ନୂଆଦିଲ୍ଲୀ,୩୦।୫:  ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ଏହି ମାମଲାରେ ପୋଲିସ ୯ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଏବଂ ମୁମ୍ବାଇ ଅଣ୍ଡରୱାର୍ଲ୍ଡ (ଦାଉଦ ଇବ୍ରାହିମ ନେଟୱାର୍କ) ସହ ଜଡ଼ିତ ବୋଲି ସ୍ପଷ୍ଟ ହୋଇଛି ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏହି ଆତଙ୍କୀ ହମଲାକୁ ବିଫଳ କରିଛି। ଏନ୍ଡିଆର ଏଭଳି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯିଏକି ପାକିସ୍ତାନୀ ଆଇଏସ୍ଆଇ ଓ ମୁମ୍ବାଇ ଅଣ୍ଡରଓ୍ବାର୍ଲ୍ଡ ନେଟଓ୍ବାର୍କଙ୍କ ଇଶାରାରେ କାମ କରୁଥିଲେ। ଏହି ଆତଙ୍କୀଙ୍କୁ ଦିଲ୍ଲୀର ଖାସ୍ ସ୍ଥାନ ଓ ସୁରକ୍ଷା ବଳଙ୍କ ଉପରେ ଆକ୍ରମଣ କରିବା ପାଇଁ କାମ ଦିଆଯାଇଥିଲା। ପୋଲିସ ଏମାନଙ୍କ ନିକଟରୁ ବିପୁଳ ପରିମାଣର ହତିଆର ଓ ଗୋଳା ବାରୁଦ ଜବତ କରିଛି।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏ ବିଷୟରେ ସୂଚନା ଦେଇ ପହିଛି ଯେ, ଆଇଏସଆଇ ଓ ଅଣ୍ଡରଓ୍ବାର୍ଲ୍ଡ ସହ ସମ୍ପର୍କ ଥିବା ୯ ଜଣଙ୍କୁ ଦିଲ୍ଲୀରେ ଅଲଗା ଅଲଗା କାମ ଦିଆଯାଇଥିଲା। ଏହି ମାମଳାରେ ଗୁଇନ୍ଦା ସୂଚନା ମିଳିବା ପରେ ଅପରେସନ୍ କରାଯାଇଥିଲା। ଏଥିରେ ଏହି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏଥିପାଇଁ ଗତ କିଛି ସମୟ ହେବ ଏହି ମଡ୍ୟୁଲ ଉପରେ ନଜର ରଖାଯାଇଥିଲା। ଗିରଫ ଅଭିଯୁକ୍ତମାନେ ଦିଲ୍ଲୀ, ମୁମ୍ବାଇ, ପଞ୍ଜାବ ଏବଂ କିଛି ବିଦେଶୀ ନାଗରିକ ବୋଲି ଜଣାପଡିଛି । ସ୍ପେଶାଲ ସେଲ୍ ସେମାନଙ୍କୁ ପଚରାଉଚରା ଜାରି ରଖିଛି ।