ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୬ ର ୪୦ ତମ ମୁକାବିଲା ଆଜି ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଉଛି। ଏହି ମ୍ୟାଚ୍‌ ନ୍ୟୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେଉଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନକୁ  ୨୨୩ ରନର ଟାର୍ଗେଟ୍‌ ଦେଲା ପଞ୍ଜାବ କିଙ୍ଗ୍ସ। ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ର ନିଷ୍ପତ୍ତି ନେଇଥିବା ବେଳେ ପଞ୍ଜାବ ଟିମ୍‌କୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ପଞ୍ଜାବ ଟିମ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ରେ ୨୨୨ ରନ୍‌ କରିଛି। ପ୍ରଭସିମରନ ସିଂହ ଓ ମାର୍କସ ଷ୍ଟୋଇନିସଙ୍କର ଫିଫ୍ଟି ବଳରେ ୨୨୨ ରନ୍‌ର ବିଶାଳ ସ୍କୋର ଠିଆ କରିଛି। ଏବେ ରାଜସ୍ଥାନର ବ୍ୟାଟିଂ ଜାରି ରହିଛି।

ପଞ୍ଜାବ ପାଇଁ ଇନିଂସର ଆରମ୍ଭ ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂହ କରିଥିଲେ। ପ୍ରିୟାଂଶ ଆକ୍ରମଣାତ୍ମକ ଅନ୍ଦାଜରେ ବ୍ୟାଟିଂ ଆରମ୍ଭ କରିଥିଲେ , କିନ୍ତୁ ୩ୟ ଓଭରରେ ଜୋଫ୍ରା ଆର୍ଚର ତାଙ୍କର ୱିକେଟ୍‌ ନେଇଥିଲେ। ପ୍ରିୟାଶଙ୍କ ବ୍ୟାଟ୍‌ରୁ ୧୧ଟି ବଲରେ ୨୯ ରନ୍ ଆସିଥିଲା। କିନ୍ତୁ ଏହାପରେ ପ୍ରଭସିମରନ ସିଂହ ଓ କୁପର କୋନଲି ପାଳି ସମ୍ଭାଳି ଥିଲେ ଏବଂ ପାୱରପ୍ଲେରେ ପଞ୍ଜାବର ସ୍କୋର ୬୫-୧ ରେ ପହଞ୍ଚାଇ ଥିଲେ।

କିନ୍ତୁ ୯ମ ଓଭରରେ ପଞ୍ଜାବକୁ ଦ୍ୱିତୀୟ ଝଟକା ଲାଗିଥିଲା। କୋନଲି ୩୦ ରନ୍ କରି ଆଉଟ୍‌ ହୋଇଥିଲେ। ଏହି ମଧ୍ୟରେ , ୧୨ମ ଓଭରରେ ପ୍ରଭସିମରନ ସିଂହ ୩୫ଟି ବଲରେ ଫିଫ୍ଟି କରିଥିଲେ। କିନ୍ତୁ ପ୍ରଭସିମରନ ୪୪ ଟି ବଲରେ ୫୯ ରନ କରି ଆଉଟ୍ ହୋଇଥିଲେ। ଏହାପରେ ଶ୍ରେୟସ ଆୟର ମଧ୍ୟ ୨୭ଟି ବଲରେ ୩୦ ରନ୍‌ କରି ପାରି ଥିଲେ। କିନ୍ତୁ ମାର୍କସ ଷ୍ଟୋଇନିସ ଦ୍ରୁତ ଗତିରେ ରନ କରିଥିଲେ। ୨୦ଟି ବଲରେ ଫିଫ୍ଟ କରିଥିଲେ। ଯେଉଁଥି ପାଇଁ ପଞ୍ଜାବର ଟିମ୍‌ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୨୨ ରନ୍‌ କରିଥିଲା।  

ପଞ୍ଜାବ(ପ୍ଲେଇଂ ଇଲେଭନ) : ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ମାର୍କୋ ଜାନସେନ, ଜାଭିୟର ବାର୍ଟଲେଟ୍‌, ବିଜୟ କୁମାର ବୈଶାଖ, ୟୁଝବେନ୍ଦ୍ର ଚହଲ ।

ରାଜସ୍ଥାନ ରୟାଲ୍ସ (ପ୍ଲେଇଂ ଇଲେଭନ) : ଯଶସ୍ୱୀ ଜୈସ୍ୱାଲ୍‌, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ (ଅଧିନାୟକ),  ଶିମରୋନ ହେଟମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ବ୍ରିଜେଶ ଶର୍ମା, ନାନ୍ଦ୍ରେ ବର୍ଗର, ତୁଷାର ଦେଶପାଣ୍ଡେ ।