ନୂଆଦିଲ୍ଲୀ : ବର୍ଷା ପାଇଁ ରଦ୍ଦ ହେଲା KKR-PBKS ମ୍ୟାଚ୍ । ଐତିହାସିକ ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ମୁକାବିଲାରେ ବର୍ଷା ସାଜିଥିଲା ବାଧକ । ଆଉଟ୍ ଫିଲ୍ଡ ପାଇଁ ମ୍ୟାଚକୁ ରଦ୍ଦ ଘୋଷଣା କରାଯାଇଥିବାବେଳେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗବଣ୍ଟା ହୋଇଛି । ଏକ ପଏଣ୍ଟ ସହ କୋଲକାତା ଚଳିତ ବର୍ଷ ଖାତା ଖୋଲିଛି । ତିନି ମ୍ୟାଚରୁ ଗୋଟିଏ ଜିତିନାହିଁ କୋଲକାତା ନାଇଟ୍ ରାଇଡର୍ସ । ମାତ୍ର ଏହି ମ୍ୟାଚ ରଦ୍ଦ ହୋଇଥିବାବେଳେ ଗୋଟିଏ ପଏଣ୍ଟ ମିଳିଛି । ସେପଟେ ପଞ୍ଜାବ କିଙ୍ଗ୍ସ ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇଥିବାବେଳେ ଏହି ମ୍ୟାଚରେ ପଏଣ୍ଟ ଭାଗରୁ ଏକ ପଏଣ୍ଟ ପାଇଛି । ୫ ପଏଣ୍ଟ ସହ ଟେବୁଲ ଟପ୍ପର ହୋଇଛି ପଞ୍ଜାବ ।
ସୋମବାର ଇଡେନ ଗାର୍ଡେନରେ ଖେଳାଯାଇଥିବା ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ବର୍ଷା ହେବା ସୁଦ୍ଧା ଦଳ ୩.୪ ଓଭରରେ ୨୫ ରନ୍ କରିବାରେ ସକ୍ଷମ ହୋଇଛି । ଦଳର ପ୍ରମୁଖ ଦୁଇ ଓ୍ବିକେଟ୍ ହରାଇଛି ଦଳ । ଫିନ୍ ଆଲେନ୍ ୮ ରନ କରିଥିବାବେଳେ ଗ୍ରୀନ୍ ମାତ୍ର ୪ ରନ୍ କରି ଆଉଟ୍ ହୋଇ ପାଭିଳିୟନ୍ ଫେରିଛନ୍ତି । ରାହାଣେ ଏବଂ ରଘୁବଂଶୀ ଦଳ ପକ୍ଷରୁ ବ୍ୟାଟିଂ ଜାରି ରଖିଥିଲେ ।
ଏହାସହ ପଢ଼ନ୍ତୁ : KKR- ପଞ୍ଜାବ ମ୍ୟାଚରେ ବର୍ଷା ବାଧକ: ଯଦି ହେବ ଖେଳ, ତାହେଲେ...