ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କାଶ୍ମୀର ବିଦ୍ୟାଳୟରେ ମୁସଲମାନ ଛାତ୍ରମାନେ ଭଜନ ଗାଇବା ଏବଂ ସୂର୍ଯ୍ୟ ନମସ୍କାର ଉପରେ MMUର ଉଦ୍‌ବେଗ, କହିଲା ଘାଟିରେ ହିନ୍ଦୁତ୍ୱର ଏଜେଣ୍ଡାକୁ ଆଗକୁ ବଢାଇବା ହେଉଛି ଏହାର ଲକ୍ଷ୍ୟ...

ଜମ୍ମୁକାଶ୍ମୀର: କାଶ୍ମୀରର ବିଭିନ୍ନ ବିଦ୍ୟାଳୟରେ ମୁସଲମାନ ଛାତ୍ରମାନେ ଭଜନ ଗାନ କରିବା ଏବଂ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବା ନେଇ ମୁତାହିଦ୍ ମଜଲିସ୍-ଇ-ଉଲେମା (MMU) ବିରୋଧ କରିଛି ।  ଏନେଇ ସଂଗଠନ କହିଛି ଯେ, ଘାଟିରେ ହିନ୍ଦୁତ୍ୱର ଏଜେଣ୍ଡାକୁ ଆଗକୁ ବଢାଇବା ଲକ୍ଷ୍ୟରେ ଏପରି କରାଯାଉଛି । ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏଭଳି କାର୍ଯ୍ୟକଳାପକୁ ବନ୍ଦ କରାଯିବା ଉଚିତ ବୋଲି ସଂଗଠନ କହିଛି । ସୂଚନାଥାଉକି, ଏମଏମୟୁ (MMU) ହେଉଛି ପ୍ରାୟ ୩୦ ଟି ଧାର୍ମିକ, ସାମାଜିକ ଏବଂ ଶିକ୍ଷାନୁଷ୍ଠାନର ଏକ ସଂଗଠନ ।

ଏମଏମୟୁ ଏକ ବିବୃତ୍ତିରେ କହିଛି ଯେ, ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ମୁସଲମାନ ଛାତ୍ରମାନଙ୍କୁ ହିନ୍ଦୁ ଧାର୍ମିକ ଗୀତ ଗାଇବା ଏବଂ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବାକୁ କୁହାଯାଉଛି । କାଶ୍ମୀରର ମୁସଲମାନ ପରିଚୟକୁ କ୍ଷୁର୍ଣ୍ଣ କରିବା ପାଇଁ ଏହା ଏକ ଦୁର୍ଭାଗ୍ୟଜନକ ପ୍ରୟାସ । ଏହି ମାମଲାକୁ ନେଇ ଆମେ ଶ୍ରୀନଗରର ଜାମା ମସଜିଦ ଠାରେ ଏକ ବୈଠକ କରିଥିଲୁ । ଏଥିରେ କୁହାଯାଇଛି ଯେ ଏହି ନିୟମ ମୁସଲ ମାନଙ୍କ ଧାର୍ମୀକ ଭାବନାକୁ ଆଘାତ ଦେଇଛି । ସଂଗଠନ କହିଛି ଯେ, ଏହି ବୈଠକରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି । ଘାଟିରେ ମୁସଲମାନ ପରିଚୟକୁ କମ୍‌ଜୋର କରିବା ଉପରେ ଗୁରୁତର ଚିନ୍ତା ପ୍ରକଟ କରିଛି । ଏହିପରି କାର୍ଯ୍ୟକଳାପକୁ ଶୀଘ୍ର ବନ୍ଦ କରାଯିବା ଉଚିତ୍ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ଏକ ସରକାରୀ ବିଦ୍ୟାଳୟର ଛାତ୍ରମାନେ 'ରଘୁପତି ରାଘବ ରାଜା ରାମ' ଗୀତ ଗାଇଥିବାର ନଜର ଆସିଥିଲେ । ଏମଏମୟୁ ଅଭିଭାବକମାନଙ୍କୁ ଅନୁରୋଧ କରିଛି ଯେ ଯଦି ସେମାନଙ୍କର ପିଲାମାନେ ସରକାରୀ ବିଦ୍ୟାଳୟରେ ଅଣ-ଇସଲାମିକ କାର୍ଯ୍ୟକଳାପରେ ଭାଗ ନେବାକୁ ବାଧ୍ୟ ହୁଅନ୍ତି, ତେବେ ସେମାନେ ନିଜ ପିଲାମାନଙ୍କୁ ଏହି ବିଦ୍ୟାଳୟରୁ ବାହାର କରି ଘରୋଇ ବିଦ୍ୟାଳୟରେ ନାମ ଲେଖାଇବା ଉଚିତ।

Copyright © 2022 - Summa Real Media Private Limited. All Rights Reserved.