ହାଇଦ୍ରାବାଦ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୬ । ସମସ୍ତ ଦଳ ନିଜର ଅଭ୍ୟାସ ଆରମ୍ଭ କରିଥିବାବେଳେ ଟ୍ରଫି ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିଜର ରଣନୀତି ଉପରେ ସମସ୍ତ ଦଳ ଜର ଦେଉଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ନିଜର ଅଧିନାୟକ ବଦଳାଇଛି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଇଶାନ କିଷନଙ୍କ ଅଧିନାୟକ ପଦ ଦେଇଥିବାବେଳେ ଅଭିଶେକ ଶର୍ମାଙ୍କୁ ଉପଅଧିନାୟକ ପଦ ଦେଇଛି । ପାଟ କମିନ୍ସଙ୍କ ସ୍ଥାନରେ ଦଳର ଅଧିନାୟକ ପଦ ସମ୍ଭାଳିବେ ଇଶାନ ।
𝐀𝐍𝐍𝐎𝐔𝐍𝐂𝐄𝐌𝐄𝐍𝐓 🚨
— SunRisers Hyderabad (@SunRisers) March 18, 2026
Pat Cummins will miss a few games while recovering from injury.
Until he recovers, Ishan Kishan will be the Captain and Abhishek Sharma will be the Vice-Captain. pic.twitter.com/etXJUkQJeG
ପିଠିରେ ଯନ୍ତ୍ରଣା କାରଣରୁ ପ୍ରଥମରୁ କିଛି ମ୍ୟାଚରେ ଖେଳିବେ ନାହିଁ ପାଟ୍ କମିନ୍ସ । ଆହତ କାରଣରୁ ସେ ଏବେ ବିଶ୍ରାମ ନେଉଛନ୍ତି । ଯେଉଁ କାରଣରୁ ଦଳ ପ୍ରାରମ୍ଭିକ ମ୍ୟାଚ ଗୁଡ଼ିକରେ ଇଶାନଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି । ଏହାସହ ବିସ୍ଫୋରକ ଓପନର ଅଭିଶେକ ଶର୍ମାଙ୍କୁ ଦଳର ଉପଅଧିନାୟକ ପଦ ସମ୍ଭାଳିବାକୁ ଦାୟିତ୍ବ ଦେଇଛି । ଇଶାନ ଏବଂ ଅଭିଶେକ ଶର୍ମା ନିକଟରେ ଟି-୨୦ ବିଶ୍ବକପରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ । ଭାରତ ବିଜୟୀ ହେବାରେ ଏମାନଙ୍କ ଭୂମିକା ମଧ୍ୟ ରହିଛି । ଫାଇନାଲରେ ଦମଦାର ପ୍ରଦର୍ଶନ କରିଥିଲେ । ଆଉ ଏବେ ହାଇଦ୍ରାବାଦ ଫ୍ରାଞ୍ଚାଇଜତ ଗୁରୁ ଦାୟିତ୍ବ ଦେଇଛି ।
ଇଶାନ କିଷନ ହାଇଦ୍ରାବାଦ ପାଇଁ ଦ୍ବିତୀୟ ସିଜିନ୍ ଖେଳିବେ । ତଥାପପି ଦଳ ତାଙ୍କ ଉପରେ ବିଶ୍ବାସ ରଖିଥିବବେଳେ ଅଧିନାୟକ ପଦ ଦେଇଛି । ପୂର୍ବରୁ ଝାଡ଼ଖଣ୍ଡ ପକ୍ଷରୁ ରଣଜୀ ଟ୍ରଫିରେ ଅଧିନାୟକ ଭାବେ ଦାୟିତ୍ବ ତୁଲାଇଛନ୍ତି ଇଶାନ । ତାଙ୍କ ଅଧିନାୟକତ୍ବରେ ଝାଡ଼ଖଣ୍ଡ ସୟଦ ମୁସ୍ତାଅଲ୍ଲୀ ଟ୍ରଫି ବିଜୟୀ ହୋଇଛି । ତେବେ ଇଶାନଙକ ସମ୍ପର୍କରେ ଯଦି କହିବା ତାହେଲେ ସେ ୨୦୨୨ ମସିହାର ଶେଷ ପର୍ଯ୍ୟାୟରେ ଭାରତୀୟ ଦଳରୁ ଦୂରରେ ରହିଥିଲେ । ଏହାସହ ତାଙ୍କ ବାର୍ଷିକ ଚୁକ୍ତିନାମା ମଧ୍ୟ ସରିଥିଲା । ଦଳକୁ ଫେରିବା ପାଇଁ ସଂଘର୍ଷ କରିଥିଲେ । ଆଉ ନିଜର ଦକ୍ଷତା ବଳରେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ଟି-୨୦ ବିଶ୍ବକପ ୨୦୨୬ରେ ଦଳରେ ଖେଳିବାର ସୁଯୋଗ ପାଇଲେ ଏବଂ ନିଜର ଦକ୍ଷତା ଦେଖାଇଛନ୍ତି ।
ଏହାସହ ପଢ଼ନ୍ତୁ : କେବେ ହେବ ରିଙ୍କୁ- ପ୍ରିୟାଙ୍କ ବାହାଘର ? ଶ୍ବଶୁର ଦେଲେ ବଡ଼ ଅପଡେଟ୍