ନୂଆଦିଲ୍ଲୀ : ଚଳିତ ଆଇପିଏଲରେ କମାଲ କରୁଛନ୍ତି ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ । ଦଳକୁ ଭଲ ଆରମ୍ଭ ଦେଉଥିବାବେଳେ ଏହି ବିଧ୍ବଂସ୍ବୀ ବ୍ୟାଟ୍ସମ୍ୟାନ ଏବେ ଅରେଞ୍ଜ କ୍ୟାପର ଅଧିକାରୀ ଅଛନ୍ତି । ତେବେ ଆଜିର ମ୍ୟାଚର ଅଭିଷେକ ଶର୍ମା ତାଙ୍କଠାରୁ କ୍ୟାପ ଛଡ଼ାଇ ନେବାର ସମ୍ଭାବନା ରହିଛି । କିନ୍ତୁ ବୈଭବଙ୍କ ପାଖରେ ଯଦି ଏହି ଅରେଞ୍ଜ କ୍ୟାପ ବା ଆଇପିଏଲର ସର୍ବାଧିକ ସ୍କୋରର ରେକର୍ଡ ରହିବା ପାଇଁ ବୁମରା ସହାୟକ ହୋଇପାରନ୍ତି ।
ବୁଧବାର ମୁମ୍ବାଇ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ । ବୈଭବ ସୂର୍ଯ୍ୟବଂଶୀ ୪୦୦ ରନ୍ କରିଥିବାବେଳେ ଏବେ ଅରେଞ୍ଜ କ୍ୟାପ୍ ତାଙ୍କ ପାଖରେ ରହିଛି । ମାତ୍ର ପଛରେ ରହିଛନ୍ତି ଅଭିଷେକ ଶର୍ମା । ସେ ଏବେ ୩୮୦ ରନ କରିଛନ୍ତି । ମାତ୍ର ୨୦ ରନ୍ ପଛରେ ରହିଛନ୍ତି । ଆଜିର ମ୍ୟାଚରେ ସେ ଏହାକୁ ପୂରଣ କରିବାର ଅଧିକ ସମ୍ଭାବନା ରହିଛି । ମାତ୍ର ବୁମରାଙ୍କ ବିପକ୍ଷରେ ଅଭିଷେକଙ୍କ ରେକର୍ଡ ଭଲ ନାହିଁ ।
ବୁମରାଙ୍କ ବିପକ୍ଷରେ ଅଭିଷେକ ୫ ପାଳିରେ ୨ଥର ଆଉଟ୍ ହୋଇଛନ୍ତି । ସେ ୧୭ ରନ କରିଥିବାବେଳେ ୭୪ ଷ୍ଟ୍ରାଇକ୍ ରେଟ ରହିଛି । ଏଣୁ ଆଜିର ମ୍ୟାଚରେ ବୁମରା ଯଦି ପ୍ରଥମରୁ ଅଭିଷେକଙ୍କୁ ଟାର୍ଗେଟ କରନ୍ତି ଆଉ ଏହି ସ୍କୋର କରିବା ପାଇଁ ନଦିଅନ୍ତି ତାହେଲେ ବୈଭବଙ୍କ ପାଖରେ ଅରେଞ୍ଜ କ୍ୟାପ୍ ରହିବ । ଏହାସହ ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦର ରେକର୍ଡ ମଧ୍ୟ ଭଲ ନାହିଁ । ଯାହାର ଫାଇଦା ଉଠାଇପାରନ୍ତି ବୁମରା । କିନ୍ତୁ ଚଳିତ ବର୍ଷ ମୁମ୍ବାଇ ଖରାପ ଫର୍ମରେ ଗତି କରୁଥିବାବେଳେ ହାଇଦ୍ରାବାଦ ଏବେ ଭଲ ପ୍ରଦର୍ଶନ ଜାରି ରଖିଛି । ଯାହାକି ମ୍ୟାଚରେ ଫଳାଫଳ କେଉଁ ଦିଗକୁ ନେବ ଏହା ଉପରେ ନିର୍ଭର କରୁଛି ।