ନୂଆଦିଲ୍ଲୀ – ଇରାନରେ ଲାଗି ରହି ଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପୂର୍ବ ଲେବାନନ ଭିତରେ ଏକ ଅପରେସନକୁ ସଫଳ କରିଥିଲା , ଯାହାର ଚର୍ଚ୍ଚା ପୂରା କ୍ଷେତ୍ରରେ ଅଛି। ଇରାନ ସହ ଲଗାତାର ଲେବାନନ ଉପରେ ବୋମା ବର୍ଷା କରୁଥିବା ଇସ୍ରାଏଲୀୟ ସେନା ଶୁକ୍ରବାର ରାତିରେ ନିଜର ଏକ ସ୍ପେଶାଲ ୟୁନିଟ୍ ସହ ଏକ ସ୍ଥାନୀୟ କବରସ୍ଥାନ ଉପରେ ଚଢାଉ କରି ଥିଲା। ୟୁନିଟର ଟାର୍ଗେଟ୍ ଥିଲା , ୪୦ ବର୍ଷ ପୂର୍ବେ ନିଖୋଜ ହୋଇ ଥିବା ଇସ୍ରାଏଲୀୟ ଫାଇଟର ପାଇଲଟ ରନ୍ ଅରାଦଙ୍କ ଶରୀରର ଅବଶେଷକୁ ଖୋଜିବା।

ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ମୁତାବିକ , ଶୁକ୍ରବାର ରାତିରେ ଇସ୍ରାଏଲୀୟ ସେନା ହିଜବୁଲ୍ଲା ଯୋଦ୍ଧାଙ୍କ ଦ୍ୱାରା ପ୍ରତିରୋଧ ସତ୍ତ୍ୱେ ଏହି ମିଶନକୁ ସଫଳ କରି ଥିଲା। ଅଧିକାରୀମାନେ ଏହି କଥାର ସ୍ପଷ୍ଟ କରି ଥିଲେ ଯେ,ତାଙ୍କର ଏହି ଅଭିଯାନ ଅରାଦଙ୍କ ଶରୀରର ଅବଶେଷକୁ ଖୋଜିବା ପାଇଁ ଥିଲା। ହେଲେ, ତାଙ୍କୁ ଅରାଦଙ୍କ ଅବଶେଷ ମିଳି ନଥିଲା। ସେନା ସଙ୍କେତ ଦେଇଥିଲା ଯେ, ସେ ଅରାଦଙ୍କ ଅବଶେଷର ଆବିଷ୍କାର ଲଗାତାର କରି ଚାଲିବ।

ରିପୋର୍ଟ ମୁତାବିକ , ଇସ୍ରାଲୀୟ ସେନାର ଏହି ଅପରେସନ ଲେବାନନର ବେକା ଘାଟୀର ନବିଶିତ ଗାଁରେ ହୋଇଥିଲା। ସ୍ଥାନୀୟ ଲୋକଙ୍କ ମୁତାବିକ, ଇସ୍ରାଏଲୀୟ କମାଣ୍ଡୋ ଚାରୋଟି ହେଲିକପ୍ଟରରେ ବସି କବରସ୍ଥାନ ବାହାରେ ଓହ୍ଲାଇ ଥିଲେ ଏବଂ ସେ ଭିତରକୁ ଯାଇ କବରକୁ ଖୋଳିବା ଆରମ୍ଭ କରି ଦେଇ ଥିଲେ। କିଛି ସମୟ ଯାଏ ଲଗାତାର ସେଠାରେ କାମ କରିବା ପରେ ଇସ୍ରାଏଲୀୟ ସୈନିକ ସେଠାରୁ ଫେରି ଯାଇ ଥିଲେ। ଜଣେ ସ୍ଥାନୀୟ ରିପୋର୍ଟରଙ୍କ ମୁତାବିକ , ଲୋକଙ୍କ କହିବାନୁସାରେ , ଅରାଦଙ୍କ ମୃତ୍ୟୁ ପରେ ତାଙ୍କୁ ଏଠାରେ କବର ଦିଆଯାଇ ଥିଲା। ଏହି ଘଟଣାର ୪୦ ବର୍ଷ ପରେ ମଧ୍ୟ ଇସ୍ରାଏଲ ନିଜର ଫାଇଟର ପାଇଲଟଙ୍କ ମୃତଦେହର ତଲାସ କରୁଛି।

ଇସ୍ରାଏଲୀୟ ପାଇଲଟ ରନ୍ ଅରାଦ ୧୯୮୬ରେ ହିଜବୁଲ୍ଲାହ ବିରୋଧରେ ହୋଇ ଥିବା ଏକ ମିଶନର ସଦସ୍ୟ ଥିଲେ। ଏହି ମିଶନ ବେଳେ ତାଙ୍କର ହେଲିକପ୍ଟରକୁ ଲେବାନନ ଉପରେ ମାଡ଼ କରି ଖସାଇ ଦିଆଯାଇ ଥିଲା। ଏହାପର ଠାରୁ ରନ୍ ନିଖୋଜ ହୋଇ ଯାଇଥିଲେ, ଇସ୍ରାଏଲର ଅନେକ ଚେଷ୍ଟା ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳି ନଥିଲା। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ବିଶ୍ୱାସ ଯେ, ଏହି ଘଟଣା ପରେ ହିଁ ରନ୍‌ଙ୍କର ମୃତ୍ୟୁ ହୋଇ ଯାଇ ଥିଲା, ଏହାପରେ ତାଙ୍କୁ ବେକା ଘାଟୀରେ ହିଁ କବର ଦିଆ ଯାଇଥିଲା, ହେଲେ ଏବେସୁଦ୍ଧା ଏହାର କୌଣସି ସ୍ପଷ୍ଟ ହୋଇ ନାହିଁ।

୪୦ ବର୍ଷ ପରେ ମଧ୍ୟ ଇସ୍ରାଏଲ ବାରମ୍ୱାର ନିଜର ପାଇଲଟଙ୍କୁ କିମ୍ୱା ତାଙ୍କର ଅବଶେଷର ତଲାସ କରୁଛି। ଇସ୍ରାଏଲର ଗୁଇନ୍ଦା ସଂସ୍ଥା ଏଥିପାଇଁ ଅନେକ ଅଭିଯାନ ମଧ୍ୟ ଚଳାଉଛି।