ନୂଆଦିଲ୍ଲୀ,୧୨/୦୪; ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ୨୧ ଘଣ୍ଟା ପରେ ବି ଫଳଶୂନ୍ୟ ରହିଛି । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ, ଆଲେଚନା ସମ୍ପର୍କରେ କିଛି ଭଲ କିଛି ଖରାପ ଖବର ଅଛି । ଭଲ ଖବର ହେଉଛି ଯେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଖରାପ ଖବର ହେଉଛି ଯେ, ସେମାନେ କୌଣସି ଚୁକ୍ତି ବିନା ପାକିସ୍ତାନ ଛାଡି ଯାଉଛନ୍ତି । ସେ କହିଛନ୍ତି ଇରାନକୁ ଶେଷ ଏବଂ ସର୍ବୋତ୍ତମ ପ୍ରସ୍ତାବ ଦିଆଯାଇଛି ଏବଂ ଏବେ ଏହା ଗ୍ରହଣ କରିବା ସେମାନଙ୍କ ଉପରେ ନିର୍ଭର କରେ । ଅନ୍ୟପକ୍ଷରେ ଇରାନ କହିଛି ଯେ, ଆମେରିକାର 'ଅଯଥା ଦାବି' ଯୋଗୁଁ ଆଲୋଚନା ସଫଳ ହୋଇନାହିଁ ।

କଣ କହିଲା ଇରାନ ? ଇରାନ ସରକାରୀ ପ୍ରସାରକ ଟେଲିଗ୍ରାମରେ ରିପୋର୍ଟ କରିଛନ୍ତି ଯେ, ଜାତୀୟ ସ୍ୱାର୍ଥ ଏବଂ ଇରାନ ଲୋକଙ୍କ ଅଧିକାରୀକୁ ସୁରକ୍ଷା ଦେବା ପାଇଁ ଇରାନୀ ପ୍ରତିନିଧି ଦଳ ଇସଲାମାବାଦରେ ଆମେରିକା ସହିତ ୨୧ ଘଣ୍ଟା ଆଲୋଚନା କରିଛନ୍ତି । ଇରାନୀ ପ୍ରତିନିଧି ଦଳର ସକରାତ୍ମକ ଆଭିମୁଖ୍ୟ ସତ୍ତ୍ୱେ, ଆମେରିକା ଅଯୌକ୍ତିକ ଦାବି କରିଥିଲା । ଫଳରେ ଆମେରିକା ଅଟକିଯାଇଥିଲା ଏବଂ କୌଣସି ଫଳାଫଳ ବିନା ଶେଷ ହୋଇଥିଲା ।

ଏହା ବି ପଢନ୍ତୁ...ବାହାରିଲାନି ନିଷ୍କର୍ସ; ଇସଲାମାବାଦରେ ଇରାନ-ଆମେରିକା ଅଲୋଚନା ଫେଲ୍, ଫେରିଗଲେ ଜେଡି ଭାନ୍ସ