ନୂଆଦିଲ୍ଲୀ, ୧୧/୦୪: ଗୋଟେ ଜ୍ୟାକେଟ୍ର ଦାମ୍ ୫୫ ନିୟୁତ ଜାପାନୀ ୟେନ୍ ବା ତିନି କୋଟି ୨୩ ଲକ୍ଷ ଟଙ୍କା ! ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ନିକଟରେ ବିକ୍ରି ହୋଇଥିବା ଲେଭିର ଏହି ଜ୍ୟାକେଟ୍ ବିଶ୍ୱ ରେକର୍ଟ ସୃଷ୍ଟି କରିଛି। ଏହା ହେଉଛି ଲେଭିର ଏସ୍୫୦୬ଏକ୍ସଏକ୍ସ ଇ ମଡେଲ୍ ଜ୍ୟାକେଟ୍, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିର୍ମିତ ଏବଂ ମାତ୍ର ଥରେ ବ୍ୟବହୃତ ହୋଇଥିଲା। ଏହି ମଡେଲ୍ର ବିଶେଷତ୍ୱ ହେଉଛି ଏହାର ସ୍ପ୍ଲିଟ୍ ବ୍ୟାକ୍, ଯେଉଁଠାରେ ଜ୍ୟାକେଟ୍ର ପଛଭାଗ ତିଆରି କରିବା ପାଇଁ ଦୁଇଟି କପଡାକୁ ଏକାଠି ସିଲେଇ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସ୍ପ୍ଲିଟ୍ ବ୍ୟାକ୍ ବେଶ୍ ପ୍ରଚଳିତ ଥିଲା। ଏହା ମଡେଲ୍ରେ ବଡ଼ ବଡ଼ ଆକାରର ଜ୍ୟାକେଟ୍ ତିଆରି ହେଉଥିବା ବେଳେ ଏହା ଦେଖିବାକୁ ଆକର୍ଷଣୀୟ ଓ ପରାତନ, ଯାହାକୁ ସଂରକ୍ଷିତ କରି ରଖାଯାଇପାରେ। ଏହା ମଧ୍ୟ ଲିଭାଇସ୍ ଭିଣ୍ଟେଜ୍ ଡେନିମ୍ ଜ୍ୟାକେଟ୍ସ ସଙ୍କଳନରେ ସ୍ଥାନ ପାଇଥିଲା।
ବ୍ୟୁଟି ସାଲୁନ୍ ଗ୍ରୁପ୍ ଫାଇଭଷ୍ଟାର୍ ଏହି ଜ୍ୟାକେଟ୍କୁ କିଣିଥିବା ଜଣାପଡିଛି। ବିଭିନ୍ନ ସମୟର ପୁରୁଣା ଡେନିମ୍ ଜ୍ୟାକେଟ୍ ଓ ପ୍ୟାଣ୍ଟ୍ ନଷ୍ଟ ହୋଇଥିବାବେଳେ ଏହି ଜ୍ୟାକେଟ୍ର ପ୍ୟାଚ୍ ଅକ୍ଷୁଣ୍ଣ ରହିଛି। ଫାଇଭଷ୍ଟାର୍ର ସିଇଓ ମାସାୟୁକି ସାସାକି କହିଛନ୍ତି ଯେ, ଜ୍ୟାକେଟ୍ଟିର କ୍ରୟ ମୁଲ୍ୟ କେତେ ମହଙ୍ଗା, ତାହା କଥା ନୁହେଁ, କଥା ହେଉଛି ଏଥିରେ ଜାପାନର ବୟନ ଶିଳ୍ପ ସହ ଜଡିତ କଳାକାରମାନେ ସେମାନଙ୍କ କୃତିତ୍ୱ ଜାରି ରଖିଛନ୍ତି, ଏହା ତାର ମଧ୍ୟ ପ୍ରମାଣ ବୋଲି ସାସାକି ମତ ଦେଇଛନ୍ତି।
ଆହୁରି ପଢନ୍ତୁ...ମହାକୁମ୍ଭର ଭାଇରାଲ୍ ଗାର୍ଲ ମୋନାଲିସା ନାବାଳିକା, ସ୍ୱାମୀଙ୍କ ବିରୋଧରେ ପୋକ୍ସୋ ମାମଲା