ନୂଆଦିଲ୍ଲୀ : ମଧ୍ୟ ପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର (ଆଇଆରଜିସି) ଏକ ବଡ଼ ଓ ଦୃଢ ଘୋଷଣା କରିଛି। ହୋର୍ମୁଜ ପଥ ଏବେ କେବଳ ସଂଯୁକ୍ତ ରାଷ୍ଟ୍ର ଆମେରିକା , ଇସ୍ରାଏଲ , ୟୁରୋପ ଓ ଏହାର ପାଶ୍ଚାତ୍ୟ ସହଯୋଗୀଙ୍କ ଜାହାଜ ପାଇଁ ସଂପୂର୍ଣ୍ଣ ରୂପେ ବନ୍ଦ କରି ଦେଇଛି। ଏହି ଘୋଷଣା ଗୁରୁବାର ଇରାନର ସରକାରୀ ପ୍ରସାରକ ଆଇଆରଆଇବିର ମାଧ୍ୟମରେ ଘୋଷଣା କରିଛି।
ଆଇଆରଜିସି ସ୍ପଷ୍ଟ ଚେତାବନୀ ଦେଇଛି ଯେ, ଯଦି ଆମେରିକା , ଇସ୍ରାଏଲ , ୟୁରୋପ କିମ୍ୱା ତାଙ୍କର ସମର୍ଥକ ଦେଶ ଗୁଡ଼ିକର କୌଣସି ବି ଜାହାଜ ଏହି ଗୁରୁତ୍ତ୍ୱପୂର୍ଣ୍ଣ ମାର୍ଗ ଦେଇ ଯିବାକୁ ଚେଷ୍ଟା କରେ ତ ,ସେଗୁଡ଼ିକ ଉପରେ ନିଶ୍ଚିତ ରୂପେ ଆକ୍ରମଣ କରାଯିବ ଏବଂ ଏହାକୁ ନଷ୍ଟ କରି ଦିଆ ଯିବ। ଏହା ପୂର୍ବରୁ ବୁଧବାର ଆଇଆରଜିସି କହି ଥିଲା ଯେ, ହୋର୍ମୁଜ ଷ୍ଟ୍ରେଟ୍ କେବଳ ଚୀନ ପାଇଁ ବନ୍ଦ ନାହିଁ। ନୂଆ ଘୋଷଣା ପରେ ଏବେ ସେପଷ୍ଟ ହୋଇ ଯାଇଛି ଯେ, ଭାରତ ମଧ୍ୟ ଏହି ଦୃଢ ପଦକ୍ଷେପରୁ ବାହାରେ ରହିଛି ଏବଂ ତୈଳ ଭାରତକୁ ମଧ୍ୟ ମିଳିବ।
ଇରାନୀ ଅଧିକାରୀମାନେ କହିଛନ୍ତି ଯେ, ଅନ୍ତର୍ଜାତୀୟ ଆଇନ ଓ ସମ୍ୱନ୍ଧିତ ପ୍ରସ୍ତାବ ଗୁଡ଼ିକ ଅନୁସାରେ , ଯୁଦ୍ଧ ସମୟରେ ଇସଲାମିକ ଗଣରାଜ୍ୟ ଇରାନକୁ ହୋର୍ମୁଜ ପଥରେ ଯାତାୟାତକୁ ନିୟନ୍ତ୍ରିତ କରିବାର ପୂରା ଅଧିକାରୀ ଅଛି। ଆଇଆରଜିସି ଦୋହରାଇଛି ଯେ, ଆମେ ପୂର୍ବରୁ ମଧ୍ୟ କହି ସାରିଛୁ ଯେ, ଯୁଦ୍ଧ ସମୟରେ ଇସଲାମିକ ରିପବ୍ଲିକ୍ ଇରାନକୁ ଏହି ଷ୍ଟ୍ରେଟ୍ ଉପରେ ନିୟନ୍ତ୍ରଣର ଅଧିକାର ରହିଛି। ଏହି ଘୋଷଣା ଆମେରିକା ଓ ଇସ୍ରାଏଲ ଦ୍ୱାରା ଶନିବାର ଇରାନ ବିରୋଧରେ ଆରମ୍ଭ କରାଯାଇ ଥିବା ମିଳିତ ସେନା ଅଭିଯାନ ପରେ ଆସିଛି, ଏହାପରେ ଷ୍ଟ୍ରେଟ୍ ବ୍ୟାବହାରିକ ରପେ ବନ୍ଦ ହୋଇ ଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ବିଶ୍ୱ ତୈଳର ଦରରେ ବୃଦ୍ଧି ଆସିଛି ଏବଂ ସାରା ବିଶ୍ୱରେ ଶକ୍ତି ସପ୍ଲାଇ ଉପରେ ଗଭରୀ ସଙ୍କଟ ଦେଖା ଦେଇଛି।
ଏହା ପୂର୍ବରୁ ବୁଧବାର ଇରାନ ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା ଯେ, ହୋର୍ମୁଜ ଷ୍ଟ୍ରେଟ୍ ଦେଇ କେବଳ ଚାଇନା ପତାକା ଥିବା ଜାହାଜକୁ ହିଁ ଯିବାକୁ ଅନୁମତି ଦିଆଯିବ। ଇରାନୀ ଅଧିକାରୀମାନେ ଏହି ଯୁଦ୍ଧ ବେଳେ ବେଜିଂର ସମର୍ଥନ ଓ ତେହରାନ ପ୍ରତି ସହାନୁଭୂତିପୂର୍ଣ୍ଣ ଆଭିମୁଖ୍ୟ ଭାବେ ଦେଖିଛନ୍ତି।
କହି ରଖୁଛୁ ଯେ, ହୋର୍ମୁଜ ଷ୍ଟ୍ରେଟ୍ ବିଶ୍ୱର ମୋଟ ସାମୁଦ୍ରିକ ତୈଳ ପରିବହନର ପ୍ରାୟ ଏକ ପଞ୍ଚମାଂଶ ଭାଗ ( ୨୦ ପ୍ରତିଶତ) ବହନ କରିଥାଏ, ଯାହା ବିଶ୍ୱ ଶକ୍ତି ସୁରକ୍ଷା ପାଇଁ ଖୁବ୍ ପ୍ରମୁଖ।
ଆହୁରି ମଧ୍ୟ ପଢନ୍ତୁ : ଇରାନ-ଆମେରିକା ଯୁଦ୍ଧକୁ ନେଇ ଚୀନ ଭବିଷ୍ୟବକ୍ତାଙ୍କ ତିନୋଟି ଭବିଷ୍ୟବାଣୀ , ଦୁଇଟି ହୋଇଛି ସତ ; ତୃତୀୟଟି ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