ନୂଆଦିଲ୍ଲୀ, ୩୧/୦୧ : ଗ୍ଲାମର୍ ଦୁନିଆ... ଚାକଚକ୍ୟ ଜୀବନଶୈଳୀ। ଭାରତର ପ୍ରଥମ ଭିଡିଓ ଜକିରୁ ମିସ୍ ଇଣ୍ଡିଆ କାନାଡା ୱିନର, ସାଧାରଣ ଲୋକଙ୍କ ଠାରୁ ନେଇ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଯାଏଁ ଇଣ୍ଟର୍ଭ୍ୟୁ ନେଇଥିବା ଜଣେ ଲୋକପ୍ରିୟ ଆଙ୍କର। କ୍ୟାରିଅରର ପିକ୍ ରେ ଗ୍ଲାମର ୱାର୍ଲ୍ଡ ଛାଡି ବାଛିଲେ ଆଧ୍ୟାତ୍ମିକ ମାର୍ଗ, ହେଲେ କାହିଁକି ?

ଲୋକପ୍ରିୟ ଆଙ୍କର ରୁବି ଭାଟିଆ। ଗ୍ଲାମର ଦୁନିଆର ଜଣେ ଚର୍ଚ୍ଚିତ ଚେହେରା ଏବେ ସୋସିଆଲ ମିଡିଆରୁ ଗାଏବ। କେଉଁଠି ଅଛନ୍ତି, କଣ କରୁଛନ୍ତି ତାହା ଅଜଣା। କାରଣ ସେ ଷ୍ଟାରଡମ୍ ଛାଡ଼ି ଅଧ୍ୟାତ୍ମିକତାକୁ ବାଛିଛନ୍ତି। ଯେଉଁ ବୟସରେ ସଫଳତାର ନୂଆ ନୂଆ ଶିଖର ଛୁଉଁଥିଲେ, ସେହି ବୟସରେ ସେ ନେମ୍ ଫେମ୍ ଛାଡ଼ି ଏକ ଅଜଣା ବାଟର ପଥିକ ସାଜିଛନ୍ତି। ଏବେ ସେ ଜଣେ ଲାଇଫ୍ କୋଚ୍। ସେ ଲୋକମାନଙ୍କୁ ସ୍ଵାସ୍ଥ୍ୟ ସନ୍ତୁଳନ ଓ ଖୁସି ରହିବାକୁ ଶିକ୍ଷା ଦେଉଛନ୍ତି। ଲୋକମାନଙ୍କୁ ସେମାନଙ୍କ ସମସ୍ୟା ଦୂର କରିବାରେ ସାହାଯ୍ୟ କରୁଛନ୍ତି।

ରୁବି କୁହନ୍ତି, ସେ ଗ୍ଲାମର ଦୁନିଆକୁ ଆସିବେ ବୋଲି କେବେ ଭାବି ନଥିଲେ। ଅଚାନକ ତାଙ୍କର ଏଣ୍ଟ୍ରି ହୋଇଥିଲା। ସେ ଦର୍ଶନଶାସ୍ତ୍ରର ଛାତ୍ରୀ ଥିଲେ। ଭଗବାନ ଏବଂ ଆଧ୍ୟତ୍ମିକତା ଉପରେ ରୁଚି ରଖୁଥିଲେ। ଏହି ମଧ୍ୟରେ ସେ ଏମଟିଭି ଅଡିସନ୍ ଦେଇଥିଲେ, ଆଉ ତାଙ୍କର ସିଲେକ୍ସନ ହୋଇଯାଇଥିଲା। ଏହାପରେ ସେ ଗ୍ଲାମର ଦୁନିଆରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଥିଲେ। ଖୁବ୍ କମ୍ ଦିନରେ ଆଶାଠୁ ଅଧିକ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ଏହାପରେ ଲଗାତାର ତାଙ୍କୁ ଟିଭି ସୋ ଏବଂ ଫିଲ୍ମରେ ଦେଖିବାକୁ ମିଳିଲା। ଏହି ମଧ୍ୟରେ ଗାୟକ ନୀତିନ ବାଲିଙ୍କ ସହ ତାଙ୍କର ବିବାହ ହୋଇଗଲା। ହେଲେ ବିବାହ ବେଶି ଦିନ ଯାଏ ଚାଲି ପାରିଲାନି। ଦୁଇ ବର୍ଷ ପରେ ସେମାନେ ଅଲଗା ହୋଇଗଲେ। ଏହାପରେ ରୁବି ଏକ ଲମ୍ଵା ବ୍ରେକ୍ ନେଇଥିଲେ।

ଦୀର୍ଘ ୧୦ ବର୍ଷ ପରେ ରୁବି ଭାଟିଆ ଏକ ଆଶ୍ରମରେ ତାଙ୍କ ସ୍ଵାମୀ ଅଜିତଙ୍କ ସହ ଦେଖିବାକୁ ମିଳିଲେ। ରୁବି କୁହନ୍ତି ଅଜିତ ତାଙ୍କ ସ୍ଵାମୀ ଏବଂ ଗୁରୁ। ତାଙ୍କ ଭଳି ଜଣେ ଜୀବନସାଥୀ ପାଇ ସେ ଖୁବ୍ ଖୁସି। ସେ ଏବେ ସାଧନା ମାର୍ଗରେ ଚାଲୁଛନ୍ତି। ସେ ମୁମ୍ଵାଇରେ ତାଙ୍କର ଦୁଇ ପୁଅ ଓ ସ୍ଵାମୀଙ୍କ ସହ ରହୁଛନ୍ତି। ସେ ଅନଲାଇନ୍ କଣ୍ଟେଣ୍ଟ ମାଧ୍ୟମରେ ଲୋକମାନଙ୍କୁ ଆଧ୍ୟାତ୍ମିକ ମାର୍ଗକୁ ନେଉଛନ୍ତି।

ଏହି ଖବରଟିକୁ ପଢନ୍ତୁ- 'ମୃତ୍ୟୁର ୧୩ ଦିନ ଯାଏ କିଛି ହୁଏନି, କ୍ଷମା ମାଗିବେ କି ପ୍ରଧାନମନ୍ତ୍ରୀ'; ସୁନେତ୍ରାଙ୍କ ଶପଥକୁ ନେଇ କିଏ କହିଲେ ଏମିତି ?