ନୂଆଦିଲ୍ଲୀ : ଆମେରିକୀୟ ବୁଡ଼ା ଜାହାଜର ଆକ୍ରମଣରେ ଭାରତ ମହାସାଗରରେ ବୁଡ଼ି ଯାଇଥିବା , ଇରାନୀ ଯୁଦ୍ଧ ଜାହାଜକୁ ନେଇ ଭାରତୀୟ ନୌସେନା ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ନୌସେନା ଦ୍ୱାରା କୁହାଯାଇ ଥିଲା ଯେ, ଏହି ଘଟଣାର ସୂଚନା ପାଇବା କ୍ଷଣି ଭାରତୀୟ ନୌସେନା ତୁରନ୍ତ ତଲାସ ଓ ଉଦ୍ଧାର ଅଭିଯାନ (ଏସଏଆର) ଆରମ୍ଭ କରିଥିଲା। ଏହି ଅନୁସାରେ , ୩ ମାର୍ଚ୍ଚ ୨୦୨୬ ସକାଳେ ୧୦ଟା ସମୟରେ ଏକ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲିଂ ବିମାନ ପଠାଯାଇ ଥିଲା।
ନୌସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇ ଥିଲା ଯେ, ପାଟ୍ରୋଲିଂ ଜାହାଜକୁ ପଠାଇବା ସହ , ଏୟାର-ଡ୍ରପେବଲ୍ ଲାଇଫ୍ ରାଫ୍ଟ ଏବଂ ଏକ ବିମାନକୁ ମଧ୍ୟ ପ୍ରସ୍ତୁତ ରଖାଯାଇ ଥିଲା। ଘଟଣାସ୍ଥଳର ନିକଟରେ ଥିବା ଆଇଏନଏସ ତରଙ୍ଗିନିକୁ ମଧ୍ୟ ଉଦ୍ଧାର କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ପଠାଯାଇ ଥିଲା, ଆମର ଏହି ଜାହାଜ ସନ୍ଧ୍ୟା ୪ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ଘଟଣାର ଗମ୍ଭୀରତାକୁ ଦେଖି ଏହି ଉଦ୍ଧାର ଅଭିଯାନ ବ୍ୟତୀତ ନୌସେନା କୋଚ୍ଚି ଉପକୂଳରେ ଥିବା ଆଇଏନଏସ ଉଚ୍ଛକକୁ ମଧ୍ୟ ପ୍ରସ୍ଥାନ କରିଥିଲା, ଯାହାକି ଯେଉଁ ଇରାନୀ ନାବିକ ନିଖୋଜ , ତାଙ୍କୁ ଖୋଜିବାର ଅଭିଯାନରେ ଆହୁରି ବି ଅଧିକ ଦ୍ରୁତତର କରାଯାଇ ପାରିବ। ଏହି ଜାହାଜ ଏବେ ବି ଏହି ଦୁର୍ଘଟଣାରେ ନିଖୋଜ ହୋଇଥିବା ଲୋକଙ୍କ ତଲାସ ଜାରି ରଖିଛି।
ଆହୁରି ମଧ୍ୟ ପଢନ୍ତୁ : ଆମେରିକା ସହ ଯୁଦ୍ଧ ମଧ୍ୟରେ ଇରାନରୁ ଭାରତ ପାଇଁ ଆସିଲା ଖୁସି ଖବର , ଷ୍ଟ୍ରେଟ୍ ଅଫ୍ ହୋର୍ମୁଜକୁ ନେଇ ବଡ଼ ଘୋଷଣା
ନୌସେନା କହିଛି ଯେ, ଘଟଣାସ୍ଥଳରେ ଶ୍ରୀଲଙ୍କାର ନୌସେନାର ଉପସ୍ଥିତି ନିକଟତର ଥିଲା। ଏଥିପାଇଁ ଏମର୍ଜେନ୍ସି କଲ୍ ମିଳିବା ପରେ , ଆମର ସାହାଯ୍ୟ ସେଠାରେ ପହଞ୍ଚିବା ପୂର୍ବରୁ ଶ୍ରୀଲଙ୍କା ଅଭିଯାନ ଆରମ୍ଭ କରି ଦେଇଥିଲା। ଆମର ଜାହାଜ ଗୁଡ଼ିକ ମଧ୍ୟ ସେଠାରେ ପହଞ୍ଚି ଅଭିଯାନକୁ ଖୁବ୍ ଜୋରରେ ଶେଷ କରିବାରେ ସାହାଯ୍ୟ କରିଥିଲେ। ଏବେ ବି ନିଖୋଜ ଲୋକଙ୍କ ତଲାସ ପାଇଁ ଅଭିଯାନ ଚାଲିଛି।
ଉଲ୍ଲେଖନୀୟ ଯେ,ଇରାନର ଯୁଦ୍ଧ ଜାହାଜ ଆଇଆରଆଇଏସ ଡେନା ବିଶାଖାପାଟ୍ଟନମରେ , ଫ୍ଲିଟ୍ ରିଭ୍ୟୁ ଅଭ୍ୟାସର ଭାଗ ନେବା ପାଇଁ ଭାରତ ଆସିଥିଲା। ଏହି ସମୟରେ ଆମେରିକା ଓ ଇସ୍ରାଏଲ ମିଶି ଇରାନ ଉପରେ ହମଲା କରି ଯୁଦ୍ଧ ଆରମ୍ଭ କରି ଦେଇ ଥିଲେ। ଏହି ଯୁଦ୍ଧା ଜାହାଜ ଭାରତର ଜଳ ସୀମାରୁ ବାହାରି ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ବୁଲୁ ଥିଲା। ଏହି ସମୟରେ ଆମେରିକୀୟ ବୁଡ଼ା ଜାହାଜ ପକ୍ଷରୁ ଟପପିଡୋ ମାଡ଼ କରି ଏହାକୁ ଭାରତ ମହାସାଗରର ଗଭୀରରେ ବୁଡ଼ାଇବାକୁ ବାଧ୍ୟ କରିଥିଲା। ଏହି ଆକ୍ରମଣରେ ୮୦ରୁ ଅଧିକ ନିଖୋଜ ଇରାନୀ ନୌସୈନିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ଏବେ ବି ତଲାସୀ ଅଭିଯାନ ଜାରି ରହିଛି।