ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

IPL 2025; ୨୦ ଲିଗ୍ ମ୍ୟାଚ ପରେ ଏମିତି ପଏଣ୍ଟ ଟେବୁଲ ସ୍ଥିତି, ୫-୫ ଥର ଚାମ୍ପିଅନ ଦଳର ହାଲ ବେହାଲ

Published By : Ankita S | April 8, 2025 2:36 PM

ନୂଆଦିଲ୍ଲୀ, ୮/୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ସିଜିନ ୧୮ ଜାରି ରହିଛି । ଇତି ମଧ୍ୟରେ ୨୦ଟି ଲିଗ୍ ମ୍ୟାଚ ସରିଛି । ଟେବୁଲ ଟପ୍‌ରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସବୁଠୁ ବଡ଼ କଥା ହେଉଛି ୫-୫ ଥର ଚାମ୍ପିଅନ ହୋଇଥିବା ଦଳର ଅବସ୍ଥା ଶୋଚନୀୟ । ଆଇପିଏଲ ଇତିହାସର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ପଏଣ୍ଟ ଟେବୁଲ ପଛରେ ପଡ଼ି ଯାଇଛନ୍ତି ।

ମାର୍ଚ୍ଚ ୨୨ରୁ ୧୦ ଟି ଦଳ ମଧ୍ୟରେ ଆରମ୍ଭ ହୋଇଛି ଆଇପିଏଲ । କଡ୍ଡା ଟକ୍କର ହେଉଛି । ମୋଟ୍ ୨୦ଟି ଲିଗ୍ ମ୍ୟାଚ ସରିଛି । ପଏଣ୍ଟ ଟେବୁଲ ଟପରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେ ୩ଟି ମ୍ୟାଚ ଖେଳିଛି । ଗୋଟିଏ ବି ହାରି ନାହିଁ । ସେହିପରି ଦ୍ବିତୀୟ ସ୍ଥାନରେ ଗୁଜରାଟ ଟାଇଟନ୍ସ ଓ ତୃତୀୟ ସ୍ଥାନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରହିଛି । ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି । ୪ଟି ମ୍ୟାଚ ଖେଳି ୩ଟି ଜିତିଛି ଗୁଜରାଟ । ସେହିପରି ତୃତୀୟ ସ୍ଥାନରେ ରହିଛି ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପଏଣ୍ଟ ଟେବୁଲ ଶେଷରେ ରହିଛି ସନରାଇଜର୍ସ ହାଇଦ୍ରାବାଦ ।

ଚାମ୍ପିଅନ୍ସଙ୍କ ଅବସ୍ଥା ଶୋଚନୀୟ- ସବୁଠୁ ବଡ କଥା ହେଉଛି ଆଇପିଏଲର ଦୁଇ ସଫଳ ଦଳ । ଯାହାଙ୍କୁ ମୁକାବିଲା କରିବା ପ୍ରତିପକ୍ଷ ପାଇଁ ମୁସକିଲ ହୋଇପଡ଼େ ।  ୫-୫ ଥର ଟ୍ରଫି  ନିଜ ନାମରେ କରିଛନ୍ତି । ଚାମ୍ପିଅନ ହୋଇଛନ୍ତି । କିନ୍ତୁ ପୂର୍ବ ସିଜନ୍‌ ପରି ଏଥର ବି ଅବସ୍ଥା ଶୋଚନୀୟ ହୋଇଛି । ସଫଳ ଦଳ ଉପରେ ଭାରି ପଡୁଛନ୍ତି ଅନ୍ୟ ଟିମ୍ । ଗୋଟିଏ ପରେ ଗୋଟିଏ ମ୍ୟାଚ ହାରୁଛନ୍ତି । ଦୁଇଦଳର ଫ୍ଲପ ଶୋ ଦେଖିବାକୁ ମିଳିଛି । ପଏଣ୍ଟ ଟେବୁଲ ପଛରେ ପଡିଛନ୍ତି ଚେନ୍ନାଇ-ମୁମ୍ବାଇ । ଗତକାଲି ଘରୋଇ ମାଟିରେ ମାଟି କାମୁଡିଥିଲା ମୁମ୍ବାଇ । ୧୨ରନରେ ବେଙ୍ଗାଲୁରୁଠୁ ପରାସ୍ତ ହୋଇଥିଲା ଦଳ । ସେହିପରି ଚେନ୍ନାଇ ୪ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଚଳିତ ସିଜନରେ ମୁମ୍ବାଇ ବିପକ୍ଷରେ ପ୍ରଥମ ମ୍ୟାଚ ଜିତିଥିଲା ଚେନ୍ନାଇ । ଏହାପରେ ବାକି ସବୁ ମ୍ୟାଚ ହାରିଛି ଦଳ । ଧିରେ ଧିରେ ଚେନ୍ନାଇ ତାର ଚମକ ହରାଉଛି । ଅଭିଜ୍ଞ ଏମଏସ ଧୋନୀ ଦଳରେ ଥାଇ ବି କୌଣସି ଚମତ୍କାର କରିପାରୁନି ଚେନ୍ନାଇ । ଆଜି ପଞ୍ଜାବ ବିପକ୍ଷରେ ଚେନ୍ନାଇ ତାର ପଞ୍ଚମ ମ୍ୟାଚ ଖେଳିବ । ସେହିପରି ଆସନ୍ତା ୧୩ରେ ମୁମ୍ବାଇ ଆସନ୍ତା ଦିଲ୍ଲୀ ବିପକ୍ଷରେ ଖେଳିବ । ଦୁଇଦଳକୁ ଟେବୁଲ ଉପରକୁ ଉଠିବାକୁ ହେଲେ ଜବରଦସ୍ତ  କମବ୍ୟାକ କରିବାକୁ ପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.