ନୂଆଦିଲ୍ଲୀ,୨୧/୦୪; ବ୍ୟାକ୍ ଟୁ ବ୍ୟାକ୍ ୪ଟି ମ୍ୟାଚ ହାରିବା ପରେ ୫ଥର ଚାମ୍ପିଅନ ମୁମ୍ବାଇ ଶେଷରେ ବିଜୟ ଟ୍ରାକକୁ ଫେରିଛି । ଆଇପିଏଲ୍ର ୩୦ତମ ଲିଗ୍ ମୁକାବିଲାରେ ଦଳ ୯୯ ରନ୍ରେ ଘରୋଇ ଗୁଜରାଟକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ତିଳକ ବର୍ମାଙ୍କ ଧୂଆଁଧାର ଶତକ ବଳରେ ୫ ୱିକେଟ୍ ହରାଇ ୧୯୯ ରନ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ୧୫.୫ ଓଭରରେ ୧୦୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଥିବା ମୁମ୍ବାଇ ଏହି ବିଜୟ ସହ ସପ୍ତମ ସ୍ଥାନକୁ ଉଠିଛି । ଅପରାଜିତ ଶତକୀୟ ଇନିଂସ୍ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତିଳକ ବର୍ମା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ୭ ଛକା, ୮ ଚୌକା ସହ ପ୍ରଥମ ଶତକ ସହ ତିଲକ ବର୍ମାଙ୍କ ଝଡ଼ରେ ଅନେକ ରେକର୍ଡ ଭାଙ୍ଗିଛି ।
THE FIRST WIN FOR MUMBAI INDIANS AGAINST GUJARAT TITANS IN AHMEDABAD. 🥶
— Mufaddal Vohra (@mufaddal_vohra) April 20, 2026
- The celebrations tonight! ❤️ pic.twitter.com/4RqdoxLoUH
ତିଳକ ଖେଳିଥିଲେ ଚିତ୍ତାକର୍ଷକ, ସ୍ମରଣୀୟ ଇନିଂସ । ସଞ୍ଜୁ ସାମସନ ଓ କ୍ୱିଣ୍ଟନ ଡି କକଙ୍କ ପରେ ତୃତୀୟ ବ୍ୟାଟର ଭାବେ ଚଳିତ ସିଜନରେ ସେ ଶତକ ଅର୍ଜନ କରିଥିଲେ । ତିଳକ ୫ନଂ ସ୍ଥାନରେ ବ୍ୟାଟିଂ କରି ୪୫ଟି ବଲ୍ରେ ଶତକ ପୂରଣ କରିଥିଲେ । ପ୍ରଥମ ୨୦ଟି ବଲ୍ରେ ସେ ସଂଗ୍ରହ କରିଥିଲେ ମାତ୍ର ୧୭ ରନ । ପରବର୍ତ୍ତୀ ୨୫ଟି ବଲ୍ରେ ଧୂଆଁଧାର ବ୍ୟାଟିଂ କରି ଆଉ ୮୪ ରନ ଯୋଡ଼ିଥିଲେ । ଆଇପିଏଲ୍ ଇତିହାସରେ ତୃତୀୟ ବ୍ୟାଟର ଭାବେ ସେ ବ୍ୟାଟିଂ କ୍ରମର ୫ନଂ କିମ୍ବା ନିମ୍ନରେ ବ୍ୟାଟିଂ କରିବାକୁ ଆସି ଶତକ ପୂରଣ କରିଥିଲେ । ତାଙ୍କ ପୂର୍ବରୁ ଜୋସ ବଟଲର ୨ଥର ଓ ୟୁସୁଫ ପଠାନ ଥରେ ଏହି ସଫଳତା ଅର୍ଜନ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଶେଷ ୬ ଓଭରରେ ୯୯ ରନ ସଂଗ୍ରହ କରିଥିଲା । ଏଥିରୁ ତିଳକ କେବଳ ୮୨ (୨୩ବଲ୍) ରନ କରିଥିଲେ ।
TILAK VARMA WINS HIS FIRST POTM IN THE IPL.
— Mufaddal Vohra (@mufaddal_vohra) April 20, 2026
- An iconic knock by Tilak! pic.twitter.com/vD9dbTmJT2
ତିଲକ ବର୍ମାଙ୍କ ଶତକର ବିଶେଷତ୍ୱ ରହିଛି । ଏହା କେବଳ ତାଙ୍କର ଆଇପିଏଲ ପ୍ରଥମ ଶତକ ନୁହେଁ, ବରଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁଠାକୁ ଦ୍ରୁତ ସେଞ୍ଚୁରୀ । ୪୫ ବଲରେ ଶତକ ହାସଲ କରି ସନଥ ଜୟସୁରିଆଙ୍କ ରେକର୍ଡ ବରାବର କରିଛନ୍ତି ତିଲକ ବର୍ମା । ଏସିଆ କପ ଜିତାଇଥିବା ତିଲକ ବର୍ମାଙ୍କ ଫର୍ମ କିଛି ଦିନ ହେବ ଖରାପ ଥିଲା । ଚଳିତ ଆଇପିଏଲରେ ୫ ମ୍ୟାଚରେ ମାତ୍ର ୪୩ ରନ୍ କରିଛନ୍ତି । ଏହି ପାଳିରେ ଜବରଦସ୍ତ କମବ୍ୟାକ କରିଛନ୍ତି । ୫ ଥରର ଆଇପିଏଲ ଚାମ୍ପିଅନ ମୁମ୍ବାଇ ଚଳିତ ସିଜିନରେ ୬ଟି ମ୍ୟାଚରୁ ୨ଟି ଜିତି ୪ ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି ।