ନୂଆଦିଲ୍ଲୀ : ଇସ୍ରାଏଲ ହମାସ ଯୁଦ୍ଧକୁ ଶାନ୍ତିପୂର୍ଣ୍ଣ ଉପାୟରେ ଶେଷ କରୁଥିବା ଗାଜା ଯୁଦ୍ଧବିରତି ଚୁକ୍ତିନାମାରେ ନୂଆ ସଙ୍କଟ ଦେଖା ଦେଇଛି। ଇସ୍ରାଏଲ ପକ୍ଷରୁ ହମାସ ଉପରେ ଅଭିଯୋଗ ଲଗାଯାଇଛି କି, ସେ ଯୁଦ୍ଧବିରତି ଚୁକ୍ତିନାମାର ଥରେ ନୁହେଁ , ବରଂ ଦୁଇ ଥର ଉଲ୍ଲଙ୍ଘନ କରିଛି। ଚୁକ୍ତିନାମା ଅନୁସାରେ ଶନିବାର ହମାସ ୪ଜଣ ଇସ୍ରାଏଲୀୟ ସୈନିକଙ୍କୁ ମୁକ୍ତ କରିଥିଲା। ଯାହା ବଦଳରେ ଇସ୍ରାଏଲ ୨୦୦ ଫିଲିସ୍ତିନୀୟ କଏଦୀଙ୍କୁ ମୁକ୍ତ କରିଥିଲା।
ହମାସ ଉପରେ ଅଭିଯୋଗ ଲଗେଇ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି କି ହମାସ ଜଣେ ଇସ୍ରାଏଲୀୟ ବନ୍ଧକଙ୍କୁ ଛାଡି ନାହିଁ ଯାହାକୁ ମୁକ୍ତ କରିବାର ଥିଲା। ସେ କହିଛନ୍ତି ଯେ, କାଲି ବନ୍ଧକଙ୍କ ଅଦଳ ବଦଳ ବେଳେ ହମାସ ଦୁଇ ଥର ଚୁକ୍ତିନାମା ଉଲ୍ଲଙ୍ଘନ କରିଛି। ପ୍ରଥମେ ତ ଶନିବାରକୁ ଆଉ ଜଣେ ଉସ୍ରାଏଲୀୟ ବନ୍ଧକ ଅର୍ବେଲ ୟେହୁଦଙ୍କୁ ଛାଡ଼ିବାର ଥିଲା, ଯାହାକୁ ସେମାନେ ଛାଡ଼ି ନାହାନ୍ତି। ଦ୍ୱିତୀୟରେ ତାଙ୍କୁ କୁହାଯାଇ ଥିଲା କି ସବୁ ବନ୍ଧକଙ୍କର ଏକ ବିସ୍ତୃତ ସୂଚନା ମଧ୍ୟ ଦିଆଯାଉ। କିନ୍ତୁ ସେମାନେ ଏମିତି କରି ନାହାନ୍ତି।
ଏଏଫ୍ପିର ଏକ ରିପୋର୍ଟରେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅନୁସାରେ କୁହାଯାଇଛି କି, ହମାସର ହରକତର କାରଣରୁ ବନ୍ଧକଙ୍କର ସଠିକ୍ ସୂଚନା ଇସ୍ରାଏଲ ପାଖରେ ପହଞ୍ଚି ପାରିନି। ଏହି କାରଣରୁ ଉତ୍ତରୀ ଗାଜାରେ ବିସ୍ଥାପିତ ହଜାର ହଜାର ଫିଲିସ୍ତିନିୟଙ୍କ ଘରକୁ ଫେରିବାରେ ବିଳମ୍ୱ ହେଉଛି। ଏହି ସ୍ଥିତି ଯୁଦ୍ଧ ବିରତି ପାଇଁ ଠିକ୍ ନୁହେଁ।
ଅନ୍ୟପଟେ ଇସ୍ରାଏଲ ଦ୍ୱାରା ଲଗାଯାଇ ଥିବା ଅଭିଯୋଗ ଗୁଡ଼ିକୁ ହମାସ ଖଣ୍ଡନ କରିଛି। ଆଉ କହିଛି , ଇସ୍ରାଏଲ ଫିଲିସ୍ତିନୀୟ କଏଦୀଙ୍କ ମୁକ୍ତିରେ ବିଳମ୍ୱ କରୁଛି। ଯଦି ଏମିତି ହିଁ ଚାଲେ ତ ଏଥିରେ ଯୁଦ୍ଧବିରତି ଚୁକ୍ତିନାମ ଭଣ୍ଡୁର ହୋଇପାରେ। ସେମାନେ କହିଛନ୍ତି ଆମ ପକ୍ଷରୁ ବୁଝାମଣାର ସବୁ ନିୟମର ସଠିକ୍ ଉପାୟରେ ପାଳନ କରାଯାଉଛି। କିନ୍ତୁ ହମାସ ଏଥିରେ ଖିଲାପ କରୁଛି।
ଉଲ୍ଲେଖନୀୟ ଯେ ,ଗାଜା ଯୁଦ୍ଧ ବିରତି ଚୁକ୍ତିନାମା ଅନୁସାରେ, ଶନିବାର ପାଲେଷ୍ଟାଇନ୍ ଆତଙ୍କବାଦୀ ସଙ୍ଗଠନ ହମାସ ୭ ଅକ୍ଟୋବରରେ ବନ୍ଦୀ କରି ଥିବା ୪ ଜଣ ଇସ୍ରାଏଲୀୟ ମହିଳା ସୈନିକଙ୍କୁ ମୁକ୍ତ କରିଛି। ଏହି ସୈନିକଙ୍କ ମୁକ୍ତି ବଦଳରେ ଇସ୍ରାଏଲ ନିଜ ଜେଲ୍ରେ ବନ୍ଦୀ ଥିବା ପାଲେଷ୍ଟାଇନର ୨୦୦ ସୈନିକଙ୍କୁ ଗତ ଶନିବାର ମୁକ୍ତ କରିଛି।
