ପ୍ରମୂଖ ଖବର
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଯାଦବ ମାଝୀ ସ୍ମାରକୀ ଅନ୍ତଃରାଜ୍ୟ କ୍ରିକେଟ ପ୍ରତିଯୋଗିତା : ଉଦଘାଟନୀ ଦିବସରେ ମହିଳା କ୍ରିକେଟ ମ୍ୟାଚ

Published By : Prameya | January 12, 2025 7:52 PM

ଚନ୍ଦାହାଣ୍ଡି-୧୨/୧, ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଗଦାଧର ଷ୍ଟାଡିୟମ ଠାରେ ପଲ୍ଲିଶ୍ରୀ ଯୁବକ ସଙ୍ଘ ଆନୁକୂଲ୍ୟରେ ୨୫ତମ ଯାଦବ ମାଝୀ ସ୍ମାରକୀ ଅନ୍ତଃରାଜ୍ୟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରାଯାଉଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ସାମ୍ନାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ,ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ବରିଷ୍ଠ ବିଜେଡି ନେତା ପ୍ରମୋଦ କୁମାର ପାଢ଼ୀ, ବ୍ଲକ ଉପାଧକ୍ଷ ବାସୁଦେବ ଗୌଡ଼,ଜିଲ୍ଲା ପରିଷଦ ସଭ୍ୟା କେତକୀମଲ୍ଲୀ ଗୌଡ଼, ସରପଞ୍ଚ ଦୁଲ୍ଲବ ପୂଜାରୀ, ସମିତି ସଭ୍ୟା ଭାନୁମତୀ ମାଝୀ, ସମାଜସେବୀ ଗୌରହରି ନାୟକ, ପୁରୁଷୋତ୍ତମ ପାରି, କିଶୋର ଖମାରୀ,ହର ପୂଜାରୀ, ମଞ୍ଜୁଲତା ନାୟକ ପ୍ରମୁଖ ଯୋଗଦେଇଥିଲେ |

 ଉଦଘାଟନୀ ଦିବସରେ ସ୍ୱତନ୍ତ୍ର ମ୍ୟାଚ ଭାବେ ନବରଙ୍ଗପୁର ମହିଳା ଦଳ ବନାମ ବଲାଙ୍ଗୀର ମହିଳା ଦଳ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା | ନିର୍ଦ୍ଧାରିତ ୧୫ ଓଭୋର ମ୍ୟାଚରେ ବଲାଙ୍ଗୀର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ରୋଶନୀ ବଗର୍ତି ଓ ରଶ୍ମିତା ଚିନ୍ନାରାଙ୍କ ଅର୍ଦ୍ଧ ଶତକ ସହାୟତାରେ ୧୫୨ ରନ ସ୍କୋର ସଂଗ୍ରହ କରିଥିଲା। ୧୫୩ ରନର ବିଜୟ ଲକ୍ଷ୍ୟକୁ ନବରଙ୍ଗପୁର ଦଳ ପିଛାକରି ବ୍ୟାଟିଙ୍ଗ ବିପର୍ଯ୍ୟସ୍ତ ହୋଇ କେବଳ ୪୮ ରନ କରି ଅଲଆଉଟ ହୋଇଯାଇଥିଲା।୧୦୪ ରନରେ ବଲାଙ୍ଗୀର ଦଳ ବିଜୟ ହୋଇଥିଲା। ଆଜିର ମ୍ୟାଚର ବିଜେତା ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୭ ହଜାର ଟଙ୍କା ସହ ଟ୍ରଫି ଏବଂ ମ୍ୟାଚରେ ଶ୍ରେଷ୍ଠ ଖେଳ ପଦର୍ଶନ ପାଇଁ ରଶ୍ମିତା ଚିନ୍ନାରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ରୂପେ ଲେଡିବାର୍ଡ଼ ସାଇକେଲ ସହ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ | ଆଜିର ମ୍ୟାଚରେ ଧନଞ୍ଜୟ ମେହେର ଓ ପ୍ରମୋଦ ସାହୁ ଅମ୍ପୟାର ଭାବେ ପ୍ରକାଶ ପାତ୍ର, ଭୀମରାଜ ତାଣ୍ଡି ଓ ଦୁଷ୍ମନ୍ତ ପାତ୍ର ଭାଷ୍ୟକାର ଭାବେ ଦିଲ୍ଲୀପ ନାୟକ ଓ ପ୍ରକାଶ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ | 

ଆସନ୍ତା କାଲି ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଉମରକୋଟ ବନାମ ଜୟପାଟଣା ମଧ୍ୟରେ ଖେଳାଯିବ ବୋଲି ଜଣାପଡିଛି। ଅଞ୍ଚଳରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ମ୍ୟାଚ ହୋଇଥିବାରୁ ୧୫ ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ସମାଗମ ହୋଇଥିଲା। ନରେନ୍ଦ୍ର ମାଝୀ, ମାୟାଧର ମାଝୀ, ନଳିନୀ ମାଝୀ, ଶିଶିର ମାଝୀ, ଜୟସିଂ ମାଝୀ,ପରମେଶ୍ୱର ମାଝୀ, ସିମାଞ୍ଚଳ ଗଣ୍ଡା, ବଳରାମ ପଟ୍ଟନାୟକ, ଧବଳେଶ୍ୱର, ପ୍ରତାପ, ଧନେଶ୍ୱର,ଗୁପ୍ତେଶ୍ୱର, କନ୍ଦର୍ପ, ରାହୁଲ, ଗଣେଶ,ଲିପୁନ ପ୍ରମୁଖଙ୍କ ସହ ସମସ୍ତ ପଲ୍ଲିଶ୍ରୀ ଯୁବକ ସଙ୍ଘର ସଦସ୍ୟ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.