ଚେନ୍ନାଇ: ଚଳିତ ଆଇପିଏଲର ୨୨ତମ ଲିଗ୍ ମ୍ୟାଚରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳା ଯାଉଛି। ଏହି ମୁକାବିଲା ଏମଏ ଚିଦମ୍ୱରମ ଷ୍ଟାଡିୟମ, ଚେନ୍ନାଇରେ ଅନୁଷ୍ଠିତ ହେଉଛି। କେକେଆର (କୋଲକାତା ନାଇଟ୍ ରାଇଡର୍ସ) ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି, ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ କରିଛି, KKRକୁ ୧୯୩ ରନର ଟାର୍ଗେଟ ଦେଇଛି I CSK ର ବ୍ୟାଟସ ମ୍ୟାନ ମାନେ ଇନିଂସକୁ ଭଲ ଭାବରେ ଶେଷ କରିବା ପାଇଁ ସଂଘର୍ଷ କରି ଥିଲେ। ଏହି ମ୍ୟାଚ୍ରେ କେକେଆର ଅଧିନାୟକ ଅଜିକ୍ୟ ରାହାଣେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ପ୍ରଥମେ ବ୍ୟାଟିଂ କରି ସିଏସକେ ଭଲ ଆରମ୍ଭ କରିଥିଲା , କିନ୍ତୁ ୨୫ ରନ ସ୍କୋରରେ ଅଧିନାୟକ ଗାୟକୱାଡ ୬ ବଲରେ ୭ ରନ କରି ଆଉଟ ହୋଇ ଥିଲେ। ଏହା ପରେ ଆୟୁଷ ମହାତ୍ରେ ୩୮ ରନର ଇନିଂସ ଖେଳି ଥିଲେ, କିନ୍ତୁ ସେ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୩୨ ବଲରେ ୩୮ ରନ କରି ବ୍ୟାଟିଂ କରୁଥିବା ବେଳେ, କାର୍ତ୍ତିକ ତ୍ୟାଗୀ ତାଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଏହା ପରେ, ସରଫରାଜ ଖାନ ଏବଂ ବ୍ରେଭିସ୍ ଇନିଂସ ଖେଳିଥିଲେ। କିନ୍ତୁ ଶେଷରେ, ସେମାନେ ମଧ୍ୟ ଦଳକୁ ୨୦୦ ରନରେ ପହଞ୍ଚାଇ ପାରିନଥିଲେ ।
କେକେଆର ପକ୍ଷରୁ ଚମତ୍କାର ବୋଲିଂ କରି କାର୍ତ୍ତିକ ତ୍ୟାଗୀ ତାଙ୍କ ଚାରି ଓଭରରେ ୩୫ ରନ୍ ଦେଇ ସଞ୍ଜୁ ସାମସନ ଓ ବ୍ରେଭିସଙ୍କ ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ୱିକେଟ୍ ନେଇ ଥିଲେ। ସୁନୀଲ ନରେନ୍ ଚାରି ଓଭରରେ ୨୧ ରନ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଅନୁକୂଳ ରାୟ ତିନି ଓଭରରେ ୨୧ ରନ ଦେଇ ଗୋଟିଏ ୱିକେଟ୍ ନେଇଥିଲେ, ଯେତେବେଳେ ବୈଭବ ଆରୋରା ତାଙ୍କ ଓଭରରେ ୫୫ ରନ ଦେଇ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ଗୋଟିଏ ୱିକେଟ୍ ପାଇ ଥିଲେ। ବରୁଣ ଚକ୍ରବର୍ତ୍ତୀ ତିନି ଓଭରରେ ୨୬ ରନ ଦେଇ କୌଣସି ୱିକେଟ୍ ନେଇ ନଥିଲେ। ଗ୍ରୀନ୍ ୨ ଓଭରରେ ୧୫ର ଇକୋନୋମିରେ ୩୦ ରନ ଦେଇଥିଲେ । ଏବେ ଦେଖିବା ବାକି ରହିଲା ଯେ, କେକେଆର ୧୯୩ ରନର ଲକ୍ଷ୍ୟ ହାସଲ କରିପାରିଛି କି ନାହିଁ ?
ଚେନ୍ନାଇ:ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ଆୟୂଷ ମାହତ୍ରେ, ଡିୱାଲ୍ଡ ବ୍ରେଭିସ୍, ଶିବମ ଦୁବେ, ସର୍ଫରାଜ ଖାନ, ଜାମି ଓଭରଟନ, ଅକିଲ ହୋସେନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ଗୁରଜନପ୍ରୀତ ସିଂହ ।
କୋଲକାତା:ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଫିନ ଆଲେନ, ଅଙ୍ଗକ୍ରୀଶ ରଘୁବଂଶୀ, କାମେରନ ଗ୍ରୀନ, ରିଙ୍କୁ ସିଂହ, ରୋଭମାନ ପାୱେଲ୍, ରମଣଦୀପ ସିଂହ, ସୁନୀଲ ନାରାଏନ, ଅନୁକୂଳ ରୟ/ବରୁଣ ଚକ୍ରବର୍ତ୍ତୀ, ନବଦୀପ ସାଇନି, କାର୍ତ୍ତିକ ତ୍ୟାଗୀ, ବୈଭବ ଆରୋରା