ମନମୁଣ୍ଡା ୨୬/୧୨: ବୌଦ୍ଧ ଜିଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କମ୍ପ୍ୟୁଟର ଜ୍ଞାନ ଏବଂ ବିଶୁଦ୍ଧ ପାନୀୟ ଜଳର ସ୍ଥିତି ପରିଦର୍ଶନ ସହ ସମୀକ୍ଷା କରିଛନ୍ତି ବସନ୍ତ ସୋସିଆଲ ଫାଉଣ୍ଡେସନ( ବି .ଏସ.ଏଫ୍), ନୂଆଦିଲ୍ଲୀ (ଶାଖା-ମନମୁଣ୍ଡା)ର ନିର୍ଦେଶକ ବିକାଶ ନାରାୟଣ ମିଶ୍ର ଏବଂ ଆଇ ଆଇ ଏଫ୍ ସି ଏଲ, ନୂଆଦିଲ୍ଲୀର ଡି. ଜି. ଏମ. ସଞ୍ଜୟ ମାଙ୍ଗତାନି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କମ୍ପ୍ୟୁଟର ଜ୍ଞାନ ପାଇଁ ଏବଂ ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ବିଗତ ଦିନରେ ଆଇ ଆଇ ଏଫ୍ ସି ଏଲ ର ଆର୍ଥିକ ସହଯୋଗରେ ବସନ୍ତ ସୋସିଆଲ ଫାଉଣ୍ଡେସନ ତରଫରୁ ଜିଲ୍ଲାର ର ୩୦ ଟି ସ୍କୁଲକୁ କମ୍ପ୍ୟୁଟର ଏବଂ ୱାଟର ପ୍ୟୁରିଫାୟର ( ଆକ୍ବାଗାର୍ଡ ) ଇତ୍ୟାଦି ପ୍ରଦାନ କରାଯାଇଛି। ଉକ୍ତ ସ୍କୁଲ ମାନଙ୍କରେ ତାହା କେମିତି କାର୍ଯ୍ୟକାରୀ ହେଉଛି, ସ୍ଥିତି କଣ ଅଛି , ଛାତ୍ରଛାତ୍ରୀ ମାନେ କେତେ ଉପକୃତ ହେଉଛନ୍ତି ଇତ୍ୟାଦି ପରିଦର୍ଶନ କରିବା ସହ ପ୍ରଧାନ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ମାଙ୍ଗତାନି ଏବଂ ଶ୍ରୀ ମିଶ୍ର ଆଜି କୁଣ୍ଢିପଦର , ଖଇରମାଳ (ଖ), ମନମୁଣ୍ଡା, କପାଶିରା, ଖଟଖଟିଆ, ସୁଣ୍ଢିପଦର, ବାର୍ଡୋଲ, ବିଲାସପୁର, ଗୁଡଭେଲିପଦର ଇତ୍ୟାଦି ଅନେକ ସ୍କୁଲ ପରିଦର୍ଶନ କରିଥିଲେ। କୁଣ୍ଢିପଦର ର ପ୍ରଧାନ ଶିକ୍ଷକ ନୀଳାମ୍ବର ଖମାରୀ, ଖଇରମାଳ ର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପ୍ରଧାନ, ମନମୁଣ୍ଡା ର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସେଠୀ,କପାଶିରାର ପ୍ରଧାନ ଶିକ୍ଷକ ପରମେଶ୍ବର ମେହେର , ଶିକ୍ଷାବିତ ସମ୍ବିତ କୁମାର ମିଶ୍ର, ସାମ୍ବାଦିକ ବୈଦ୍ୟନାଥ ହୋତା, ଶୁଣ୍ଢିପଦର ସମିତି ସଭ୍ୟା ଶିଲାବତି ବସ୍ତିଆ ପ୍ରମୁଖ ଆଇ ଆଇ ଏଫ୍ ସି ଏଲ ଶ୍ରୀ ମାଙ୍ଗତାନି ଏବଂ ବସନ୍ତ ସୋସିଆଲ ଫାଉଣ୍ଡେସନ ର ନିର୍ଦେଶକ ଶ୍ରୀ ମିଶ୍ର ଙ୍କୁ ପରିଦର୍ଶନ ଓ ସମୀକ୍ଷା ରେ ସହଯୋଗ କରିଥିଲେ।
ଏତଦ ବ୍ୟତୀତ, ଆହୁରି ଅନେକ ସ୍କୁଲକୁ କମ୍ପ୍ୟୁଟର, ଆକ୍ବାଗାର୍ଡ ଯୋଗାଇ ଦେବାକୁ ସାମ୍ବାଦିକ ଶ୍ରୀ ହୋତାଙ୍କ ଅନୁରୋଧକ୍ରମେ ଆଗାମୀ ଦିନରେ ୨୫ ସ୍କୁଲକୁ କମ୍ପ୍ୟୁଟର ପ୍ରଦାନ ପାଇଁ ଚେଷ୍ଟା କରାଯିବ ବୋଲି ବସନ୍ତ ସୋସିଆଲ ଫାଉଣ୍ଡେସନର ନିର୍ଦେଶକ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଏହାର ଚେୟାରପର୍ସନ ରାଜଶ୍ରୀ ମିଶ୍ର ଯେଉଁ ସ୍କୁଲ ରେ ବାଳିକା ମାନଙ୍କ ପାଇଁ ୱାସରୁମ ନଥିବ ସେଇ ସ୍କୁଲରେ ତାହା ନିର୍ମାଣ କରାଯିବାର ବ୍ୟବସ୍ଥା ଚାଲିଛି ବୋଲି କହିଥିଲେ। ଏଇ ଅବସରରେ ଖଇରମାଳ ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍କୁଲ ବ୍ୟାଗ ଏବଂ ସୁଇଟର (ଶୀତ ବସ୍ତ୍ର ) ପ୍ରଦାନ ପାଇଁ ବି. ଏସ . ଏଫ ର ନିର୍ଦେଶକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ।