ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମାର୍ଚ୍ଚ ୬ରୁ ଅନ୍ତର୍ଜାତୀୟ ଖଣି ଓ ଭିତ୍ତିଭୂମି ଏକ୍ସପୋ, ଯୋଗଦେବେ ୩୦୦ କମ୍ପାନି

Published By : Prameya | February 28, 2025 2:18 PM

ଭୁବନେଶ୍ୱର,୨୮/୦୨: ମାର୍ଚ୍ଚ ୬ରୁ ୯ ଯାଏ  ସ୍ଥାନୀୟ ବରମୁଣ୍ଡା ପଡ଼ିଆ ଠାରେ ତୃତୀୟ ଅନ୍ତର୍ଜାତୀୟ  ଖଣି ଓ ଭିତ୍ତିଭୂମି ଏକ୍ସପୋ ଅନୁଷ୍ଠିତ ହେବ ।  ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି କାର୍ଯ୍ୟକ୍ରମକୁ  ଉଦ୍‌ଘାଟନ କରିବେ । ୪ ଦିନ ଧରି ଚାଲିବାକୁ  ଥିବା ଏହି ମେଗା ଇଭେଣ୍ଟରେ ଦେଶ ବିଦେଶର  ଖଣି, ନିର୍ମାଣ, ଭିତ୍ତିଭୂମି ଶିଳ୍ପ ଅଂଶୀଦାରମାନେ  ଯୋଗଦେବେ ବୋଲି ଆୟୋଜକ ଫ୍ୟୁଚରେକ୍ସ ଗ୍ରୁପ  ପକ୍ଷରୁ ସୂଚନା ମିଳିଛି । ଉଦ୍ଭାବନ ସହଯୋଗ ଏବଂ  ବ୍ୟବସାୟିକ ସୁଯୋଗ ସୃଷ୍ଟିକୁ ନଜରରେ ରଖି ଏହି  କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

୧୦୦ ଦେଶର  ପ୍ରତିନିଧି, ୩୦୦ରୁ ଊଦ୍ଧ୍ୱର୍ ବିଶ୍ୱସ୍ତରୀୟ କମ୍ପାନି ଏଠାରେ  ଯୋଗଦେବେ । ୭ ହଜାରରୁ ଊଦ୍ଧ୍ୱର୍ ପଞ୍ଜୀକରଣ ଏବେ  ସୁଦ୍ଧା ହସ୍ତଗତ ହୋଇଛି । ୩୫ରୁ ଊଦ୍ଧ୍ୱର୍ ବିଶିଷ୍ଟ ବକ୍ତା  କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ମୋଟ ୫ ଲକ୍ଷ  ବର୍ଗଫୁଟ ପରିମିତ ସ୍ଥାନରେ ଏହି ସମ୍ମିଳନୀ ଅନୁଷ୍ଠିତ  ହେବ । ଏ ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ କୁମାର ଚାନ୍ଦ  ଖଣି କ୍ଷେତ୍ରର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା  କରିଥିଲେ । ଆୟୋଜକ ଫ୍ୟୁଚରେକ୍ସ ଗ୍ରୁପର ଏମ୍‌ଡି  ସ୍ୱାମୀ ପ୍ରେମ୍‌ ଅନ୍ୱେଶୀ କହିଲେ, ଚଳିତ ବର୍ଷ ଏହି  ସମ୍ମିଳନୀରେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ  ସମାଧାନ ପ୍ରଦର୍ଶନ କରିବେ ଅଂଶୀଦାର । କାର୍ଯ୍ୟକ୍ରମର  ସହଯୋଗୀ ଭାବେ ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ,  ସ୍କିଲ୍‌ କାଉନସିଲ ଅଫ୍‌ ମାଇନିଂ ଏବଂ ଓସ୍‌ମି ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.