ନୂଆଦିଲ୍ଲୀ ୦୭/୦୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ଅଚେତ ହୋଇଯାଇଛନ୍ତି , ଯାହାପରେ ଇରାନର କୋମ ସହରସ୍ଥିତ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।

ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମୋଜତବାଙ୍କୁ ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ କରାଯାଇଥିଲା। ଏହି ଆକ୍ରମଣରେ ମୋଜତାବା ମଧ୍ୟ ଆହତ ହୋଇଥିଲେ। ଏବେ ଅଚେତ ହେତୁ ସେ କୋମ ସହରରେ ଚିକିତ୍ସିତ ହେଉଛନ୍ତି, କୁହାଯାଉଛି ଯେ ବର୍ତ୍ତମାନ ସେ ଦେଶ ଚଳାଇବା ପାଇଁ କୌଣସି ଅବସ୍ଥାରେ ନାହାନ୍ତି।

ତେବେ ମୋଜତବାଙ୍କୁ ଦେଶର ଶାସନଭାର ଦିଆଯିବା ପରଠାରୁ ତାଙ୍କୁ ସାଧାରଣରେ ଦେଖାଯାଇନାହିଁ। ସେ ଏପର୍ଯ୍ୟନ୍ତ କେବଳ କିଛି ଲିଖିତ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ଅନୁପସ୍ଥିତିର କାରଣ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ କଳ୍ପନାଜଳ୍ପନା ସୃଷ୍ଟି କରିଛି। ପୂର୍ବରୁ, ଇରାନର ସରକାରୀ ଟେଲିଭିଜନ ଏବଂ କିଛି ଇରାନୀ ଅଧିକାରୀ ସୂଚିତ କରିଥିଲେ ଯେ ସେ ବିମାନ ଆକ୍ରମଣରେ ହୋଇଥିବା ଆଘାତରୁ ସୁସ୍ଥ ହେଉଛନ୍ତି।

ଆହୁରି ପଢ଼ନ୍ତୁ...ଡୋନାଲ୍ଡଙ୍କ ‘ମଙ୍ଗଳବାର ଡେଡ୍‌ଲାଇନ୍’ ଧମକକୁ ଇରାନର ଫୁ, କହିଲା ଆମେରିକାକୁ ‘ଜିଅନ୍ତା ନର୍କ’କୁ ଟାଣୁଛନ୍ତି ଟ୍ରମ୍ପ୍