ନୂଆଦିଲ୍ଲୀ, ୨୦/୦୪: ଭାରତ ଓ ରୁଷ ମଧ୍ୟରେ ଆଜିଠାରୁ ରେଲୋସ (ରେସିପ୍ରୋକାଲ ଏକ୍ସଚେଞ୍ଜ ଅଫ୍ ଲଜିଷ୍ଟିକ ସପୋର୍ଟ) ପ୍ରତିରକ୍ଷା ବୁଝାମଣା କାର୍ଯ୍ୟକାରୀ ହୋଇଛି । ବୁଝାମଣା ଅନୁସାରେ ଉଭୟ ଦେଶ ପରସ୍ପର ଭୂମିରେ ୩ ହଜାର ଲେଖାଏ ସୈନ୍ୟ ମୁତୟନ କରିବେ । ଏଥିସହ ୫ଟି ଯୁଦ୍ଧଜାହାଜ ଏବଂ ୧୦ଟି ଲଢ଼ୁଆ ବିମାନ ବି ମୁତୟନ ଲାଗି ଅନୁମତି ମିଳିଛି ।

ସେହିଭଳି ଉଭୟ ଦେଶ ପରସ୍ପରର ସାମରିକ ଘାଟି, ବିମାନ ଘାଟି ଏବଂ ବନ୍ଦର ବ୍ୟବହାର କରିବେ । ଯାହାଫଳରେ ଦୀର୍ଘକାଳୀନ ସୈନ୍ୟ ମୁତୟନ ଓ ଅପରେସନ ସହଜ ହେବ। ବୁଝାମଣାରେ ଲଜିଷ୍ଟିକ ସପୋର୍ଟକୁ ସାମିଲ କରାଯାଇଛି । ଯେଉଁଥିରେ ଇନ୍ଧନ, ପାଣି, ମରାମତି, ପ୍ରଯୁକ୍ତି ସଂସାଧନ ଓ ଅନ୍ୟାନ୍ୟ ଜରୁରି ଯୋଗାଣ ଉପଲବ୍ଧ କରାଯିବ । ସେହିଭଳି ବିମାନ ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ ଏବଂ ବିମାନ ସହ ଜଡିତ ଅନ୍ୟ ସବୁ ସୁବିଧା ଉଭୟ ଦେଶ ପରସ୍ପରକୁ ଦେବେ ।

ଅଧିକ ପଢ଼ନ୍ତୁ :-  ଅନ୍ତିମ ସଂସ୍କାରରେ ଶବ ସହ ମର୍ସିଡିଜ୍ କାର୍କୁ କବର, ସୋସିଆଲ୍ ମିଡିଆରେ ଆଲୋଚନା

ଏହି ବୁଝାମଣା ୨୦୨୫ ଫେବ୍ରୁଆରୀରେ ସ୍ୱାକ୍ଷର ହୋଇଥିଲା ଏବଂ ଡିସେମ୍ବରରେ ରୁଷ ମଞ୍ଜୁରି ଦେଇଥିଲା । ଏହି ବୁଝାମଣା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ । ଉଭୟ ଦେଶର ସହମତି ଆଧାରରେ ଏହାକୁ ଆଗକୁ ବଢ଼ାଯାଇପାରିବ । ତେବେ ଏହା କୌଣସି ଯୁଦ୍ଧ ପାଇଁ ନୁହେଁ । ଶାନ୍ତି ସମୟରେ ଟ୍ରେନିଂ, ମିଳିତ ଅଭ୍ୟାସ ଓ ଲିଜିଷ୍ଟକ ସହଯୋଗ ଲାଗି ଏହା ଉଦ୍ଦିଷ୍ଟ ।