• ନୂଆ ଅସ୍ତ୍ର ବିକଶିତ କରୁଛି ରୁଷ୍
  • ମସ୍କଙ୍କ ଷ୍ଟାରଲିଙ୍କକୁ  ରୁଷ୍‌ର ଟାର୍ଗେଟ୍
  • ବୈଜ୍ଞାନିକଙ୍କ ମଧ୍ୟରେ ବିତର୍କ ଆରମ୍ଭ
  • ଷ୍ଟାରଲିଙ୍କ ଉପରେ ନଜର ରଖୁଛି ରୁଷ୍

ନୂଆଦିଲ୍ଲୀ : ଟେସଲା ସିଇଓ ତଥା ବ୍ୟବସାୟୀ ଏଲନ ମସ୍କଙ୍କ ଷ୍ଟାରଲିଙ୍କର ମହାକାଶରେ ବିପଦ ଘେରରେ। ଏହି ବିପଦ ହେଉଛି ରୁଷର ନୂଆ ଅସ୍ତ୍ର। ସାମ୍ପ୍ରତିକ ଏକ ରିପୋର୍ଟରେ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଙ୍ଗଠନ (ନାଟୋ)ର ଦୁଇଟି ଦେଶର ଗୁଇନ୍ଦା ସଂସ୍ଥା କରୁଛନ୍ତି ସନ୍ଦେହ। ରୁଷ ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ସାଟେଲାଇଟକୁ ଟାର୍ଗେଟ କରିବା ପାଇଁ ଏକ ନୂତନ ଅସ୍ତ୍ର ବିକଶିତ କରୁଛି।

ଗୁଇନ୍ଦା ସଂସ୍ଥାଗୁଡ଼ିକଙ୍କ ବିଶ୍ୱାସ ଯେ, ଏହା ପଛରେ ରୁଷର ଲକ୍ଷ୍ୟ ମହାକାଶ କ୍ଷେତ୍ରରେ ପାଶ୍ଚାତ୍ୟ ଦେଶ ଗୁଡ଼ିକର ପ୍ରାଧାନ୍ୟକୁ ହ୍ରାସ କରିବା, ଯେଉଁଥିରେ ବର୍ତ୍ତମାନର ଯୁଦ୍ଧରେ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି। ଆସୋସିଏଟେଡ୍ ପ୍ରେସ୍, ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରାପ୍ତ ଦଲିଲଗୁଡ଼ିକୁ ଉଦ୍ଧୃତ କରି ଏହି ରିପୋର୍ଟ କରିଛି । ରିପୋର୍ଟରେ’ ଜୋନ୍-ଇଫେକ୍ଟ’ ଅସ୍ତ୍ର ବିଷୟରେ ଦର୍ଶାଯାଇଛି ,ଏହାର ଲକ୍ଷ୍ୟ ହଜାର ହଜାର ଘନତ୍ୱ ପେଲେଟ୍ ସହ ଷ୍ଟାରଲିଙ୍କ କକ୍ଷପଥ ଉପରେ ବୋମା ମାଡ଼ କରିବା, ଯାହା ଦ୍ୱାରା ସମ୍ଭାବିତ ଭାବେ ଏକାଠି ଅନେକ ଉପଗ୍ରହ ନିଷ୍କ୍ରିୟ ହୋଇ ଯିବେ। ହେଲେ ଏଥିରେ ଆହୁରି ଅନେକ ସାଟେଲାଇଟକୁ କ୍ଷତି ପହଞ୍ଚାଇବାର ଆଶଙ୍କା ମଧ୍ୟ ରହିଛି।

ଏହାସହ ମଧ୍ୟ ପଢନ୍ତୁ : ଭାରତର କାର୍ଯ୍ୟାନୁଷ୍ଠାନରେ ବିଚଳିତ ବାଂଲାଦେଶ , ଉତ୍ତେଜନା ମଧ୍ୟରେ ଭାରତୀୟଙ୍କ ପାଇଁ ରୋକିଲା ଭିସା ସର୍ଭିସ୍

ରିପୋର୍ଟ ଅନୁସାରେ, ରୁଷ ବିଶେଷ ରୂପେ ଷ୍ଟାରଲିଙ୍କକୁ ଏକ ବଡ଼ ବିପଦ ଭାବେ ମନେକରିଛି। ଏହାର କାରଣ ଯେବେ ଠାରୁ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଛି, ସେବେଠାରୁ ଷ୍ଟାରଲିଙ୍କ ୟୁକ୍ରେନ ପାଇଁ ଏକ ପ୍ରମୁଖ କମ୍ୟୁନିକେସନ ବ୍ୟବସ୍ଥା ପାଲଟି ଯାଇଛି। ୟୁକ୍ରେନ ସେନା ଯୁଦ୍ଧକ୍ଷେତ୍ରରେ ଯୋଗାଯୋଗ ଏବଂ ଟାର୍ଗେଟିଂ ପାଇଁ ଏହି ସାଟେଲାଇଟ୍ ନେଟୱାର୍କ ବ୍ୟବହାର କରନ୍ତି। ରୁଷୀୟ ଅଧିକାରୀମାନେ ପୂର୍ବରୁ ମଧ୍ୟ ଧମକ ଦେଇଥିଲେ ଯେ, ୟୁକ୍ରେନ ସେନାକୁ ସାହାଯ୍ୟ କରୁଥିବା କମର୍ସିଆଲ ସାଟେଲାଇଟ୍ ଗୁଡ଼ିକୁ ବୈଧ ଟାର୍ଗେଟ୍ ଭାବେ ଭାବେ ବିବେଚନା କରାଯାଇ ପାରେ।

କାନାଡିଆନ ଫୋର୍ସେସ୍ ସ୍ପେସ୍ ଡିଭିଜନର କମାଣ୍ଡର ବ୍ରିଗେଡିୟର ଜେନେରାଲ କ୍ରିଷ୍ଟୋଫର ହର୍ଣ୍ଣର କହିଛନ୍ତି ଯେ, ଏହାକୁ ଏଡାଇ ଦିଆଯାଇପାରିବ ନାହିଁ ଯେ, ରୁଷ ଏପରି କରିବ ନାହିଁ, ବିଶେଷକରି ସେତେବେଳେ ଯେତେବେଳେ ଆମେରିକା ଅଭିଯୋଗ କରିସାରିଛି ଯେ, ରୁଷ ମଧ୍ୟ ଏକ ପରମାଣୁ, ମହାକାଶ-ଆଧାରିତ ଅସ୍ତ୍ର ବିକଶିତ କରିବାକୁ ଚେଷ୍ଟା କରୁଛି।