ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଗାଜାରେ ଜାରି ରହିଛି ଇସ୍ରାଏଲର ଆକ୍ରମଣ, ତିନି ଦିନରେ ଗଲାଣି ୬୦୦ ଜୀବନ

Published By : Prameya | March 21, 2025 4:56 PM

ନୂଆଦିଲ୍ଲୀ,୨୧।୩: ଗାଜାରେ ଥମୁନି ଇସ୍ରାଏଲର ଆକ୍ରମଣ। ଆଇଡିଏଫ୍‌ର ସାମରିକ ଅଭିଯାନରେ ଘଟିଛି ପ୍ରବଳ କ୍ଷୟକ୍ଷତି। ଗତ ତିନି ଦିଗରେ ଇସ୍ରାଏଲର ସ୍ଥଳ ଓ ଆକାଶ ମାର୍ଗରୁ ହୋଇଥିବା ହମଲାରେ ଯାଇସାରିଲାଣି ୬୦୦ ଜୀବନ। ଯେଉଁଥିରେ ରହିଛନ୍ତି ୨୦୦ରୁ ଅଧିକ ଶିଶୁ। ହମାସ ଆତଙ୍କୀଙ୍କୁ ଶେଷ କରିବାର ପ୍ରତିଜ୍ଞା ନେଇ ସ୍ଥଳଠାରୁ ନେଇ ଆକାଶମାର୍ଗ ପର୍ଯ୍ୟନ୍ତ କରୁଛି ହମଲା।  ଆଇଡିଏଫ୍‌ର କହିବା ଅନୁସାରେ, ଦକ୍ଷିଣ ଗାଜାର ରାଫା ଓ ବେତ ଲୋହିୟା ସହର ଆଡକୁ ସୈନିକମାନେ ବଢିବାରେ ଲାଗିଛନ୍ତି।  

ଗତ ୧୫ ମାସ ମଧ୍ୟରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଏହା ଅନ୍ୟତମ। ଇସ୍ରାଏଲ ସେନା କହୁଛି ଆମେ କେବଳ ହମାସର ଆଡ୍ଡାକୁ ଟାର୍ଗେଟ କରି ଆକ୍ରମଣ କରୁଛୁ। ତେବେ ସ୍ଥାନୀୟ ଲୋକ କହୁଛନ୍ତି, ଆକ୍ରମଣରେ ସାଧାରଣ ନାଗରିକ ହିଁ ଅଧିକ ସଂଖ୍ୟାରେ ମରୁଛନ୍ତି। ସେପେଟ ହମାସ ଏହି ଆକ୍ରମଣକୁ ଅସ୍ତ୍ରବିରତୀ ଉଲଂଘନ ବୋଲି କହିଛି। ଏହା ସହ ଚେତାବନୀ ଦେଇ କହିଛି , ଗାଜରେ  ଥିବା ଇସ୍ରାଏଲୀ ପଣବନ୍ଦୀଙ୍କ ପାଇଁ ହୋଇପାରେ ଅଡୁଆ।  

୫୭ ଦିନର ଶାନ୍ତି ପରେ ମଙ୍ଗଳବାର ସକାଳେ ଇସ୍ରାଏଲୀ ବିମାନ ଆକ୍ରମଣରେ ଥରି ଉଠିଥିଲା ସମଗ୍ର ଗାଜା ଷ୍ଟ୍ରିପ । ପ୍ରଥମ ଦିନରେ ୪୦୦ରୁ ଅଧିକ ପାଲେଷ୍ଟାନୀଙ୍କ ହୋଇଥିଲା ମୃତ୍ୟୁ ହୋଇଥିଲା।  ଗାଜାର ଅଲ୍ ଅହଲି ହସ୍ପିଟାଲରେ ପଡି ରହିଛି ଶତାଧିକ ମୃତଦେହ। ୪୨ ଦିନର ପ୍ରଥମ ପର୍ଯ୍ୟାୟ ପରେ ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତିନାମାର ଦ୍ୱିତୀୟ ପର୍ଯ୍ୟାୟର ସର୍ତ୍ତାବଳୀ ଗ୍ରହଣ କରିବାକୁ ମନା କରିଦେଇଥିଲା। ଏହା ପରେ, ପୁଣି ଥରେ ଯୁଦ୍ଧବିରତି ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଥିଲା।  ତେବେ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ହମାସ ବାରମ୍ବାର ମନା କରିଥିଲା। ଯାହାଫଳରେ ବିଫଳ ହୋଇଥିଲା ଶାନ୍ତି ଆଲୋଚନା। ଶେଷରେ ଏୟାରଷ୍ଟ୍ରାଇକ୍ କରିବା ନେଇ ନିଷ୍ପତ୍ତି ନେଇଥିଲା ଇସ୍ରାଏଲ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.