ଭୁବନେଶ୍ବର: ୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ ଲଗାଯାଇଛି କଟକଣା । ଏହି ଜିଲ୍ଲା ହେଲା ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର । ଦୁର୍ଘଟଣା ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିଆଯାଇଛି କଡ଼ା ପଦକ୍ଷେପ । ଏହାସହ ଯାତାୟତ ପାଇଁ ନିର୍ଦ୍ଧାରିତ ସମୟ ନିର୍ଦ୍ଧାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

 

ମନ୍ତ୍ରୀ କହିଛନ୍ତି କି, କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ କେବଳ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଯାତାୟତ କରିବ। ସକାଳ ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ ଲୋକ ଯାତାୟାତ କରିବେ । ଏହି ସମୟ ମଧ୍ୟରେ ଦୁଇ ଚକିଆ,ଚାରି ଚକିଆ ଯାନ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଆସୁଥିବା ଗାଡ଼ି ଗୁଡ଼ିକ ଯାତାୟାତ କରିବ । ଯଦି କୌଣସି କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ଯାତାୟତ କରେ ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦି ଗାଡ଼ି ପରିବହନ କରୁଥିବା ଖବର ଆସିବ ତାହେଲେ ଗାଡ଼ି ମାଲିକ ଓ ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ରାଜସ୍ବ ମନ୍ତ୍ରୀ କହିଛନ୍ତି ଅନୁଗୁଳ,ଝାରସୁଗୁଡ଼ା,ସୁନ୍ଦରଗଡ଼,ସମ୍ବଲପୁରରେ ଓଡ଼ିଶାର ତାପଜ ବିଦ୍ୟୁତ୍ ଉତ୍ପାଦନର ୯୪ ପ୍ରତିଶତ ଏହି ୪ ଜିଲ୍ଲାରୁ ହୁଏ । OPGC,ଜJSW ବିଦ୍ୟୁତ୍ ଉତ୍ପାଦନ କରେ। ସେଥିରୁ ବାହାରୁଥିବା ପାଉଁଷ ପରିବହନ ପାଇଁ SOP ରହିଛି।କିନ୍ତୁ ସମ୍ପୂର୍ଣ ସମସ୍ୟା ସମାଧାନ ହୋଇ ପାରିନାହିଁ । ବଡ ବଡ ଗାଡି ଯିବା ଆସିବା ଯୋଗୁଁ ଅନେକ ସମସ୍ୟା ଉପୁଜୁ ଥିଲା । ଏହାକୁ ଦୃଷ୍ଟିରେ ରଖି ପାଉଁଶ ପରିବହନ ଓ ଲୋକଙ୍କ ଯାତାୟାତ ସମୟ ଅଲଗା ଅଲଗା ଧାର୍ଯ୍ୟ କରାଯାଇଛି ।

ଏହାସହ ପଢ଼ନ୍ତୁ : ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ସରକାରଙ୍କ ନୂଆ ଯୋଜନା, ଏଣିକି ମାଟିତଳେ ଯିବ ତାର