ମୁମ୍ୱାଇ,୩୧/୦୧: ମାର୍ଶଲ ଆର୍ଟ ଓ କମେଡି ପାଇଁ ବିଶ୍ୱପ୍ରସିଦ୍ଧ ଜ୍ୟାକି ଚାନଙ୍କର ଏକ ଖୁଲାସା ତାଙ୍କ ପ୍ରଶଂସକଙ୍କୁ ଭାବୁକ କରିଛି । ବେଜିଂରେ ନିଜର ନୂଆ ଫିଲ୍ମ ‘ଅନ୍ଏକ୍ସପେକ୍ଟେଡ୍ ଫ୍ୟାମିଲି’ର ପ୍ରିମିୟରରେ ୭୧ ବର୍ଷୀୟ ଏହି ବର୍ଷୀୟାନ ଅଭିନେତା କହିଛନ୍ତି, ସେ ଏକ ସ୍ୱତନ୍ତ୍ର ଗୀତ ରେକର୍ଡ କରିଛନ୍ତି, ଯାହା ତାଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିବ । ଏହାକୁ ସେ ବିଶ୍ୱ ପାଇଁ ଶେଷ ବାର୍ତ୍ତା ବୋଲି କହିଛନ୍ତି ।
ଆହୁରି ପଢନ୍ତୁ-କ୍ୟାରିଅରର ପିକ୍ରେ ଗ୍ଲାମର ଦୁନିଆ ଛାଡ଼ିଦେଲେ ଏହି ଅଭିନେତ୍ରୀ, ବାଛିଲେ ଆଧ୍ୟାତ୍ମିକ ମାର୍ଗ...
ସେ କହିଛନ୍ତି, ଗତ କିଛି ବର୍ଷରେ ସେ ନିଜର ଅନେକ ବନ୍ଧୁ ଓ ପରିଜନଙ୍କୁ ହରାଇଛନ୍ତି । ଏହା ତାଙ୍କୁ ଜୀବନ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କଲା । ତେଣୁ ଯାହା କହିବା ଓ କରିବା କଥା, ତୁରନ୍ତ କରିବା ଉଚିତ୍ ବୋଲି ସେ ମନେକଲେ । ତେଣୁ ନିଜ ଜୀବନର ଶେଷ ବିଚାରକୁ ସେ ଏକ ଗୀତରେ ସଜାଇଛନ୍ତି । ଯେଉଁଦିନ ତାଙ୍କର ମୃତ୍ୟୁ ହେବ, ସେ ଦିନ ତାଙ୍କ ଗୀତ ଲୋକଲୋଚନକୁ ଆସିବ । ଦର୍ଶକ ତାଙ୍କୁ ଗୀତରୁ କେଇ ପଦ ଗାଇବାକୁ କହିବାରୁ ସେ ମନା କଲେ ଏବଂ ମଜାରେ କହିଲେ, ଗୀତ ଶୁଣିଲେ ଲୋକେ କାନ୍ଦିବେ । ଆଗାମୀ ଫିଲ୍ମ ‘ଅନ୍ଏକ୍ସପେକ୍ଟେଡ୍ ଫ୍ୟାମିଲି’ରେ ଜ୍ୟାକି ଅଲ୍ଜାଇମର ରୋଗରେ ପୀଡ଼ିତ ଜଣେ ବୃଦ୍ଧ ଭୂମିକା ନିର୍ବାହ କରିଛନ୍ତି ।