ନୀଳଗିରି,୨୧/୬: ଯୋଗମୟ ସମଗ୍ର ବିଶ୍ବ। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳୁଛି ସାରା ବିଶ୍ୱ। ଏହି ଅବସରରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଇଣ୍ଡୋର ଷ୍ଟାଡିୟମ ପରିସରରେ ବିଶ୍ୱ ଯୋଗ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ,ବିଡ଼ିଓ, ଏନଏସି ନିର୍ବାହୀ ଅଧିକାରୀ,ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରୀ,ଅଞ୍ଚଳବାସୀ ଏହି ଦିବସରେ ସାମିଲ ହୋଇଥିଲେ।
ଯୋଗଗୁରୁ ଯୋଗ କିଭଳି କରିବାକୁ ହୁଏ ସୂଚନା ଦେଇଥିବା ବେଳେ ବିଧାୟକ ସୁସ୍ଥ ଶରୀର ଗଠନ କରିବାକୁ ହେଲେ ଯୋଗ ସମସ୍ତେ କରିବା ଦରକାର ବୋଲି କହିଥିଲେ ।ତେବେ ପ୍ରକାଶ ଥାଉକି, ଯୋଗ ଦିବସ ପାଇଁ ପ୍ରତିବର୍ଷ ଏକ ଭିନ୍ନ ଥିମ୍ ସ୍ଥିର ହୋଇଥାଏ । ଚଳିତ ବର୍ଷର ଥିମ୍ ହେଉଛି "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ"।୨୦୧୫ ମସିହା ଜୁନ ୨୧ରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା।