ଦୁବାଇ : ଦୁବାଇଲେ ସମ୍ମାନିତ ହେଲେ ଜଣେ ଭାରତୀୟ ଶିକ୍ଷୟିତ୍ରୀ।ରୁବଲ ନାଗି ଭାବେ ପରିଚିତ ଏହି ଭାରତୀୟ ଶିକ୍ଷୟିତ୍ରୀ ଓ ସମାଜସେବୀ ,ଯିଏ ଶହ ଶହ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ କରିବା ସହ ବସ୍ତିର ଝୁମ୍ପୁଡ଼ି ଘର କାନ୍ଥରେ ଏଜୁକେସନାଲ ପେଟିଂ ତିଆରି କରିଥାନ୍ତି। ଆଉ ଏହି ଉପାୟରେ ସେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷା ପ୍ରଦାନ କରନ୍ତି। ତାଙ୍କର ଏପର ମହାନ କାର୍ଯ୍ୟ ପାଇଁ, ସେ ଗୁରୁବାର ୧ ମିଲିୟନ ଡଲାର( ୧୦ ଲକ୍ଷ ଡଲାର) ର ଗ୍ଲୋବାଲ ଟିଚର ପ୍ରାଇଜ୍ ପାଇବାର ଗୌରବ ଅର୍ଜନ କରିଛନ୍ତି।
ରୁବଲ ନାଗି ସଂଯୁକ୍ତ ଆରବ ଏମିରେଟ୍ର ଦୁବାଇରେ ଆୟୋଜିତ ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମିଟିରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଯାହା ଏକ ବାର୍ଷିକ କାର୍ଯ୍ୟକ୍ରମ ଏବଂ ଏଥିରେ ସାରା ବିଶ୍ୱର ନେତା ଅଂଶଗ୍ରହଣ କରିଥାନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଆମାଜନ ଭଳି କମ୍ପାନୀ ଗୁଡ଼ିକରେ ହଜାର ହଜାର ଲୋକଙ୍କୁ ଛଟେଇ ...ଏଆଇ ନୁହେଁ , ଏହି କାରଣରୁ ଲୋକଙ୍କୁ ବାହାର କରି ଦିଆ ଯାଉଛି
ରୁବଲ ନାଗି ଆର୍ଟ ଫାଇଣ୍ଡେସନ ପୂରା ଭାରତରେ ୮୦୦ରୁ ଅଧିକ ଲର୍ଣ୍ଣିଂ ସେଣ୍ଟର କେନ୍ଦ୍ର ସ୍ଥାପିତ କରିଛନ୍ତି। ତାଙ୍କର ଉଦ୍ଦେଶ୍ୟ ସେହି ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା , ଯେଉଁମାନେ କେବେ ସ୍କୁଲ ଦେଖି ନାହାନ୍ତି। ସେମାନଙ୍କୁ ଏକ ବ୍ୟବସ୍ଥିତ ଶିକ୍ଷା ପ୍ରଦାନ କରିବା। ସେ ସ୍କଲୁରେ ପଢୁ ଥିବା ପିଲାଙ୍କୁ ମଧ୍ୟ ପଢାଇ ଥାନ୍ତି।
ରୁବଲ ନାଗି ଭିତ୍ତି ଚିତ୍ର ମଧ୍ୟ ଆଙ୍କି ଥାନ୍ତି ,ଯାହା ସାକ୍ଷରତା ,ବିଜ୍ଞାନ ,ଗଣିତ ଓ ଇତିହାସ ସହ ଅନ୍ୟ ବିଷୟରେ ଶିକ୍ଷା ଦିଏ। ଏହି ପୁରସ୍କାର ଭର୍କି ଫାଉଣ୍ଡେସନ ଦ୍ୱାରା ପ୍ରଦାନ କରାଯାଏ, ଯାହାର ସଂସ୍ଥାପକ ସନି ଭର୍କି। ଯିଏକି ମିଶର , କତାର ଓ ୟୁଏଇରେ ଅନେକ ସ୍କୁଲ ପରିଚାଳନା କରୁଥିବା ଜିଇଏମଏସ ଏଜୁକେସନ କମ୍ପାନୀ ସ୍ଥାପନ କରିଛନ୍ତି।
ନାଗି ଏହି ୧ ମିଲିୟନ ଡଲାରର ପୁରସ୍କାର ରାଶିରେ ଏକ ଇନଷ୍ଟିଚ୍ୟୁଟ୍ ତିଆରି କରିବାକୁ ଯୋଜନା କରିଛନ୍ତି। ଯେଉଁଥିରେ ମାଗଣା ଭୋକେସନାଲ ଟ୍ରେନିଂ ପ୍ରଦାନ କରାଯିବ। ଏହି ପୁରସ୍କାର ପାଇବାରେ ନାଗି ହେଉଛନ୍ତି ୧୦ମ ତମ ଟିଚର ,ଯାହାକି ଏହି ଫାଉଣ୍ଡେସନ ୨୦୧୫ ମସିହାରୁ ଦେବା ଆରମ୍ଭ କରିଥିଲା।
ଗ୍ଲୋବାଲ ଟିଚର ପ୍ରାଇଜ୍ର ପୂର୍ବତନ ବିଜେତାଙ୍କ ମଧ୍ୟରେ ରହିଛନ୍ତି ଜଣେ କେନିଆର ଶିକ୍ଷକ, ଯିଏକି ଏକ ଦୂର ଗାଁରୁ ଆସି ନିଜର ଅଧିକାଂଶ ଆୟକୁ ଗରିବଙ୍କୁ ଦାନ ଦେଉ ଥିଲେ। ଆଉ ଜଣେ ପାଲେଷ୍ଟିନୀୟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ , ଯିଏ ନିଜର ଛାତ୍ରଛାତ୍ରୀଙ୍କୁ ଅହିଂସା ବିଷୟରେ ଶିକ୍ଷାଦାନ କରନ୍ତି, ଆଉ ଜଣେ କାନାଡୀୟ ଶିକ୍ଷକ ଯିଏକି ଆର୍କଟିକର ଏକ ଦୂରବର୍ତ୍ତୀ ଗାଁରେ ରହୁଥିବା ଇନୁଇଟ ଛାତ୍ରଛାତ୍ରୀଙ୍କୁ ପଢାଉ ଥିଲେ। ଗତ ବର୍ଷର ବିଜେତା ସାଉଦୀ ଆରବର ଶିକ୍ଷକ ମନସୁର ଅଲ –ମନସୁର ଥିଲେ , ଯିଏ ତାଙ୍କ ରାଜ୍ୟରେ ଗରିବଙ୍କ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଭାବେ ଜଣାଶୁଣା ଥିଲେ।
ଜିଇଏମଏସ ଏଜୁକେସନ , କିମ୍ୱା ଗ୍ଲୋବାଲ ଏଜୁକେସନ ମ୍ୟାନେଜମେଣ୍ଟ ସିଷ୍ଟମସ , ବିଶ୍ୱର ସବୁଠୁ ବଡ଼ ଘରୋଇ ସ୍କୁଲ ଅପରେଟର୍ସ ମଧ୍ୟରେ ଗୋଟିଏ ଏବଂ ଏହାର ସଂପତ୍ତି ବିଲିୟନ ବିଲିୟନ ଡଲାରର ରହିଛି।