କହି ରଖୁଛୁ କି ହମାସ ଦ୍ୱାରା ମୁକ୍ତ କରାଯାଇ ଥିବା ଏହି ସୈନିକଙ୍କୁ ସେନାର ପୋଷାକରେ ଆଣି ଏବଂ ଗୋଟିଏ ମଞ୍ଚରେ ଠିଆ କରାଯାଇ ଥିଲା। ଏଠାରୁ ଏହି ଲୋକଙ୍କୁ ରେଡକ୍ରସ୍ ସଦସ୍ୟଙ୍କୁ ପ୍ରଦାନ କରାଯାଇ ଥିଲା। ମୁକ୍ତ ହେବା ପରେ ଏହି ୪ଜଣ ମହିଳା ସୈନିକଙ୍କ ଚେହେରାରେ ମୁକ୍ତିର ହସ ଥିଲା। ହମାସ ମୁତାବିକ, ମୁକ୍ତ କରାଯାଇ ଥିବା ଏହି ସୈନିକଙ୍କ ନାଁ କରିନା ଏରିଏଭ୍,ଡେନିଏଲା ଗିଲବୋଆ,ନାମା ଲେଭି ଓ ଲିରି ଅଲବାଗ।
ଏହା ପୂର୍ବରୁ ହମାସ ଶୁକ୍ରବାର କହିଥିଲା ଯେ, ସେ ଯୁଦ୍ଧ ବିରତି ଚୁକ୍ତିର ଆଗାମୀ ପର୍ଯ୍ୟାୟରେ ଶନିବାର ସେମାନେ ସେହି ୪ଜଣ ମହିଳା ସୈନିକଙ୍କୁ ମୁକ୍ତ କରିବ , ଯାହାଙ୍କୁ ୭ ଅକ୍ଟୋବରର ହମଲାର ବନ୍ଦୀ କରି ନେଇଥିଲା। ସେ କହିଛି କି ଏହି ସୈନିକଙ୍କୁ ଗାଜା ସୀମାରୁ ପାଖାପାଖି ଗୋଟିଏ କିଲୋମିଟର ଦୂର ନାହଲ ଓଜ ସେନା ଆଡ୍ଡାକୁ ବନ୍ଦୀ କରାଯାଇ ଥିଲା।
ଏବେ ଏହି( ହମାସ-ଇସ୍ରାଏଲ ଯୁଦ୍ଧ ବିରତି) ଚୁକ୍ତି ୧୫ ମାସରୁ ଅଧିକ ସମୟରୁ ଚାଲିଥିବା ଯୁଦ୍ଧକୁ ଶେଷ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ତୁଲାଉଛି। ଏହି ଚୁକ୍ତି ପରେ ଅନେକ ବିସ୍ଥାପିତ ଗାଜାବାସୀ ନିଜ ଘରର ଅଭିମୂଖେ ଫେରୁଛନ୍ତି । ହେଲେ ଏଏଫପି ସହ କଥାବାର୍ତ୍ତା ହୋଇ ଜଣେ ଗାଜାବାସୀ କହିଛନ୍ତି ଯେ, ଆମେ ପୁଣି ଫେରିବା ବିଷୟରେ ଭାବିଛୁ ,ହେଲେ ଆମର ଘର ସଂପୂର୍ଣ୍ଣ ରୂପେ ଧ୍ୱଂସ ହୋଇ ସାରିଛି। ଆମ ପାଖରେ ତମ୍ୱୁ ଲଗାଇବା ପାଇଁ ମଧ୍ୟ ସ୍ଥାନ ନାହିଁ । ସେଠାରେ ଘର ସ୍ଥାନରେ କେବଳ ଭଗ୍ନାବଶେଷ ହିଁ ପଡ଼ି ରହିଛି।
କହି ରଖୁଛୁ କି ୭ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ରୋକିବା ପାଇଁ ୩ ଟି ଦେଶ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଏଥିରେ କତାର , ମିଶର ଓ ସଂଯୁକ୍ତ ରାଜ୍ୟ ଆମେରିକା ସାମିଲ ଅଛି। ଏହି ୩ ଦେଶ ମଧ୍ୟରେ ମାସ ମାସ ଧରି ବିଚାର ଆଲୋଚନା ଓ ନିଜର ଚେଷ୍ଟା ଦ୍ୱାରା ଯୁଦ୍ଧବିରତି କରାଯାଇଛି। ହେଲେ ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବିରତିର ପୂରା କ୍ରେଡିଟ୍ ନିଜକୁ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ଏହି ଯୁଦ୍ଧବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଅନୁସାରେ , ହମାସ ଇସ୍ରାଏଲର ୩୩ ବନ୍ଧକଙ୍କୁ ମୁ୍କ୍ତ କରିବ ଏବଂ ଏହା ବଦଳରେ ଇସ୍ରାଏଲ ନିଜର ଜେଲ୍ ଗୁଡ଼ିକରେ ବନ୍ଦୀ ଥିବା ପାଖାପାଖି ୧୯୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବ। ଏହାପରେ ଆଗାମୀ ପର୍ଯ୍ୟାୟର ଯୁଦ୍ଧ ଶେଷ ହେବାର ଅଧିକ ଆଶା ରହିଛି।