PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ବରଗଡ଼ରେ ଆଇପିଏଲ ବେଟିଂ: ୫ ଗିରଫ, ୬ ଲକ୍ଷ ଜବତ

ବରଗଡ଼,୩୧/୦୫ :ଆଇପିଏଲ କ୍ରିକେଟ ମ୍ୟାଚରେ ବେଟିଂ ଅଭିଯୋଗରେ ବରଗଡ଼ରୁ ୫ ଜଣ ସଟ୍ଟାଡ଼ନ ଧରା ପଡ଼ିବା ପରେ କ୍ରିକେଟ ଜୁଆ ପୁଣିଥରେ ପ୍ରମାଣିତ ହୋଇଯାଇଛି । ଏନେଇ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧିତ କରି ବରଗଡ଼ ଏସପି ସ୍ମିଥ ପରମାର ବେଟିଂ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । ବେଆଇନ ବେଟିଂ ଅଭିଯୋଗରେ ବରଗଡ଼ର ୫ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୬ଲକ୍ଷ ୧୪ ହଜାର ଟଙ୍କା ଜବତ କରାଯାଇଥିବା ଏସପି କହିଛନ୍ତି । ଗିରଫ ଅଭିଯୁକ୍ତମାନେ ସଭିଏଁ ବରଗଡ଼ ଟାଉନଥାନା ଅଞ୍ଚଳର । ସେମାନେ ହେଲେ ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟର ବିକି ମିତ୍ତଲ, ୱାର୍ଡ଼ ନମ୍ବର ୫ର ପ୍ରକାଶ ଅଗ୍ରୱାଲ, ତୋରାର ଅର୍ଜୁନ ସେନାପତି, ତୋରା ଟାଙ୍ଗରଟିକ୍ରାର ବିମଳକାନ୍ତ ନାଗ ଓ ତେରା ସ୍ପିନିଂମିଲ ଅଞ୍ଚଳର ଦିଲୀପ ଦାଶ ।

ସେହିଭଳି ସେମାନଙ୍କଠାରୁ ୩୦ଟି ବିଭିନ୍ନ ନମ୍ବର ଥିବା ମୋବାଇଲ ଫୋନସେଟ, ଦୁଇଟି ଲାପଟପ୍‌, ଅଟୋ କଲ ରିସିଭର ମେସିନ ସହ ସଂଯୁକ୍ତ ଥିବା ଇୟରଫୋନ ବିଶିଷ୍ଟ ୧୪ଟି ମୋବାଇଲ ଫୋନ, ଦୁଇ ପ୍ୟାକେଟ ତାସ, ଗୋଟେ ସେଟ ଟାଟାସ୍କାଇ ସେଟଅପ ବକ୍ସ/ରିମୋଟ, ଟେଣ୍ଡା କମ୍ପାନିର ଗୋଟେ ରାଉଟର, ଏକ୍ସଟେନସନ କର୍ଡ଼, ଏକ୍ସଟେନସନ ବୋର୍ଡ଼, ୬ଟି ମୋବାଇଲ ଚାର୍ଜର ଏବଂ ଲୟଡ଼ କମ୍ପାନିର ଗୋଟେ ଏଲସିଡ଼ି ଟିଭି ଜବତ କରାଯାଇଥିବା ଏସପିଙ୍କ ଠାରୁ ଜଣାପଡ଼ିଛି ।

