ତେହେରାନ/ନ୍ୟୁୟର୍କ,୦୨/୦୬:  ପରମାଣୁ ବୋମା ପ୍ରସ୍ତୁତ କରିବ ଇରାନ । ବର୍ତ୍ତମାନ ଇରାନ ପରମାଣୁ ବୋମା  ପ୍ରସ୍ତୁତର ଖୁବ ନିକଟରେ ପହଞ୍ଚିଯାଇଛି ।  ଜାତିସଂଘ ପରମାଣୁ ତଦାରଖକାରୀ ସଂସ୍ଥା  ଆଇଏଇଏ(IAEA) ପକ୍ଷରୁ ଏକ ରିପୋର୍ଟରେ ଏହି  ଦାବି କରାଯାଇଛି ।

ସେଥିରେ କୁହାଯାଇଛି  ଯେ ଇରାନ ମିଲିଟାରୀ ଗ୍ରେଡ୍‌ ଅର୍ଥାତ ୬୦  ପ୍ରତିଶତ ଶୁଦ୍ଧ ୟୁରାନିୟମ ଷ୍ଟକ ବଢ଼ାଇଛି ।  ଫଳରେ ଇରାନ ପରମାଣୁ ବୋମା ପ୍ରସ୍ତୁତ କରିବାର ଖୁବ ନିକଟରେ ପହଞ୍ଚିଛି । ଏଥିସହ ଇରାନକୁ ଏଭଳି କାର୍ଯ୍ୟରୁ କ୍ଷାନ୍ତ  ରହିବାକୁ ଆଇଏଇଏ ଅପିଲ ମଧ୍ୟ କରିଛି । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବା  ଲାଗି ଆମେରିକା ଉଦ୍ୟମ ଜାରି ରଖିଛି ।  ଉଭୟ ଦେଶ ମଧ୍ୟରେ ବୁଝାମଣା ନେଇ  କଥାବାର୍ତ୍ତା ଜାରି ରହିଥିଲା ବେଳେ ଇରାନର  ଆଣବିକ କାର୍ଯ୍ୟକ୍ରମ ସମ୍ପର୍କିତ ଏହି ରିପୋର୍ଟ  ବେଶ୍‌ ଚିନ୍ତାଜନକ ହୋଇଛି ।