ନୂଆଦିଲ୍ଲୀ : ଇଡେନରେ ବର୍ଷା ସାଜିଛି ବାଧକ । କୋଲକାତା- ପଞ୍ଜାବ ମ୍ୟାଚ ବର୍ଷା ପାଇଁ ଅଟକିଛି । ସମୟ ଗଡ଼ିଥିବାବେଳେ ଏବେ ଓଭର କମିବା ଆରମ୍ଭ ହୋଇଛି । ଶେଷ ଖବର ସୁଦ୍ଧା ବର୍ଷା ଚାଲିଥିଲା । ଯଦି ୧୧ ଟା ୧୪ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୁଏ ତାହେଲେ ୫ ଓଭର ବିଶିଷ୍ଟ ମ୍ୟାଚ ଅନୁଷ୍ଠିତ ହେବ । କୋଲକାତା ନିଜର ହୋମ ଗ୍ରାଉଣ୍ଡରେ ବିଜୟ ଲକ୍ଷ୍ୟରେ ରହିଥିବାବେଳେ ପଞ୍ଜାବ ତୃତୀୟ ବିଜୟ ଆଶାରେ ରହିଛି । ଆଜିର ମ୍ୟାଚ ପଞ୍ଜାବକୁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚାଇବ । ପଞ୍ଜାବ ମ୍ୟାଚ ଜିତିଲେ ୬ ପଏଣ୍ଟ ସହ ଟେବୁଲ ଟପ୍ପର ହେବ । ଯଦି ମ୍ୟାଚରେ ପଏଣ୍ଟ ଭାଗ ହୁଏ ତାହେଲେ ୫ ପଏଣ୍ଟ ସହ ମଧ୍ୟ ଏକ ନମ୍ବର ରହିବ ।
ସେପଟେ ଆଜିର ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କୋଲକାତା । ବର୍ଷା ହେବା ସୁଦ୍ଧା ଦଳ ୩.୪ ଓଭରରେ ୨୫ ରନ୍ କରିବାରେ ସକ୍ଷମ ହୋଇଛି । ଦଳର ପ୍ରମୁଖ ଦୁଇ ଓ୍ବିକେଟ୍ ହରାଇଛି ଦଳ । ଫିନ୍ ଆଲେନ୍ ୮ ରନ କରିଥିବାବେଳେ ଗ୍ରୀନ୍ ମାତ୍ର ୪ ରନ୍ କରି ଆଉଟ୍ ହୋଇ ପାଭିଳିୟନ୍ ଫେରିଛନ୍ତି । ରାହାଣେ ଏବଂ ରଘୁବଂଶୀ ଦଳ ପକ୍ଷରୁ ବ୍ୟାଟିଂ ଜାରି ରଖିଥିଲେ । ପଞ୍ଜାବ ନିଜର ଶେଷ ୫ ମ୍ୟାଚରୁ ୪ଟି ବିଜୟୀ ହୋଇଛି । ସେପଟେ କେକେଆର ନିଜର ହୋମଗ୍ରାଉଣ୍ଡରେ ୫ଟି ମୁକାବିଲାରୁ ୪ ପରାଜୟ ବରଣ କରିଛି । ସେପଟେ ଯଦି ଉଭୟ ଦଳର ହେଡ୍ ଟୁ ଡେଟ୍ ମୁକାବିଲା ଦେଖିବା ତାହେଲେ ୩୪ ମୁକାବିଲାରୁ କୋଲକାତା ୨୧ ଏବଂ ପଞ୍ଜାବ ୧୩ ମ୍ୟାଚ୍ ଜିତିଛି ।
ଏହାସହ ପଢ଼ନ୍ତୁ : IPL 2026 : ଏଯାବତ ଫ୍ଲପ୍ ହୋଇଥିବା ଦାମୀ ଖେଳାଳି