ବରଗଡ଼ ଏସପି ଶ୍ରୀ ପରମାର ଦେଇଥିବା ସୂଚନାମତେ, ଆଇପିଏଲ-୧୪ରେ ଗତ ମଇ ୨୭ ତାରିଖରେ ରୟାଲ ଚେଲେଞ୍ଜର୍ସ ବାଙ୍ଗାଲୁରୁ(ଆରସିବି) ଓ ରାଜସ୍ଥାନ ରୟାଲ୍‌ସ (ଆରଆର)ମଧ୍ୟରେ ହୋଇଥିବା ମ୍ୟାଚ ପାଇଁ ବ୍ୟକ୍ତିଗତ ଭାବେ ଚାଲିଥିବା ବେଟିଂ ସମ୍ପର୍କରେ ସୂଚନା ପାଇଥିଲା । ବରଗଡ଼ ୱାର୍ଡ଼ ନମ୍ବର ୧୭ ଅନ୍ତର୍ଗତ ଅମ୍ବାପାଲି ଗଜପତି ମଣ୍ଡପ ନିକଟରେ ନିର୍ମାଣାଧିନ ଏକ କୋଠାରେ ବେଟିଂ ବ୍ୟବସାୟ ଚାଲୁଥିବାର ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା । ଏବଂ ବେଆଇନ ବେଟିଂ ଚଳାଇଥିବା ୫ ଜଣିଆ ଟିମକୁ କାବୁ କରିଥିବା ବେଳେ ନିର୍ମାଣାଧିନ କୋଠାର ମାଲିକ ବିକି ମିତ୍ତଲ ବେଟିଂରେ ସାମିଲ ଥିବା ଜଣାପଡ଼ିବା ପରେ ବିକିଙ୍କ ସମେତ ଉପରୋକ୍ତ ୫ ଜଣଙ୍କୁ ପୁଲିସ ଥାନାକୁ ଭିଡ଼ି ଆଣିଥିଲା । କମ୍ଫ୍ୟୁଟରରେ ସେମାନେ ଆରସିବି-ଆରଆର ମ୍ୟାଚ ପାଇଁ ବେଟିଂ ଚଳାଉଥିବା ସ୍ୱୀକାର କରିଥିବା ବେଳେ ଆଇପିଏଲ-୧୪ ଆରମ୍ଭରୁ ସେମାନେ ଏହି କରବାର ଚଳାଉଥିବା ଜଣାପଡ଼ିଥିଲା ା

ତେବେ ଏହାର ପରିଚାଳନା ପାଇଁ ସେମାନେ ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍ଟ୍ରୋନିକ୍ସ ଗେଜେଟର ବ୍ୟବହାର କରୁଥିବା ନେଇ ସୂଚନା ଦେଇଥିଲେ ମଧ୍ୟ କାହା ଅଧିନରେ ଜୁଆ ଚାଲିଥିଲା ସ୍ପଷ୍ଟ କରିନଥିବାରୁ ଘଟଣାଟି ସନ୍ଦେହ ଘେରକୁ ଚାଲିଯାଇଛି । ତେବେ ଏଥିରେ ବରଗଡ଼ର ଆହୁରି ଅନେକ ଲୋକ ସାମିଲ ଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ୁଥିବାରୁ ପୁଲିସ ତଦନ୍ତକୁ ଜୋର କରିଥିବା ବେଳେ ବେଟିଂରେ ସାମିଲ ଥିବାର ପ୍ରମାଣ ମିଳିଲେ, କାହାକୁ ଛଡ଼ାଯିବ ନାହିଁ ବୋଲି ଏସପି ଶ୍ରୀ ପରମାର ସ୍ପଷ୍ଟ କରିଛନ୍ତି । ମାମଲାରୁ ଗୁରୁତ୍ୱ ଦୃଷ୍ଟିରୁ ସ୍ୱତନ୍ତ୍ର ପୁଲିସ ଅଧିକାରୀମାନଙ୍କ ହାତରେ ତଦନ୍ତ ଭାର ନ୍ୟସ୍ତ କରାଯାଇଥିବା ବେଳେ ବରଗଡ଼ ଟାଉନଥାନାରେ ଏନେଇ କେସ ନମ୍ବର ୨୮୭/୨୦୨୨ରେ ୨୯୪(ଏ)/୪୨୦/୧୨୦(ବି)/୩୪ ଆଇପିସି ଆରଡ଼ବ୍ଲୁ ସେକ୍ସନ ୪ ଏଣ୍ଡ ୫ ଅଫ ପ୍ରାଇଜ/ ଚିଟସ/ମନି ସାରକୁଲେସନ (ବେନିଂ) ଆକ୍ଟ ୧୯୭୮/୦୭ ଏଲଆର ଆକ୍ଟରେ ମାମଲା ରୁଜୁ କରାଯାଇ ଏସଆଇ ମାନସ କୁମାର ପ୍ରଧାନଙ୍କ ନେତୃତ୍ୱରେ ଚଢ଼ଉ ଜାରୀ ରହିଥିବା ଜଣାପଡ଼ିଛି ା

ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ଆଇପିଏଲ୍‌ ବେଟିଂ ସଂପର୍କିତ ଖବର ପ୍ରମେୟରେ ପ୍ରକାଶ ପାଇଥିଲେ ହେଁ ସେତେବେଳେ ପୁଲିସ୍‌ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା ।