ନୂଆଦିଲ୍ଲୀ,୨୮।୩: ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଶନିବାର ଇରାନର ବୁଶେହର ନ୍ୟୁକ୍ଳିୟର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ ନେଇ ସୂଚନା ଦେଇଛି ରୁଷ। ଏହା ସହ କହିଛି ଏଭଳି ଆକ୍ରମଣ ପରେ ନ୍ୟୁକ୍ଳିୟର ସୁରକ୍ଷାକୁ ନେଇ ବିପଦ ସୃଷ୍ଟି ହୋଇଛି। ଇଣ୍ଟରନ୍ୟାସନାଲ ଆଟୋମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ) ଶୁକ୍ରବାର କହିଛି ଯେ, ଇରାନ ନିଜେ ବୁଶେହରର ଆଖପାଖରେ ଆକ୍ରମଣ ନେଇ ସୂଚନା ଦେଇଛି। ୧୦ ଦିନରେ ଏଭଳି ତୃତୀୟ ଥର ଘଟିଛି। ତେବେ ଏହି ଆକ୍ରମଣରେ ଚାଲୁଥିବା ରିଆକ୍ଟରର କୌଣସି କ୍ଷତି ହୋଇନି କିମ୍ବା କୌଣସି ରେଡିଏସନ୍ ଲିକ୍ ହୋଇଥିବାର ଜଣାପଡିନି।

ରୁଷ ବୈଦେଶିକ ମନ୍ତ୍ରଣାଳୟ ଶନିବାର ବୁଶେହର ନିକଟରେ ହୋଇଥିବା ଏହି ଆକ୍ରମଣକୁ ସ୍ପଷ୍ଟ ଭାବରେ ନିନ୍ଦା କରିଛି। ମନ୍ତ୍ରଣାଳୟ ମୁଖପାତ୍ର ମାରିୟା ଜଖାରୋଭ କହିଛନ୍ତି, ଆମକୁ ଆଶା ରହିଛି ଯେ, ଆଇଏଇଏର ଡାଇରେକ୍ଟର ଜେନେରାଲଙ୍କୁ ଇରାନ ଅଧିକାରୀ ସିଧାସଳଖ ଭାବରେ,ସମୟରେ ଓ ନିରପେକ୍ଷ ସୂଚନା ମିଳିବା ପରେ ସେ ଆକ୍ରମଣକାରୀଙ୍କୁ ତୁରନ୍ତ ଓ ସ୍ପଷ୍ଟ ବାର୍ତ୍ତା ଦେଇ ପାରିବେ। ଏବେ ବନ୍ଦ ହେବାର ସମୟ ଆସିଗଲା।’

ରୋସାଟମର ମୁଖ୍ୟ ଆଲେକ୍ସି ଲିଖାଚେଭ ଏହା ମଧ୍ୟ କହିଛନ୍ତି ଯେ, ବୁଶେହରରୁ ତାଙ୍କର ଆହୁରି ୧୬୩ କର୍ମଚାରୀ ବାହାରି ରେ ରୁଷ ଫେରି ଆସିଛନ୍ତି। ଆଗାମୀ ଦିନରେ ଆହୁରି ଦୁଇଟି ଗୋଷ୍ଠୀଙ୍କୁ ବାହାର କରାଯିବ। ଉଲ୍ଲେଖନୀୟ ଯେ, ଶୁକ୍ରବାର ସ୍ଥାନୀୟ ସମୟ ରାତି ୧୧ଟା ୪୦ ମିନିଟ୍‌ରେ ଇରାନର ବୁଶେହର ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ ଉପରେ ମିସାଇଲ ପଡିଥିଲା। ଯଦିଓ ଏହାଦ୍ବାରା କୌଣସି କ୍ଷତି ହୋଇନି ତେବେ ଗମ୍ଭୀର ପରମାଣୁ ଦୁର୍ଘଟଣା ଘଟିପାରେ।

​​​​​​​ଆହୁରି ପଢନ୍ତୁ :ଉପସାଗରୀୟ ଦେଶଙ୍କୁ ଇରାନର ଚେତାବନୀ: ଆମେରିକା-ଇସ୍ରାଏଲକୁ ନିଜ ମାଟି ଯୁଦ୍ଧ ପାଇଁ ଦିଅନି, ନଚେନ ମିଳିବ କଡ଼ା ଜବାବ