ଭୁବନେଶ୍ୱର,୧୭/୦୫: ରାଜ୍ୟରେ  ଥିବା ବିଭିନ୍ନ ସରକାରୀ ଓ ବେସରକାରୀ  ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ)ମାନଙ୍କରେ  ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ନାମଲେଖା ପ୍ରକ୍ରିୟା  ଚାଲୁରହିଛି । ଚଳିତବର୍ଷ ସାମ୍‌ସ ଜରିଆରେ  ମେଧାଭିତ୍ତିକ ପଦ୍ଧତିରେ ନାମ ଲେଖାଯିବ । ଏଥିପାଇଁ ଗତ ଏପ୍ରିଲ୍‌ ୧୦ ତାରିଖରୁ ଅନଲାଇନ୍‌  ଆବେଦନପତ୍ର ଗ୍ରହଣ କରାଯାଉଛି । ଆସନ୍ତା ୩୧  ହେଉଛି ନାମଲେଖା ଆବେଦନ ଗ୍ରହଣର ଶେଷ  ତାରିଖ । ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା  ପ୍ରକାଶ ପାଇବ । ସେହିଦିନ ଇଣ୍ଟିମେସନ୍‌ ଲେଟର୍‌  ମଧ୍ୟ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ ।  ଜୁନ୍‌ ୯ ସୁଦ୍ଧା ତ୍ରୁଟି ସଂଶୋଧନ ପାଇଁ ସୁଯୋଗ  ରହିଛି । ଜୁନ୍‌ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା  ତାଲିକା ପ୍ରକାଶ ପାଇବ । ଜୁନ୍‌ ୨୧ ସୁଦ୍ଧା ଆଡମିଶନ୍‌  ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ନିଜ ନିଜ  ଆଇଟିଆଇରେ ଯାଇ ତଥ୍ୟ ଦେବେ ।