ନୂଆଦିଲ୍ଲୀ,୩୦/୦୧: ଏହି ପିଢ଼ିର ସବୁଠାରୁ ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକଙ୍କ ମଧ୍ୟରୁ ଜଣେ ଅରିଜିତ ସିଂହ । ଜାନୁଆରୀ ୨୭ ତାରିଖରେ ଏକ ସୋସିଆଲ ମିଡିଆ ପୋଷ୍ଟ କରି ହଇଚଇ ସୃଷ୍ଟି କରିଥିଲେ । ପୋଷ୍ଟରେ ଅରିଜିତ ଘୋଷଣା କରିଥିଲେ ଯେ, ସେ ପ୍ଲେବ୍ୟାକିଂରୁ ବିରତି ନେଉଛନ୍ତି ଏବଂ ଭବିଷ୍ୟତରେ ଏପରି କୌଣସି ପ୍ରୋଜେକ୍ଟରେ ସାମିଲ ହେବେ ନାହିଁ । ତାଙ୍କର ଏହି ଘୋଷଣା ପରେ ସେ ପରବର୍ତ୍ତୀ ସମୟରେ କ'ଣ କରିବେ ଏବଂ ତାଙ୍କର ଭବିଷ୍ୟତ ଯୋଜନା କ'ଣ ? ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

ଯଦି ଆପଣ ଅରିଜିତ ସିଂହଙ୍କ ଭବିଷ୍ୟତ ଯୋଜନା ବିଷୟରେ ଭାବୁଛନ୍ତି, ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟରେ କିଛି ଚର୍ଚ୍ଚା ହେବାରେ ଲାଗିଛି । ସୂତ୍ର ଅନୁଯାୟୀ ଅରିଜିତ ସିଂହ ଏକ ରାଜନୈତିକ ଦଳ ଗଢିବାକୁ ଚିନ୍ତା କରୁଛନ୍ତି । ତଥାପି, ତାଙ୍କ ରାଜନୈତିକ ଦଳ ତୁରନ୍ତ ଆରମ୍ଭ ହେବାକୁ ଯାଉଛି ନାହିଁ ଏବଂ ୨୦୨୬ ବଙ୍ଗଳା ବିଧାନସଭା ନିର୍ବାଚନରେ ମଧ୍ୟ ଅଂଶ ହୋଇନପାରେ । ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପର ଆଭ୍ୟନ୍ତରୀଣ ସୂତ୍ରରୁ ଖବର ମିଳିଛି କି ଅରିଜିତ ପ୍ରଥମେ ତୃଣମୂଳ ସ୍ତରରେ ନିର୍ବାଚନ ଲଢ଼ିବା ବିଷୟରେ ବିଚାର କରିପାରନ୍ତି ।  ବର୍ତ୍ତମାନ ତାଙ୍କର ରାଜନୈତିକ ଆକାଂକ୍ଷାର ବିବରଣୀକୁ ଗୁପ୍ତ ରଖାଯାଇଥିବା ବେଳେ, ଗାୟକଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ଯେ ସେ ରାଜନୈତିକ କ୍ୟାରିଅର ଗଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ପରବର୍ତ୍ତୀ ସମୟରେ କ’ଣ ହେବ ଏବଂ ଅରିଜିତ ଶେଷରେ କେଉଁ ପଥ ଗ୍ରହଣ କରିବେ, ତାହା ଭବିଷ୍ୟତରେ ଜଣାପଡିବ।

ଏହା ବି ପଢନ୍ତୁ...୪୦୦ କୋଟିର ସମ୍ପତ୍ତି, ମାତ୍ର କମିନି ମାଟି ମା' ପ୍ରତି ପ୍ରେମ; ଗାଁରେ ରହି ଅପ୍ରତ୍ୟାଶିତ ସନ୍ୟାସୀ ଜୀବନ କାଟୁଛନ୍ତି ଅରିଜିତ ସିଂହ

ଫିଲ୍ମ ଗୀତକୁ ଅରିଜିତଙ୍କ ଅଲବିଦା- ଫିଲ୍ମ ଗୀତକୁ ଅରିଜିତ ସିଂହଙ୍କ ଅଲ୍ବିଦା କହି ସାରିଛନ୍ତି । ଜାନୁଆରୀ ୨୭ ତାରିଖରେ ବଲିଉଡ୍ର ସବୁଠୁ ସଫଳ ଓ ଅନ୍ୟତମ ଲୋକପ୍ରିୟ ପ୍ରଚ୍ଛଦ ପଟ ଗାୟକ ଅରିଜିତଙ୍କର ଏହି ଘୋଷଣା ସଙ୍ଗୀତପ୍ରେମୀଙ୍କୁ ବଡ଼ ଝ ଦେଇଥିଲା । ଇନ୍‌ଷ୍ଟା ହ୍ୟାଣ୍ଡଲ୍‌ରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ସହିତ ପ୍ରଶଂସକଙ୍କୁ ଅରିଜିତ ଏହି ସୂଚନା ଦେଇଥିଲେ । ଜଣେ ପ୍ରଚ୍ଛଦପଟ ଗାୟକ ଭାବେ ମୁଁ ଏବେଠୁ ଆଉ କୌଣସି ନୂଆ ଗୀତ ସାଇନ୍ କରିବି ନାହିଁ । ଏଇଠି ଏହା ଶେଷ କରୁଛି । ଏ ଯାତ୍ରା ଅତ୍ୟନ୍ତ ଚମତ୍କାର ଥିଲା ।’ ଅରିଜିତଙ୍କର ଏହି ଘୋଷଣା ତାଙ୍କ ଫ୍ୟାନ୍ସଙ୍କ ସ୍ତବ୍ଧ କରିଥିଲା ।