ନୂଆଦିଲ୍ଲୀ : ଆମେରିକା-ଇରାନ ଯୁଦ୍ଧ କାରଣରୁ ହର୍ମୁଜ ପ୍ରଣାଳୀ ଦୀର୍ଘ ଦିନ ଯାଏ ବନ୍ଦ ରହିଛି , ଯାହା ପରେ ଶୁକ୍ରବାର ତେହେରାନ ପୁର୍ନବାର ଖୋଲିବାକୁ ଘୋଷଣା କରି ଥିଲା। ଏଥିରେ ଅନୁମାନ କରାଯାଉ ଥିଲା ଯେ, ଖୁବ୍ ଶୀଘ୍ର ଶକ୍ତି ସଙ୍କଟ ଦୂର ହୋଇ ଯିବ, କିନ୍ତୁ ଇରାନ ପୁଣି ଝଟକା ଦେଇଛି। ସେ ଶନିବାର ଆମେରିକା ଉପରେ ଅଭିଯୋଗ କରି ହର୍ମୁଜ ବନ୍ଦ କରି ଦେଇଛି। ସେ ଆମେରିକା ଉପରେ ଅସ୍ତ୍ରବିରତି ଉଲ୍ଲଙ୍ଘନର ଅଭିଯୋଗ କରି ହର୍ମୁଜ ବନ୍ଦ କରି ଦେଇଛି। ସେ ଆମେରିକା ଉପରେ ଅସ୍ତ୍ରବିରତି ଉଲ୍ଲଙ୍ଘନର ଅଭିଯୋଗ ଲଗେଇଛି। ଇରାନର କହିବାନୁସାରେ , ଆମେରିକା ହର୍ମୁଜ ଉପରେ ଏବେ ବି ନାକାବନ୍ଦୀ କରି ରଖିଛି, ଯେଉଁଥି ପାଇଁ ତାକୁ ନିଜର ନିଷ୍ପତ୍ତି ବଦଳାଇବାକୁ ପଡ଼ୁଛି। ଇରାନର ମିଳିତ ସୈନ୍ୟ କମାଣ୍ଡ କହିଛି ଯେ, ହର୍ମୁଜ ପ୍ରଣାଳୀର ନିୟନ୍ତ୍ରଣ ପୁଣି ନିଜର ପଛ ସ୍ଥିତିକୁ ଆସି ଯାଇଛି ...ତାହା ଏବେ ସଶସ୍ତ୍ର ବାହିନୀର ଦୃଢ ପ୍ରବନ୍ଧନ ଓ ନିୟନ୍ତ୍ରଣରେ ଅଛି। ସେ ଚେତାବନୀ ଦେଇଛି ଯେ, ଯେପର୍ଯ୍ୟନ୍ତ ଇରାନୀ ବନ୍ଦର ଗୁଡ଼ିକ ଉପରେ ଆମେରିକାର ରୋକ୍ ଜାରି ରହିବ ,ସେପର୍ଯ୍ୟନ୍ତ ସେ ଏହି ପ୍ରଣାଳୀରେ ହେଉଥିବା ଯାତାୟାତରେ ପ୍ରତିବନ୍ଧକ ଲଗାଇବ।
ହର୍ମୁଜ ପ୍ରଣାଳୀ ଏକ ସଂକୀର୍ଣ୍ଣ ରାସ୍ତା , ଯାହା ମାଧ୍ୟମରେ ସାରା ବିଶ୍ୱରେ ଅଶୋଧିତ ତୈଳର ସପ୍ଲାଇ ହୋଇଥାଏ। ମୋଟ ତୈଳର ୨୦ ପ୍ରତିଶତ ଭାଗ ଏହି ରାସ୍ତା ମାଧ୍ୟମରେ ଯାଇଥାଏ। ଯେବେଠାରୁ ଇରାନ ହର୍ମୁଜକୁ ବନ୍ଦ କରିଥିଲା, ସେବେଠାରୁ ଅଶୋଧିତ ତୈଳର ମୂଲ୍ୟ ଆକାଶ ଛୁଆଁ ହୋଇଥିଲା। ଅନେକ ଦେଶରେ ପେଟ୍ରୋଲ-ଡିଜେଲର ଦାମରେ ଖୁବ୍ ଅଧିକ ବୃଦ୍ଧି ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ୁଛି ଏବଂ ସରକାର ତୈଳ ସହ ଜଡ଼ିତ ଟ୍ୟାକ୍ସ ଗୁଡ଼ିକରେ ପରିବର୍ତ୍ତନ କରିଥିଲେ।
ଅନ୍ୟପଟେ, ଏଲପିଜି ସିଲିଣ୍ଡର ଗୁଡ଼ିକ ମିଳିବାରେ ମଧ୍ୟ ସମସ୍ୟା ହୋଇଥିଲା। ଏହି କାରଣରୁ ଯେବେ ଏହା ଖୋଲିଲା ତ ଲାଗୁଥିବା ଏବେ ଧିରେ ଧିରେ ସଙ୍କଟ ଦୂର ହୋଇ ଯିବ, କିନ୍ତୁ ପୁଣି ଥରେ ବନ୍ଦ କରିବାର କାରଣରୁ ସଙ୍କଟ ଆହୁରି ଗଭୀର ହୋଇ ପାରେ।
ଉଲ୍ଲେଖନୀୟ ଯେ, ଭାରତ ନିଜର ଆବଶ୍ୟକତାର ୮୫ ପ୍ରତିଶତ ଅଶୋଧିତ ତୈଳ ଇମ୍ପୋର୍ଟ କରିଥାଏ ଏବଂ ଏହାର ବଡ଼ ଭାଗ ଉପସାଗରୀୟ ଦେଶରୁ ଆସେ, ଯାହା ଏହି ରାସ୍ତା ଦେଇ ଯାଇଥାଏ। ହର୍ମୁଜ ବନ୍ଦ ହେବା ଦ୍ୱାରା ଅଶୋଧିତ ତୈଳର ଦାମ୍ ପୁଣିଥରେ ବଢିପାରେ। ଏହି କାରଣରୁ କେବଳ ପେଟ୍ରୋଲ ଡିଜେଲର ଦାମ ବଢିବନି ଏହାସହ ମହଙ୍ଗା ଉପରେ ମଧ୍ୟ ପ୍ରଭାବ ପଡ଼ିବ। ତୈଳ ମହଙ୍ଗା ହୋଇଗଲେ ଟ୍ରାନ୍ସପୋର୍ଟ ମଧ୍ୟ ମହଙ୍ଗା ହୋଇଯିବ, ଯେଉଁଥିରେ ପ୍ରତି ଜିନିଷ ଉପରେ ମହଙ୍ଗା ବଢିବାର ଆଶଙ୍କା ରହିଛି। ଖାଦ୍ୟପେୟ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଲଜିଷ୍ଟିକ୍ସ ଆଦି ଉପରେ ପ୍ରଭାବ ପଡ଼ିପାରେ।