• କାନାଡ଼ାରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ

  • ହସ୍ପିଟାଲରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଚାଲିଗଲା ଜୀବନ

  • ଛାତିରେ ଖୁବ୍‌ ଯନ୍ତ୍ରଣା ଅନୁଭବ କରୁଥିଲେ

  • ହସ୍ପିଟାଲର ୱେଟିଂ ଏରିଆରେ ବସି ଟଳି ପଡ଼ିରେ ପ୍ରଶାନ୍ତ ଶ୍ରୀକୁମାର

  • ପରିବାରରେ ତାଙ୍କର ପତ୍ନୀ ଓ ତିନି ଜଣ ପିଲା ଅଛନ୍ତି

ଓଟାୱା : କାନାଡାର ଏଡମୋଣ୍ଟନରେ ଭାରତୀୟ ବଂଶୋଦ୍ଭବ ଜଣେ ୪୪ ବର୍ଷିୟ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ଭାବେ (କାର୍ଡିଆକ୍‌ ଆରେଷ୍ଟରେ) ମୃତ୍ୟୁ ହୋଇଛି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିଲା ଏବଂ ଚିକିତ୍ସା ପାଇଁ ତାଙ୍କୁ ସମୟ ପାଖାପାଖି ଆଠ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଗ୍ଲୋବାଲ ନ୍ୟୁଜ୍‌ର ଏକ ରିପୋର୍ଟ ଅନୁସାରେ, ଏହି ଘଟଣା ଗ୍ରେ ନନ୍ସ  କମ୍ୟୁନିଟି ହସ୍ପିଟାଲରେ ହୋଇଛି। ପ୍ରଶାନ୍ତ ଶ୍ରୀକୁମାର, ଯିଏ ପେଶାରେ ଜଣେ ଆକାଉଣ୍ଟାଣ୍ଟ ଥିଲେ ଏବଂ ତିନୋଟି ପିଲାର ବାପା ଥିଲେ, ତାଙ୍କୁ କାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭୂ ହୋଇଥିଲା ଏବଂ ଜଣେ କ୍ଲାଇଣ୍ଟ ତାଙ୍କୁ ହସ୍ପିଟାଲ ନେଇଗଲେ। ତାଙ୍କୁ ଏମର୍ଜେନ୍ସି ରୁମ୍‌ରେ ଅପେକ୍ଷା କରିବା ପାଇଁ କୁହାଯାଇ ଥିଲା। ହେଲେ, ଅନେକ ଘଣ୍ଟା ପରେ ମଧ୍ୟ କେହି ତାଙ୍କୁ ଦେଖିବାକୁ ଆସିନଥିଲେ ଏବଂ ଯନ୍ତ୍ରଣାରେ ଛଟପଟ ହୋଇ ଟ୍ରିଟମେଣ୍ଟ ଏରିଆରେ ଖସି ପଡ଼ିଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

​​​​​​​ଏହାସହ ମଧ୍ୟ ପଢନ୍ତୁ : ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଶେଷ କରିବାକୁ ପ୍ରସ୍ତୁତି ! ରୁଷ୍ ତିଆରି କରୁଛି ନୂଆ ଅସ୍ତ୍ର...ରିପୋର୍ଟରେ ଚାଞ୍ଚଲ୍ୟ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓରେ ଶ୍ରୀକୁମାରଙ୍କର ପତ୍ନୀ ଘଣ୍ଟା ଘଣ୍ଟା ଧରି ଚାଲିଥିବା ସମସ୍ୟା ବିଷୟରେ କହୁଛନ୍ତି ଏବଂ ଦାବି କରୁଛନ୍ତି ଯେ, ୱେଟିଂ ରୁମ୍‌ରେ ବସିବା ସତ୍ତ୍ୱେ ତାଙ୍କର (ସ୍ୱାମୀ) ବ୍ଲଡ୍‌ ପ୍ରେସର ୨୧୦ରେ ପହଞ୍ଚି ଥିଲା ଏବଂ ଅସହନୀୟ ଯନ୍ତ୍ରଣା ହେବାର ଅଭିଯୋଗ କରିବା ପରେ ମଧ୍ୟ ତାଙ୍କୁ କେବଳ ଟାୟଲେନାଲ ଦିଆଯାଇଥିଲା। ଶ୍ରୀକୁମାରଙ୍କ ବାପା , କୁମାର ଶ୍ରୀକୁମାର କହିଛନ୍ତି ଯେ, ତାଙ୍କର ପୁଅ ତାଙ୍କୁ ଓ ହସ୍ପିଟାଲ ଷ୍ଟାଫ୍‌ଙ୍କୁ ବାରମ୍ୱାର କହିଛନ୍ତି ଯେ, ତାଙ୍କୁ ବହୁତ ଅଧିକ ଯନ୍ତ୍ରଣା ହେଉଛି। କୁମାର କହିଛନ୍ତି , ସେ ମୋତେ କହିଲେ ଯେ ବାପା , ମୁଁ ଯନ୍ତ୍ରଣାକୁ ସହ୍ୟ କରିପାରୁ ନାହିଁ।

