PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଇଣ୍ଡୋନେସିଆ ଓପନ: ଫାଇନାଲ୍‌ରେ ହାରିଲେ ସିନ୍ଧୁ

ଜାକର୍ତା, ୨୧ା୭ (ଏଜେନ୍ସି): ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନ ଫାଇନାଲ୍‌ରେ ପରାସ୍ତ ହୋଇଛନ୍ତି । ଏଥିସହ ସିନ୍ଧୁଙ୍କ ଟାଇଟଲ ପ୍ରତୀକ୍ଷା ଜାରି ରହିଛି । ସେ ମହିଳା ସିଙ୍ଗଲ୍ସ ଫାଇନାଲ୍‌ ମୁକାବିଲାରେ ସିଧାସଳଖ ୧୫-୨୧, ୧୬-୨୧ ଗେମ୍‌ରେ ଜାପାନ ଖେଳାଳି ଆକାନେ ୟାମାଗୁଚିଙ୍କ ଠାରୁ ପରାସ୍ତ ହୋଇଥିଲେ । ଫଳରେ ୟାମାଗୁଚି ଚାମ୍ପିଅନ୍‌ ହୋଇଥିବାବେଳେ ସିନ୍ଧୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି ।

ସିନ୍ଧୁ ଓ ୟାମାଗୁଚିଙ୍କ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍‌ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚ୍‌ଟି ୫୧ ମିନିଟ୍‌ ଧରି ଚାଲିଥିବା ବେଳେ ୟାମାଗୁଚି ବାଜି ମାରି ନେଇଥିଲେ । ସିନ୍ଧୁ ଚଳିତ ବର୍ଷ ପ୍ରଥମ ଟାଇଟଲ ଲକ୍ଷ୍ୟ ନେଇ ଖେଳିଥିଲେ । ୨୦୧୮ ଡିସେମ୍ବରରେ ସେ ବିଶ୍ୱ ଟୁର ଫାଇନାଲ୍ସ ଟାଇଟଲ ଜିତିବା ପରଠୁ ଏପର୍ଯ୍ୟନ୍ତ କୌଣସି ଟାଇଟଲ ଜିତି ପାରିନଥିଲେ । ୨୦୧୯ରେ ସେ ସିଙ୍ଗାପୋର ଓପନ ଓ ଇଣ୍ଡିଆନ୍‌ ଓପନ ସେମି ଫାଇନାଲ୍‌ରେ ପ୍ରବେଶ କରିବାରେ ସଫଳ ହୋଇଥିଲେ ।

ଫାଇନାଲ୍‌ର ପ୍ରଥମ ଗେମ୍‌ରେ ସିନ୍ଧୁ ଓ ୟାମାଗୁଚି ପରସ୍ପରକୁ ଭରପୂର ଚ୍ୟାଲେଞ୍ଜ ଦେଇଥିଲେ । ଏକଦା ମ୍ୟାଚ୍‌ ୧୪-୧୪ ସ୍ଥିତିରେ ବରାବର ରହିଥିଲା । ହେଲେ ସିନ୍ଧୁ ନିୟମିତ ଭୁଲ କରିବା କାରଣରୁ ୟାମାଗୁଚି ଲଗାତର ୭ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲେ । ଦ୍ୱିତୀୟ ଗେମ୍‌ରେ ଜାପାନ ଖେଳାଳି ପ୍ରଥମରୁ ଅଗ୍ରଣୀ ବଜାୟ ରଖିଥିଲେ । ସିନ୍ଧୁ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ୧୫-୧୮କୁ ଆଣିଥିଲେ । କିନ୍ତୁ ୟାମାଗୁଚି ଶେଷ ଆଡ଼କୁ ପ୍ରଭାବୀ ପ୍ରଦର୍ଶନ କରି ଗେମ୍‌କୁ ଜିତି ନେବା ସହ ଟାଇଟଲ ଉପରେ କବ୍‌ଜା କରି ନେଇଥିଲେ ।