ନୂଆଦିଲ୍ଲୀ – ଆଇପିଏଲ୍ ୨୦୨୬ ନିଲାମ ପୂର୍ବରୁ, ସମସ୍ତ ୧୦ ଆଇପିଏଲ୍ ଫ୍ରାଞ୍ଚାଇଜ୍ ନିଜ ନିଜର ରିଟେନ୍ ଏବଂ ରିଲିଜ୍ ହୋଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରି ଦେଇଛନ୍ତି। ରିଲିଜ୍ ହୋଇଥିବା ଖେଳାଳିଙ୍କ ତାଲିକାରେ କୋଲକାତା ନାଇଟ୍ ରାଇଡର୍ସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସେ ୧୨ ବର୍ଷ ପରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲଙ୍କୁ ଛାଡ଼ି ଦେଇଛି। କେକେଆର ରସେଲଙ୍କୁ ରିଲିଜ କରି ଦେଇଛି , ଯାହାର ଅର୍ଥ ହେଉଛି ୧୨ ବର୍ଷ ପରେ, ରସେଲ ପୁଣି ନିଲାମରେ ନଜର ଆସିବେ। ଏହି ସମୟରେ ଅନେକ ଦଳର ନଜର ତାଙ୍କ ଉପରେ ରହିବ। କେକେଆର ତାଙ୍କ ବ୍ୟତୀତ ୨୩.୭୫ କୋଟି ଟଙ୍କାର ଭେଙ୍କଟେଶ ଆୟରଙ୍କୁ ମଧ୍ୟ ମୁକ୍ତ କରି ନିଜର ପର୍ସରେ ସଞ୍ଚୟ ବୃଦ୍ଧି କରିଛି। ଅନ୍ୟପଟେ , ଚେନ୍ନାଇ ସୁପର କିଙ୍ଗସ୍ ମାଥିଶା ପାଥିରାନାଙ୍କୁ ମୁକ୍ତ କରି ଦେଇଛି । ସିଏସକେ ଗତ କିଛି ବର୍ଷରେ ଏହି ଖେଳାଳିଙ୍କ ଉପରେ ବହୁତ ନିବେଶ କରିଥିଲା, କିନ୍ତୁ ତାଙ୍କ ଆଘାତ ହିଷ୍ଟ୍ରୀକୁ ଦେଖି ଚେନ୍ନାଇ ଏପରି ବଡ଼ ନିଷ୍ପତ୍ତି ନେଇଛି ।

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ରିଲିଜ ଖେଳାଳିଙ୍କ ତାଲିକା - ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟର, କ୍ୱିଣ୍ଟନ୍ ଡି କକ୍, ମୋଇନ୍ ଅଲି, ଆନରିଚ୍ ନାର୍ଖିଆ

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳାଳି ତାଲିକା - ରାହୁଲ ତ୍ରିପାଠୀ, ଭନ୍ସ ବେଦୀ, ସି ଏଣ୍ଡର ସିଦ୍ଧାର୍ଥ, ରଚିନ୍ ରବିନ୍ଦ୍ର, ସାମ୍ କୁରାନ୍, ଦୀପକ ହୁଡ୍ଡା, ବିଜୟ ଶଙ୍କର, ଶେଖ ରାସିଦ, କମଲେଶ ନାଗାର୍କୋଟି, ମାଥିଶା ପାଥିରାନା

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଖେଳାଳି ତାଲିକା - ଲିଆମ୍ ଲିଭିଙ୍ଗଷ୍ଟୋନ୍, ଲୁଙ୍ଗି ଏନଗିଡି,

ମୟଙ୍କ ଅଗ୍ରୱାଲ୍, ସ୍ୱାସ୍ତିକ୍ ଚିକାରା, ମନୋଜ ଭଦାଗେ, ବ୍ଲେସିଙ୍ଗ ମୁଜାରବାନୀ , ମୋହିନ ରାଠୀ , ଟିମ୍ ସିଫର୍ଟ

ପଞ୍ଜାବ କିଙ୍ଗସ୍ ଖେଳାଳି ତାଲିକା - ଜୋଶ୍ ଇଂଲିସ୍, ଏରୋନ ହାର୍ଡି, ଗ୍ଲେନ୍ ମ୍ୟାକ୍ସୱେଲ୍, କୁଲଦୀପ ସେନ୍, ପ୍ରବୀଣ ଦୁବେ ।

ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ତାଲିକା  - ଫାଫ୍ ଡୁ ପ୍ଲେସିସ୍, ଜ୍ୟାକ୍ ଫ୍ରେଜର-ମ୍ୟାକଗର୍କ, ଡୋନୋଭନ୍ ଫରେରା, ସିଦ୍ଧିକୁଲା ଅଟଳ, ମନୱନ୍ତ କୁମାର, ମୋହିତ ଶର୍ମା, ଦର୍ଶନ ନାଲକାଣ୍ଡେ

ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଖେଳାଳି ତାଲିକା - ଆର୍ଯ୍ଯନ୍ ଜୁୟାଲ୍, ଡେଭିଡ ମିଲର, ଯୁବରାଜ ଚୌଧୁରୀ, ରାଜବର୍ଦ୍ଧନ ହଙ୍ଗର୍ଗେକର, ଶାର୍ଦୁଲ ଠାକୁର, ଆକାଶଦୀପ, ରବି ବିଷ୍ଣୋଇ ,ଶମର ଜୋସେଫ

ଗୁଜୁରାଟ ଟାଇଟନ୍ସ ଖେଳାଳି ତାଲିକା - ମହିପାଲ ଲୋମରୋର, ଶେରଫନ ରଦରଫୋର୍ଡ, କରିମ ଜନତ, ଦାସୁନ୍ ଶନାକା, ଗେରାଲ୍ଡ କୋଇଟ୍ଜେ, କୁଲୱନ୍ତ ଖେଜରୋଲିଆ

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳାଳି ତାଲିକା - ଅଭିନବ ମନୋହର, ଅଥର୍ବ ତାୟଡେ, ସଚିନ ବେବି, ଭିଆନ ମୁଲଡର, ସିମରନଜିତ ସିଂହ, ମହମ୍ମଦ ଶାମୀ, ଆଡାମ ଜାମ୍ପା, ରାହୁଲ ଚହର

ରାଜସ୍ଥାନ ରୟାଲ୍ସ ଖେଳାଳି ତାଲିକା ପ୍ରକାଶ - ସଞ୍ଜୁ ସାମସନ, ନୀତୀଶ ରାଣା, ୱାନିନ୍ଦୁ ହାସାରଙ୍ଗା, ମହେଶ ଥିକ୍ଷଣା

ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ତାଲିକା - ସତ୍ୟନାରାୟଣ ରାଜୁ, ରିସ ଟପଲି, କେ.ଏଲ ଶ୍ରୀଜିତ୍, କରନ୍ ଶର୍ମା , ବେଭନ ଜାକୋବ୍ସ , ମୁଜିବ ଉର ରହମାନ, ଲିଜାଡ ୱିଲିୟମ୍ସ, ଭିଗ୍ନେଶ ପୁଥୁର

IPL 2026 ନିଲାମ ପୂର୍ବରୁ ଟ୍ରେଡ୍ ହୋଇଥିବା ଖେଳାଳି -

ସଞ୍ଜୁ ସାମସନ - ରାଜସ୍ଥାନ ରୟାଲ୍ସରୁ ଚେନ୍ନାଇ ସୁପର କିଙ୍ଗସ, ୧୮ କୋଟି ଟଙ୍କାରେ

ରବିନ୍ଦ୍ର ଜାଡେଜା - ଚେନ୍ନାଇ ସୁପର କିଙ୍ଗସ୍ ରୁ ରାଜସ୍ଥାନ ରୟାଲ୍ସ, ୧୪ କୋଟି ଟଙ୍କାରେ

ସାମ୍ କରନ - ଚେନ୍ନାଇ ସୁପର କିଙ୍ଗସରୁ ରାଜସ୍ଥାନ ରୟାଲ୍ସକୁ ୨.୪ କୋଟି ଟଙ୍କାରେ

ମହମ୍ମଦ ଶାମୀ - ସନରାଇଜର୍ସ ହାଇଦ୍ରାବାଦରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ, ,୧୦ କୋଟି ଟଙ୍କାରେ

ମୟଙ୍କ ମାର୍କଣ୍ଡେ - କୋଲକାତା ନାଇଟ୍ ରାଇଡର୍ସରୁ ମୁମ୍ବାଇ ଇଣ୍ଡିଆନ୍ସ, ୩୦ଲକ୍ଷ ଟଙ୍କାରେ

ଅର୍ଜୁନ ତେନ୍ଦୁଲକର - ମୁମ୍ବାଇ ଇଣ୍ଡିଆନ୍ସରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୩୦ ଲକ୍ଷ ଟଙ୍କାରେ

ନୀତିଶ ରାଣା - ରାଜସ୍ଥାନ ରୟାଲ୍ସରୁ ଦିଲ୍ଲୀ କ୍ୟାପିଟାଲ୍ସ ୪.୨ କୋଟି ଟଙ୍କାରେ

ଡୋନୋଭନ ଫେରେରା - ଦିଲ୍ଲୀ କ୍ୟାପିଟାଲ୍ସରୁ ରାଜସ୍ଥାନ ରୟାଲ୍ସ ୧ କୋଟି ଟଙ୍କାରେ

ଶେରଫେନ୍ ରଥରଫୋର୍ଡ - ଗୁଜରାଟ ଟାଇଟାନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସ ୨.୬ କୋଟି ଟଙ୍କାରେ

ଶାର୍ଦ୍ଦୁଳ ଠାକୁର - ଲକ୍ଷ୍ନୌ ସୁପରଜିଆଣ୍ଟସରୁ ମୁମ୍ବାଇ ଇଣ୍ଡିଆନ୍ସ ୨ କୋଟି ଟଙ୍କାରେ