ଆଠ ଘଣ୍ଟା ଯାଏ କରିବାକୁ ପଡିଲା ଅପେକ୍ଷା –

ପରିବାର କହିଛନ୍ତି , ପ୍ରଶାନ୍ତଙ୍କ କେବଳ ଇସିଜି ହିଁ କରାଯାଇ ଥିଲା, କିନ୍ତୁ ଏହାକୁ ନେଇ ତାଙ୍କୁ କହିଥିଲେ ଯେ, କିଛି ବିଶେଷ ଜଣାପଡ଼ିଲା ନାହିଁ ଏବଂ ଏହାପରେ ତାଙ୍କୁ ଅନ୍ୟ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ିଲା।ମଝି ମଝିରେ ନର୍ସ ପ୍ରଶାନ୍ତଙ୍କ ବ୍ଲଡ୍‌ ପ୍ରେସର ମଧ୍ୟ ଚେକ୍‌ କରିଥିଲେ , ଯାହାକି ଲଗାତାର ବଢୁ ଥିଲା। ଆଠ ଘଣ୍ଟା ଯାଏ ଅପେକ୍ଷା କରିବା ପରେ ପ୍ରଶାନ୍ତଙ୍କୁ ଚିକିତ୍ସା ପାଇଁ ଡ଼କାଯାଇ ଥିଲା ଏବଂ ଯେମିତି ହିଁ ସେ ସେଠାରେ ପହଞ୍ଚିଲେ , ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଗଲା ଏବଂ କିଛି ସେକେଣ୍ଡରେ ହିଁ ଖସି ପଡ଼ିଲେ।

କହି ରଖୁଛୁ ଯେ,ପ୍ରଶାନ୍ତଙ୍କ ପରିବାରରେ ତାଙ୍କର ପତ୍ନୀ ଓ ତିନି ଜଣ ପିଲା ଅଛନ୍ତି, ଯାହାଙ୍କର ବୟସ ୩, ୧୦ ଓ ୧୪ ବର୍ଷ। ତାଙ୍କର ପରିବାର ବହୁତ ଦୁଃଖୀ ଓ ଜାଣିବାକୁ ଚାହାନ୍ତି ଯେ,ଛାତିରେ ଅଧିକ ଯନ୍ତ୍ରଣା ହେଉଥିବା ରୋଗୀଙ୍କୁ ଡାକ୍ତରଙ୍କୁ ନଦେଖାଇ ଏତେ ସମୟ ଅପେକ୍ଷା କାହିଁକି କରିବାକୁ ପଡ଼ିଲା। ପରିବାରର ବନ୍ଧୁ ବରିନ୍ଦର ଭୁଲ୍ଲର କହିଛନ୍ତି ଯେ, ଏହି କ୍ଷତି ବହୁତ ବଡ଼ ଓ ଏହି ଘଟଣାକୁ ଆଶ୍ଚର୍ଯ୍ୟକର କହିଛନ୍ତି। ସେ କହିଛନ୍ତି, ଆମେ ହସ୍ପିଟାଲ ଓ ହେଲଥ୍‌ କେୟାର ସିଷ୍ଟମ ଠାରୁ ଭଲ ଆଶା ଥିଲା।