ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଟ୍ରେନରେ ଏହି ବୟସ ପର୍ଯ୍ୟନ୍ତ ପିଲା ମାଗଣାରେ କରିପାରନ୍ତି ଯାତ୍ରା, ଜାଣନ୍ତୁ କେତେ ବର୍ଷ ପିଲାଙ୍କୁ ଲାଗିଥାଏ ଟିକେଟ

Published By : Gurupada Nath | March 11, 2025 5:02 PM

ନୂଆଦିଲ୍ଲୀ,୧୧/୩ :   ଭାରତୀୟ ରେଲଓ୍ବେରେ ପ୍ରତ୍ୟେକ ଦିନ କୋଟି କୋଟି ଲୋକ ଯାତ୍ରା କରିଥାନ୍ତି । ଯାତ୍ରୀଙ୍କ ସୁବିଧା ଲାଗି ଭାରତୀୟ ରେଲଓ୍ବେ କିଛି ନିୟମ କରିଛି । ଯାହାଦ୍ବାରା ଟ୍ରେନରେ ଛୋଟ ପିଲା, ମହିଳା, ବୃଦ୍ଧବୃଦ୍ଧା ଏବଂ ଦିବ୍ୟାଙ୍ଗଙ୍କ ଲାଗି ଟିକେଟ ବୁକିଂ ସମୟରେ ଖାସ୍ ରିହାତି ରହିଛି । ବୟସ ହିସାବରେ କିଛି ଛୋଟ ପିଲାଙ୍କ ଟ୍ରେନରେ ଟିକେଟ ଲାଗିନଥାଏ ଏବଂ କିଛି ଜଣଙ୍କ ହାଫ୍ ଟିକେଟ୍ ଲାଗିଥାଏ । 

ଆସନ୍ତୁ ଜାଣିବା ରେଲଓ୍ବେର ନିୟମ ଅନୁସାରେ କେଉଁ ବୟସ ପର୍ଯ୍ୟନ୍ତ ପିଲା ଟ୍ରେନରେ ମାଗଣାରେ ଯାତ୍ରା କରିପାରିବେ ଏବଂ କେଉଁ ବୟସର ପିଲାଙ୍କ ଲାଗି ଆପଣଙ୍କୁ ନେବାକୁ ହେବ ହାଫ୍ ଟିକେଟ୍ । ଭାରତୀୟ ରେଲଓ୍ବେର ନିୟମ ଅନୁସାରେ ଯଦି ଆପଣଙ୍କ ପିଲାର ବୟସ ୧ରୁ ୪ବର୍ଷ ପର୍ଯ୍ୟନ୍ତ ଅଛି ତେବେ ଏଥିଲାଗି ଆପଣଙ୍କୁ କୌଣସି ଟିକେଟ ଲାଗିବ ନାହିଁ । ଯଥା ଆପଣଙ୍କ ପିଲା ଆପଣଙ୍କ ସହ ଟ୍ରେନରେ ମାଗଣାରେ ଯାତ୍ରା କରିପାରିବ । ରେଲଓ୍ବେର ଏହି ନିୟମରେ ସେହି ଲୋକଙ୍କୁ ବହୁ ଫାଇଦା ହୋଇଥାଏ ଯାହାଙ୍କ ଛୋଟ ପିଲା ଅଛି ।

ଭାରତୀୟ ରେଲଓ୍ବେର ନିୟମ ଅନୁସାରେ ଯଦି ଆପଣଙ୍କ ପିଲାର ବୟସ ୫ରୁ ୧୨ ବର୍ଷ ପର୍ଯ୍ୟନ୍ତ ଅଛି ତେବେ ଆପଣଙ୍କ ସହ ଟ୍ରେନରେ ଯାତ୍ରା କରୁଛନ୍ତି ତ ଆପଣଙ୍କୁ ତା’ର ହାଫ୍ ଟିକେଟ ନେବାକୁ ହେବ । କିନ୍ତୁ ମନେ ରଖନ୍ତୁ ହାଫ୍ ଟିକେଟରେ ପିଲାକୁ ବର୍ଥ ଦିଆଯିବ ନାହିଁ, ତାଙ୍କୁ ଆପଣଙ୍କ ସହ ଆଡଜଷ୍ଟ କରିବାକୁ ହେବ । ଯଦି ଆପଣ ଚାହୁଁଛନ୍ତି କି ପିଲାକୁ ଏକ ଅଲଗା ସିଟ୍ ମିଳୁ ତ ଆପଣ ତା’ଲାଗି ଫୁଲ୍ ଟିକେଟ୍ ବାହାର କରିବାକୁ ହେବ ।

ଯଦି ଆପଣଙ୍କ ପିଲାର ବୟସ ୧୩ବର୍ଷ ତଥା ତା’ଠାରୁ ଉପରେ ଅଛି ତେବେ ଏଥିଲାଗି ଆପଣଙ୍କୁ ଫୁଲ୍ ଟିକେଟ ନେବାକୁ ହେବ । ଅଧା ଟିକେଟ ତଥା ହାଫ୍ ଟିକେଟର ନିୟମ କେବଳ ୫ରୁ ୧୨ବର୍ଷ ପର୍ଯ୍ୟନ୍ତ ପିଲାର ରହିବ । ଯଦି ରେଲଓ୍ବେର ଏହି ନିୟମର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତ ପିଲା ଲାଗି ଟିକେଟ୍ ବୁକ୍ କରିବା ସମୟରେ ଆପଣଙ୍କୁ ତା’ର ବାର୍ଥ ସାର୍ଟିଫିକେଟ ଏବଂ ଦ୍ବିତୀୟ ଆଇଡେଣ୍ଟିଟି ଡକ୍ୟୁମେଣ୍ଟ ଦେବାକୁ ହେବ । ଏହି ଡକ୍ୟୁମେଣ୍ଟ ଏଥିଲାଗି ମଗାଯାଇଥାଏ ଫଳରେ ପିଲାର ବୟସ ଜଣାପଡ଼ିବ । ଯଦି ଆପଣଙ୍କ ପିଲାର ବୟସ ୫ବର୍ଷରୁ ଅଧିକ ଅଟେ ଏବଂ ତା’ର ଟିକେଟ ନ କରି ଆପଣ ତାକୁ ସାଙ୍ଗରେ ନେଉଛନ୍ତି ତ ଧରା ପଡ଼ିବା ପରେ ଆପଣଙ୍କୁ ଜରିମାନା ଦେବାକୁ ହେବ । ସେହିପରି ଯଦି ଆପଣଙ୍କ ପିଲାର ବୟସ ୪ବର୍ଷରୁ କମ୍ ଅଟେ କିନ୍ତୁ ଏହାକୁ ପ୍ରମାଣିତ କରିବାରେ ଅଛି ତେବେ ନିଶ୍ଚିତ ଭାବେ ଆପଣ ଆପଣଙ୍କ ସହ ପିଲାର ବାର୍ଥ ସାର୍ଟିଫିକେଟ ରଖନ୍ତୁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.