପ୍ଲାନିଂ ଆଣ୍ଡ ଆନାଲିସିସ୍ ସେଲ୍ (ପିପିଏସି)ର ଡାଟା ଅନୁସାରେ, ମାର୍ଚ୍ଚ ୨୦୨୬ ରେ ଏଲପିଜିର ସ୍ଥିତି କିଛି ଏଭଳି ରହିଛି।

-ମୋଟ୍ ଖର୍ଚ୍ଚ ଗତ ବର୍ଷ ୨.୭୨୯ ମିଲିୟନ ଟନ୍ ତୁଳନାରେ ହ୍ରାସ ପାଇ ୨.୩୭୯ ମିଲିୟନ ଟନ୍ ରହିଯାଇଛି।

-ଘରୋଇ ସିଲିଣ୍ଡର ବିକ୍ରିରେ ୮.୧% ହ୍ରାସ ଘଟିଛି।

-କମର୍ସିଆଲ ଗ୍ୟାସ୍‌ର ସପ୍ଲାଇରେ ୪୮%ର କାଟ୍ କରାଯାଇଛି।

-ବଲକ୍ ଏଲପିଜିର ବିକ୍ରିରେ ୭୫.୫%ର ରେକର୍ଡରେ ହ୍ରାସ ଦେଖିବାକୁ ମିଳିଛି।

କାହିଁକି ହେଲା ଗ୍ୟାସ୍ ସପ୍ଲାଇରେ ଅଭାବ ?

ଭାରତ ଏହାର ପ୍ରାୟ ୬୦% ଏଲପିଜି ଆବଶ୍ୟକତା ଆମଦାନୀ କରିଥାଏ। ଏହି ଆମଦାନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହର୍ମୁଜ୍ ଦେଇ ଆସେ। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ଏହି ମାର୍ଗ ପ୍ରାୟତଃ ବନ୍ଦ ହୋଇଗଲାଣି, ଯାହା ଫଳରେ ସାଉଦି ଆରବ ଏବଂ ୟୁଏଇରୁ ଯୋଗାଣ ବାଧାପ୍ରାପ୍ତ ହେଉଛି।

ସରକାର କ’ଣ ପଦକ୍ଷେପ ନେଇଥିଲେ?

ଘରୋଇ ରନ୍ଧନ ଗ୍ୟାସର ଅଭାବକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହା ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଯୋଗାଣ ହ୍ରାସ କରିଛି, ଏବଂ ଶିଳ୍ପଗୁଡ଼ିକୁ ମଧ୍ୟ ସୀମିତ ଯୋଗାଣ କରିଛି।

ଘରୋଇ ଉତ୍ପାଦନ ବୃଦ୍ଧି ପାଇଛି

ଗ୍ୟାସ ଯୋଗାଣ ଅଭାବ ପୂରଣ କରିବା ପାଇଁ, ସରକାର ରିଫାଇନାରୀଗୁଡ଼ିକୁ ପେଟ୍ରୋକେମିକାଲ ଉତ୍ପାଦନ ହ୍ରାସ କରିବା ଏବଂ ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

-ଏହା ଫଳରେ ମାର୍ଚ୍ଚ ମାସରେ ଘରୋଇ ଉତ୍ପାଦନ ୧.୪ ମିଲିୟନ ଟନ୍ ବୃଦ୍ଧି ପାଇଲା, ଯାହା ଗତ ବର୍ଷ ୧.୧ ମିଲିୟନ ଟନ୍ ଥିଲା।

- ସମଗ୍ର ଆର୍ଥିକ ବର୍ଷ (୨୦୨୫-୨୬)ରେ ମୋଟ ଏଲପିଜି ଉତ୍ପାଦନ ୧୩.୧ ନିୟୁତ ଟନ୍ ଥିଲା।