ତେହେରାନ/ନ୍ୟୁୟର୍କ,୦୨/୦୬: ପରମାଣୁ ବୋମା ପ୍ରସ୍ତୁତ କରିବ ଇରାନ । ବର୍ତ୍ତମାନ ଇରାନ ପରମାଣୁ ବୋମା ପ୍ରସ୍ତୁତର ଖୁବ ନିକଟରେ ପହଞ୍ଚିଯାଇଛି । ଜାତିସଂଘ ପରମାଣୁ ତଦାରଖକାରୀ ସଂସ୍ଥା ଆଇଏଇଏ(IAEA) ପକ୍ଷରୁ ଏକ ରିପୋର୍ଟରେ ଏହି ଦାବି କରାଯାଇଛି ।
ସେଥିରେ କୁହାଯାଇଛି ଯେ ଇରାନ ମିଲିଟାରୀ ଗ୍ରେଡ୍ ଅର୍ଥାତ ୬୦ ପ୍ରତିଶତ ଶୁଦ୍ଧ ୟୁରାନିୟମ ଷ୍ଟକ ବଢ଼ାଇଛି । ଫଳରେ ଇରାନ ପରମାଣୁ ବୋମା ପ୍ରସ୍ତୁତ କରିବାର ଖୁବ ନିକଟରେ ପହଞ୍ଚିଛି । ଏଥିସହ ଇରାନକୁ ଏଭଳି କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ଆଇଏଇଏ ଅପିଲ ମଧ୍ୟ କରିଛି । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବା ଲାଗି ଆମେରିକା ଉଦ୍ୟମ ଜାରି ରଖିଛି । ଉଭୟ ଦେଶ ମଧ୍ୟରେ ବୁଝାମଣା ନେଇ କଥାବାର୍ତ୍ତା ଜାରି ରହିଥିଲା ବେଳେ ଇରାନର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କିତ ଏହି ରିପୋର୍ଟ ବେଶ୍ ଚିନ୍ତାଜନକ ହୋଇଛି ।