ଚେନ୍ନାଇ : ଚଳିତ ଆଇପିଏଲର ୨୨ତମ ଲିଗ୍ ମ୍ୟାଚରେ ଆଜି ୫ଥର ଚାମ୍ପିଅନ୍ ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିଛି। ଏହି ମ୍ୟାଚରେ ଟସ୍ କାର୍ଯ୍ୟକ୍ରମ ସରି ଯାଇଛି। କୋଲକାତା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।ଉଭୟ ସମ୍ପ୍ରତି ପଏଣ୍ଟ ତାଲିକାର ଅନ୍ତିମ ୨ ସ୍ଥାନରେ ରହି ଥିବାରୁ ଉପରକୁ ଉଠିବାକୁ ତତ୍ପର ଅଛନ୍ତି। ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ। ପୂର୍ବ ରେକର୍ଡକୁ ଦେଖିଲେ ଆଜି ଚେନ୍ନାଇ ପଲା ଭାରି ରହିବ। ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି ।

ଏଥିରୁ ଚେନ୍ନାଇ ୨୦ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ଚେନ୍ନାଇ କ୍ରମାନ୍ୱୟରେ ୩ଟି ମ୍ୟାଚ ପରାଜିତ ହେବା ପରେ ଶନିବାର ଦିନ ଦିଲ୍ଲୀକୁ ହରାଇ ୨ ପଏଣ୍ଟ ଅର୍ଜନ କରିଥିଲା। ଆଜି ମଧ୍ୟ ଦଳ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳୁ। ତେଣୁ ବିଜୟଧାରା ଜାରି ରଖିବାକୁ ଚେନ୍ନାଇ ପ୍ରୟାସ କରିବ। କୋଲକାତା ୪ଟି ମ୍ୟାଚ ଖେଳି ସାରିଥିଲେ ହେଁ କେବଳ ପଞ୍ଜାବ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ୧ ପଏଣ୍ଟ ପାଇଛି। ଏକାଧିକ ବୋଲର ଆହତ ଥିବାରୁ ଏହାର ପ୍ରଭାବ କୋଲକାତା ଉପରେ ପଡ଼ୁଛି। ତେଣୁ ଦଳ ଶୃଙ୍ଖଳିତ ବୋଲିଂ ଉପରେ ପ୍ରାଥମିକତା ଦେବ।

ଚେନ୍ନାଇ:ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ଆୟୂଷ ମାହତ୍ରେ, ଡିୱାଲ୍ଡ ବ୍ରେଭିସ୍, ଶିବମ ଦୁବେ, ସର୍ଫରାଜ ଖାନ, ଜାମି ଓଭରଟନ, ଅକିଲ ହୋସେନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ଗୁରଜନପ୍ରୀତ ସିଂହ ।

କୋଲକାତା:ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଫିନ ଆଲେନ, ଅଙ୍ଗକ୍ରୀଶ ରଘୁବଂଶୀ, କାମେରନ ଗ୍ରୀନ, ରିଙ୍କୁ ସିଂହ, ରୋଭମାନ ପାୱେଲ୍, ରମଣଦୀପ ସିଂହ, ସୁନୀଲ ନାରାଏନ, ଅନୁକୂଳ ରୟ/ବରୁଣ ଚକ୍ରବର୍ତ୍ତୀ, ନବଦୀପ ସାଇନି, କାର୍ତ୍ତିକ ତ୍ୟାଗୀ, ବୈଭବ ଆରୋରା