ଭୁବନେଶ୍ୱର,୦୫/୧୨: ଆଜି ଓଡ଼ିଶା ଏଫ୍‌ସି ଘରୋଇ କଳିଙ୍ଗ ଷ୍ଟାଡିୟମରେ ମୁମ୍ବାଇ ସିଟିକୁ ଭେଟିବ । ଚଳିତ ଆଇଏସ୍‌ଏଲ୍‌  ସିଜନରେ ଏହା ଦଳର ୧୧ତମ ମ୍ୟାଚ୍‌ । ପୂର୍ବରୁ ୧୦ଟି ମ୍ୟାଚ୍‌ରୁ ୪ଟି ବିଜୟ, ୩ଟି ଡ୍ର’ ସହ ମୋଟ୍‌ ୧୫ ପଏଣ୍ଟ ପାଇଛି । 

ଓଡ଼ିଶା ଏଫ୍‌ସି  ପୂର୍ବ ମ୍ୟାଚ୍‌ରେ ଘରୋଇ  ଗ୍ରାଉଣ୍ଡରେ ୪-୨ ଗୋଲରେ ବେଙ୍ଗାଲୁରୁ  ଏଫ୍‌ସିକୁ ପରାଜିତ କରିଥିଲା । ମୁମ୍ବାଇ ବିପକ୍ଷରେ ବିଜୟୀ ହୋଇ ଦଳ ପୁଣି ଟେବୁଲରେ ଶ୍ରେଷ୍ଠ  ୩ ଦଳ ମଧ୍ୟରେ ରହିବାକୁ ଲକ୍ଷ୍ୟ ରଖିଛି ।  

ଶେଷ ଥର ଦଳ ନଭେମ୍ବର ୩  ତାରିଖରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଠାରୁ ୨-୩  ଗୋଲରେ ପରାସ୍ତ ହୋଇଥିଲା । ପରବର୍ତ୍ତୀ  ମ୍ୟାଚ୍‌ ମୋହନ ବାଗାନ ସହ ଖେଳି ୧-୧  ଗୋଲରେ ଡ୍ର’ ରଖିଥିଲା । ଏହାପରେ  ୬-୦ରେ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁକୁ  ପରାଜିତ କରିଥିଲା । ଓଡ଼ିଶା ମୁମ୍ବାଇକୁ ହରାଇ  ହ୍ୟାଟ୍ରିକ୍‌ କରିବା ଟାର୍ଗେଟରେ ରହିଛି ।