ଚୌହାଟୀ : ଚେନ୍ନାଇର ଦୁର୍ବଳ ବ୍ୟାଟିଂ । ପ୍ରଥମ ମ୍ୟାଚରୁ ଫେଳ୍ ମାରିଲେ CSKର ବ୍ୟାଟ୍ସମ୍ୟାନ୍ । ୧୨୭ ରନରେ ଅଲଆଉଟ୍ ହେଲା ସିଏସକେ । ରାଜସ୍ଥାନକୁ ଦେଲା ୧୨୮ ରନର ବିଜୟ ଲକ୍ଷ୍ୟ । CSKର ୮ ଜଣ ଖେଳାଳି ୨ ଅଙ୍କ ଛୁଇଁ ପାରିଲେନି । ଦଳ ପକ୍ଷରୁ ଜେମି ଓଭରଟନ୍ ସର୍ବାଧିକ ରନ କରିବାରେ ସକ୍ଷମ ହୋଇଛନ୍ତି । ବାକି ଖେଳାଳିଙ୍କ ମଧ୍ୟରେ କାର୍ତ୍ତିକ ଶର୍ମା ୧୮ ଏବଂ ସର୍ଫରାଜ ଖାନ ୧୭ ରନ୍ କରିଛନ୍ତି । ବାକି ଷ୍ଟାର ଖେଳାଳି ଫ୍ଲପ୍ ହୋଇଛନ୍ତି । ସଞ୍ଜୁ ସାମସନଙ୍କ ଉପରେ ଦଳ ବହୁ ଭରସା ରଖିଥିଲା ମାତ୍ର ସେ ୭ ବଲରୁ ୬ ରନ୍ କରିପାରିଥିଲେ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ । ସିଏସକେ ବିଶାଳ ସ୍କୋର କରିବ ବୋଲି ଆଶା ରଖିଥିଲେ ଫ୍ୟାନ୍ସ । ମାତ୍ର ଦଳ । ସେପଟେ ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର, ବର୍ଗର ଏବଂ ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ବାକି ବୋଲରଙ୍କ ମଧ୍ୟରେ ବ୍ରିଜେସ୍ ଶର୍ମା, ସନ୍ଦିପ ଶର୍ମା ଏବଂ ରବି ବିଷ୍ନୋଇ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।
ସେପଟେ ସିଏସକେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଅଧିନାୟକ ଋତୁରାଜ ଗାଏକ୍ବାଡ ୬ ରନ୍ କରିଥିବାବେଳେ ଯୁବ ତାରକା ଆୟୂଷ ମାତ୍ରେ ଖାତା ଖୋଲିପାରିନଥିଲେ ।