ଉଦଳା, ୧୪/୦୭ : ମେଡିକାଲରେ ମିଳୁଛି ପୋକରା ଔଷଧ। ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିବାୟୋଟିକ ଔଷଧରୁ ପୋକ ବାହାରିଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବେଗୁନିଆଡିହା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି।
ସୂଚନାନୁଯାୟୀ, ବେଗୁନିଆଡିହା ଗ୍ରାମର ରାଜା ହେମ୍ବ୍ରମଙ୍କ ୯ ବର୍ଷ ନାବାଳକ ପୁଅ ସିଦ୍ଧ ହେମ୍ବ୍ରମଙ୍କୁ ଥଣ୍ଡା ଜ୍ୱର ହୋଇଥିଲା । ଯେଉଁଥିପାଇଁ ଗତ ୮ ତାରିଖ ସେ ଉଦଳା ମେଡିକାଲରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ନେଇ ଘରକୁ ଫେରିଥିଲେ। ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ମଧ୍ୟ ଖାଉଥିଲେ । ହେଲେ ତିନି ଦିନ ପରେ ଅଚାନକ ସକାଳୁ ଔଷଧ ଖାଇବା ସମୟରେ ଆଣ୍ଟିବାୟୋଟିକ ଔଷଧ ସିଲ୍ ଖୋଲି ବଟିକା ବାହାର କରିଥିଲେ । ଏହି ସିଲ୍ ଖୋଲିବାରୁ ଔଷଧ ସାଙ୍ଗକୁ ଏକ ପୋକ ବାହାରିଥିଲା। ଏପରିକି ଔଷଧରେ ଗାତ ମଧ୍ୟ ହୋଇଯାଇଥିଲା । ଯାହା ଦେଖିବା ପରେ ପରିବାର ଲୋକେ ଔଷଧ ଖାଇବାକୁ ବାରଣ କରିଥିଲେ ଏବଂ ସେବେଠାରୁ ତାଙ୍କର ଔଷଧ ଖାଇବା ବନ୍ଦ ହୋଇଛି । ତେବେ ଏଭଳି ପୋକରା ଔଷଧ ନିରାମୟ କେନ୍ଦ୍ରରୁ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ।
ସେପଟେ ଘଟଣା ବାବଦରେ ନାବାଳକଙ୍କ ବାପା ରାଜା ଉଦଳା ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଔଷଧରେ ପୋକ ବାବଦରେ ଉପଖଣ୍ଡ ଡାକ୍ତରଖାନା ଅଧ୍ୟକ୍ଷ ମୀନକେତନ ମହାନ୍ତିଙ୍କୁ ପଚାରିବାରୁ ଘଟଣା ବାବଦରେ ନାବାଳକଙ୍କ ବାପା ଲିଖିତ ଭାବେ ତାଙ୍କୁ ଜଣାଇଛନ୍ତି । ଔଷଧ ସେପଟୁ ପ୍ୟାକିଙ୍ଗ ହୋଇ ଆସୁଥିବାରୁ ତାଙ୍କର କିଛି କତ୍ତୃତ୍ୱ ନାହିଁ ଏବଂ ଆସିଥିବା ଅଭିଯୋଗକୁ ସେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ପଠାଇ ଥିବା କହିଛନ୍ତି।
ଆହୁରି ପଢନ୍ତୁ- Free education : କେଜିରୁ ପିଜି ମାଗଣା ଶିକ୍ଷା ଦ୍ଵନ୍ଦ୍ଵ ଦୂର, ଆଡମିଶନ କରିସାରିଥିଲେ ଫେରିପାଇବେ ଟଙ୍କା, ମନଇଚ୍ଛା ଫି' ବଢାଇପାରିବେନି କଲେଜ
କାହିଁକି ନୀଳମାଧବ ରୂପେ ପୂଜା ପାଉଥିଲେ ଜଗନ୍ନାଥ?