ନୂଆଦିଲ୍ଲୀ,୨୨।୨: ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କପର୍ସ(ଆଇଆରଜିସି) ହିଜବୋଲାକୁ ନିଜ ନିୟନ୍ତ୍ରଣରେ ନେଇଛି। ଏହା ସହ ତା’ର ସମସ୍ତ ଦାୟିତ୍ବ ନିଜ ହାତକୁ ନେଇଛି। ଆଇଆରଜିସିର ଅଧିକାରୀ ନିକଟରେ ଲେବାନନ୍‌ରେ ପହଁଞ୍ଚିଛନ୍ତି ଓ ହିଜବୋଲାର ସେନା କ୍ଷମତାକୁ ବିସ୍ତାର କରୁଛି। ପୁରାଦେଶରେ ବ୍ୟାପୀଥିବା ହିଜବୋଲା ଯୋଦ୍ଧାଙ୍କ ସୂଚନା ଏକତ୍ରିତ କରିବା ପାଇଁ  ଆଇଆରଜ ସାମରିକ କ୍ଷମତାକୁ ବିସ୍ତାର କରୁଛି।

ସାଉଦି ଆରବର ଖବର କାଗଜ ଏହା ମଧ୍ୟ କହିଛି ଯେ,ଆଇଆରଜିସି ଅଧିକାରୀ ବେକା ଘାଟିରେ ହିଜବୋଲାର ମିସାଇଲ ୟୁନିଟ୍ ସଦସ୍ୟଙ୍କୁ ସାକ୍ଷାତ କରୁଥିଲେ,କିନ୍ତୁ ସୂଚନା ମିଳିବା ମାତ୍ରେ ଇସ୍ରାଏଲ ସେଠାରେ ବୋମାମାଡ଼ କରିଥିଲା। ଏହି ଆକ୍ରମଣରେ ଅତି କମ୍‌ର ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଆକ୍ରମଣରେ ନିହତ ହୋଇଥିଲେ। ଇସ୍ରାଏଲ ପ୍ରତିରକ୍ଷା ବଳ ବା ଆଇଡିଏଫ୍ର ସୂଚନା ଅନୁସାରେ,ଏହି ଆକ୍ରମଣ ହେଜବୋଲା ଓ ହମାସର କମାଣ୍ଡ ସେଣ୍ଟରକୁ ଟାର୍ଗେଟ କରି ହୋଇଛି।

ହିଜବୋଲା ସୁତ୍ରର କହିବା ଅନୁସାରେ, ଇସ୍ରାଏଲର ବଡ ସାମରିକ ଆକ୍ରମଣ ଏବେ କେବଳ ସମୟର କଥା। ଏହା ଭିତରେ ଲେବାନନ୍ ମିଡିଆ ଆଉଟଲେଟ୍ ନିଦା ଅଲ୍-ବତନ କହିଛି,ଯଦି ଆମେରିକା ଓ ଇରାନ ଭିତରେ ଯୁଦ୍ଧ ସ୍ଥିତି ରହେ,ତେବେ ବେରୁଟ ନିଜକୁ ନିରପେକ୍ଷ ବଜାୟ ରଖିବା ଦରକାର ଓ ହିଜବୋଲାହକୁ ଦେଶକୁ ଇସ୍ରାଏଲ ସହ ଯୁଦ୍ଧକୁ ଟାଣିବାକୁ ରୋକିବା ଦରକାର। Ynetନ୍ୟୁଜ୍ ରିପୋର୍ଟ କରିଛି, ଯୁଦ୍ଧ ହେଲେ ଇରାନ୍ ହିଜବୋଲାକୁ ଇସ୍ରାଏଲ ବିରୋଧରେ ଲଢ଼ିବା ପାଇଁ ଚାପ ପକାଉଛି। ହିଜବୋଲା ମୁଖ୍ୟ ନଇମ୍ କାସେମ୍ ଗତ ମାସରେ କହିଥିଲେ ,ଏହି ଗୋଷ୍ଠୀ ଏକାକୀ ରହିବ ନାହିଁ, କିନ୍ତୁ ସିଧାସଳଖ ଧମକ ଦେବାଠାରୁ ନିଜକୁ ଦୂରେଇ ରଖୁଛି।

ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଅଞ୍ଚଳରେ ସାମରିକ ବାହିନୀ ମୁତୟନ କରିଛନ୍ତି ଏବଂ ଇରାନ ଉପରେ ଚାପ ବୃଦ୍ଧି କରୁଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ତାର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବ, ୟୁରାନିୟମ ଆତ୍ମସମର୍ପଣ କରିବ ଏବଂ ତାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରିସର ହ୍ରାସ କରିବାର ଦାବି କରିଛି। ହିବ୍ରୁ ମିଡିଆ ଅନୁଯାୟୀ, ଇସ୍ରାଏଲ ମଧ୍ୟ ଆମେରିକାର ସହଯୋଗର ପ୍ରସ୍ତୁତି କରୁଛି। କାନ୍ ପବ୍ଲିକ୍ ବ୍ରଡକାଷ୍ଟର ରିପୋର୍ଟ କରିଛି ଯେ ଇସ୍ରାଏଲ ହିଜବୋଲାର ରକେଟ୍ ବାହିନୀର ପ୍ରସ୍ତୁତି ଚିହ୍ନଟ କରିଛି। ଯୁଦ୍ଧ ହେଲେ ହିଜବୋଲା ଇସ୍ରାଏଲ ଉପରେ ଆକ୍ରମଣ କରିବ ବୋଲି ବିଶ୍ୱାସ କରାଯାଉଛି, ଏବଂ ଏଥିରେ IRGC, ଇରାନ ସମର୍ଥିତ ଶିଆ ମିଲିସିଆ ଏବଂ ୟେମେନର ହୁଥି ବିଦ୍ରୋହୀମାନେ ମଧ୍ୟ ସାମିଲ ହେବେ।